ଜାମୁକୋଳି ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ସେତିକି ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ବିଶେଷ କରି ବର୍ଷା ଋତୁରେ ଜାମୁକୋଳି ଅଧିକ ମିଳିଥାଏ, ଯାହାର ଅନେକ ସ୍ୱାସ୍ଥ୍ୟଗତ ଲାଭ ରହିଛି । ତେବେ ଲୋକମାନେ ଏହାକୁ ଖାଇବା ପରେ ପ୍ରାୟତଃ ଏହାର ମଞ୍ଜିକୁ ଫିଙ୍ଗି ଦିଅନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଏହାର ମଞ୍ଜି ମଧ୍ୟ କେତେ ଲାଭଦାୟକ ?
ତେବେ ଜାମୁକୋଳି ମଞ୍ଜିକୁ ଶୁଖାଇ ଏବଂ ଗ୍ରାଇଣ୍ଡିଂ କରି ଏକ ଗୁଣ୍ଡ ପ୍ରସ୍ତୁତ କରାଯାଏ ।ଜାମୁକୋଳି ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଉଦ୍ଭିଦ ଯୌଗିକ ପରି ପୁଷ୍ଟିକର ପଦାର୍ଥରେ ଭରପୂର । ଏହାକୁ ଏକ ପ୍ରାକୃତିକ ପରିପୂରକ ଭାବରେ ବ୍ୟବହାର କରାଯାଏ । ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ବେଶ ଭଲ । ଏଥିରେ ଜାମବୋଲିନ୍ ଏବଂ ଜାମବୋସିନ୍ ନାମକ ଯୌଗିକ ଥାଏ, ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହି ଯୌଗିକ ଇନସୁଲିନ୍ ହରମୋନ୍ କ୍ଷରଣକୁ ବୃଦ୍ଧି କରେ ।
ସେହିପରି ଜାମୁକୋଳି ମଞ୍ଜିରେ ରୋଗ ପ୍ରତିରୋଧକ ଗୁଣ ଅଛି ଯାହା ହାଇପରଗ୍ଲାଇସେମିଆକୁ ରୋକିବାରେ ସାହାଯ୍ୟ କରେ। ଏହି ଫଳର ବିହନ ବାରମ୍ବାର ପରିସ୍ରା କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର, ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।ଜାମୁକୋଳି ମଞ୍ଜିରୁ ତିଆରି ପାଉଡର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ସେହିପରି ଜାମୁକୋଳି ମଞ୍ଜି ଶରୀରେ ଇନସୁଲିନ୍ ବୃଦ୍ଧି କରିବାରେ ସାହାଯ୍ୟ କରେ । ଯାହା ପ୍ରି-ଡାଇବେଟିସ୍ ଏବଂ ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ । ତେଣୁ ଏହାକୁ ଖାଇବା ଦ୍ୱାରା ରକ୍ତ ଶର୍କରା ସ୍ତର ଦ୍ରୁତ ଭାବରେ ବୃଦ୍ଧି ପାଏ ନାହିଁ ।
ଜାମୁକୋଳି ମଞ୍ଜି ଫାଇବରରେ ଭରପୂର । ତେଣୁ ପ୍ରତିଦିନ ସକାଳେ ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ ହୁଏ । ଫାଇବର ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ । ଏହା ଅତ୍ୟଧିକ ଖାଇବାର ଇଚ୍ଛାକୁ କମ କରେ ଏବଂ ଆପଣ ଖାଇବାର ପରିମାଣକୁ ସହଜରେ ନିୟନ୍ତ୍ରଣ କରିପାରିବେ । ଏହା ଏସିଡିଟି, ପେଟ ଫୁଲା କମ କରିପାରେ ଏବଂ ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ନିୟମିତ ବ୍ୟବହାର ବ୍ରଣ ହ୍ରାସ କରିବାରେ ଏବଂ ଚର୍ମକୁ ସଫା କରିବାରେ ସାହାଯ୍ୟ କରିପାରେ ।