ନୂଆଦିଲ୍ଲୀ, ୨୭।୭: ମହିଳାମାନେ ଜିମ୍ ଯାଉଥିଲେ ସାବଧାନ ! ମହିଳାଙ୍କ ବୟସକୁ ନେଇ ଜିମ୍ରେ ଲାଗୁ ହୋଇଛି କଟକଣା । ତେବେ ଏହି ନିୟମ ସବୁ ବୟସର ମହିଳାଙ୍କ ପାଇଁ ଲାଗୁ ହୋଇନାହିଁ । ଯେଉଁ ମହିଳାମାନଙ୍କର ବୟସ ୨୪ ବର୍ଷରୁ ଅଧିକ ସେମାନଙ୍କୁ ଜିମ୍ ଯିବାକୁ ବାରଣ କରାଯାଇଛି । ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟା ପୁରା ସତ । ଜିମ୍ରେ କେବେ ବୟସ ଅନୁସାରେ କଟକଣା ଲାଗିବା କଥା ଶୁଣିଛନ୍ତି କି ? କିନ୍ତୁ ଏବେ ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ତେବେ ଏହି ନିୟମ ଭାରତରେ ନୁହେଁ ୟୁକେରେ ଲାଗୁ ହୋଇଛି । ନିଜକୁ ଫିଟ୍ ରଖିବାକୁ ସମସ୍ତେ ଚାହାନ୍ତି । ବର୍ତ୍ତମାନ ସମୟରେ ଜିମ୍ ଯିବା ଏକ ଟ୍ରେଣ୍ଡ ପାଲଟିଗଲାଣି । ପତଳା ହୁଅନ୍ତୁ କି ମୋଟା କେବଳ ଯୁବପିଢ଼ି ନୁହଁନ୍ତି, ବୟସ୍କ ଲୋକ ମଧ୍ୟ ଜିମ୍ ଯିବାକୁ ଲାଗିଲେଣି ।
ୟୁକେରେ ଏକ ଜିମ୍ ୨୪ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ମହିଳାଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ଜିମ୍ରେ ବ୍ୟାନ୍ ଲଗାଇଛି । ୟୁକେର ଏକ ଜିମ୍ ୨୪ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ପିକ୍ ଆୱାରରେ ବ୍ୟାୟାମ କରିବାରୁ ନିଷେଧ କରିଛି । ଯାହା ଏବେ ବିବାଦ ସୃଷ୍ଟି କରିଛି । ୧୨ ବର୍ଷରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜିମ୍ ସଂରକ୍ଷିତ ରହିବ । ସ୍କୁଲ ପରେ ଯୁବା ମହିଳାମାନଙ୍କୁ ଭଲ ସର୍ଭିସ୍ ଯୋଗାଇବାକୁ ଲକ୍ଷ୍ୟ କରି ସନ୍ଧ୍ୟା ସମୟରେ କେବଳ ସେମାନଙ୍କୁ ଜିମ୍ ଆସିବାକୁ ଅନୁମତି ଦିଆଯାଇଛି । ତେବେ ଏହା କେବଳ ସେହି ନିର୍ଦ୍ଧାରିତ ସମୟ ବ୍ୟତୀତ ଅନ୍ୟ ସମୟରେ ସମସ୍ତ ମହିଳାମାନଙ୍କୁ ଜିମ୍ ଆସିବାକୁ ଅନୁମତି ଦିଆଯାଇଛି ।
ଅନ୍ୟପଟେ ଏହି ନିୟମ କେବଳ ୱିକ୍ ଡେ ପାଇଁ ଲାଗୁ କରାଯାଇଛି । ୱିକେଣ୍ଡରେ ୨୪ ବର୍ଷରୁ ଅଧିକ ବର୍ଷର ମହିଳାମାନେ ଯେକୌଣସି ସମୟରେ ବି ଯାଇ ୱାର୍କଆଉଟ୍ କରିପାରିବେ । ଏହି ନିୟମ ଲାଗୁ ହେବା ପରେ କିଛି ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି । ଅନେକ ଏହାକୁ ଅନ୍ୟାୟ ଏବଂ ପକ୍ଷପାତିତା ହେଉଥିବା ବୋଲି କହିଛନ୍ତି । ତେବେ ଜଣେ ମହିଳା ଜିମ୍ରେ ୨୪ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ସେହି ନିର୍ଦ୍ଦିଷ୍ଟ ସମୟରେ ଏକ୍ସରସାଇଜ କରିବାରୁ ବଞ୍ଚିତ କରାଯିବା ଘଟଣା ଏବେ ଏକ ସୋସିଆଲ ମିଡିଆ ପୋଷ୍ଟରୁ ଏହି ଘଟଣା ସାମ୍ନାକୁ ଆସିଛି । ମହିଳା ଜଣଙ୍କ ପୋଷ୍ଟରେ କହିଛନ୍ତି, ଜିମ୍ ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହିଳାମାନଙ୍କ ଏକ୍ସରସାଇଜ ପାଇଁ ଅନୁମତି ଦେଉଥିଲା । କିନ୍ତୁ, ଏହି ନିୟମ ପରିବର୍ତ୍ତନ ପରେ ସେ ଜିମ୍ରୁ ନିଜର ସଦସ୍ୟତା ବାତିଲ୍ କରିବେ ।