ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ସୁସ୍ଥ ରହିବା ପାଇଁ ପ୍ରତିଦିନ ୧୦ ହଜାର ଷ୍ଟେପ୍‌ ଚାଲିବା ଆବଶ୍ୟକ? ଜାଣନ୍ତୁ...

Published By : Anindita Ratha | July 31, 2025 8:03 AM

ବୟସ ବଢିବା ସହ ହାର୍ଟ ସମ୍ବନ୍ଧୀୟ ରୋଗ ଓ ଫ୍ୟାଟି ଲିଭର ଭଳି ବିଭିନ୍ନ ପ୍ରକାର ରୋଗ ବୃଦ୍ଧି ପାଇଥାଏ । କିନ୍ତୁ ଅଧିକ ବୟସରେ ମଧ୍ୟ ସମସ୍ତେ ଫିଟ ପାଇଁ ଚାହିଁଥାଆନ୍ତି । ଦୀର୍ଘ ସମୟ ଧରି ସୁସ୍ଥ ରହିବା ଏବଂ ଫିଟ୍ ରହିବା ପାଇଁ ବିଶେଷଜ୍ଞ ମାନେ ସର୍ବଦା ଚାଲିବାକୁ ସୁପାରିଶ କରନ୍ତି ।  ହେଲେ ପ୍ରତ୍ୟେକ ଦିନ  ୧୦ ହଜାର ଷ୍ଟେପ୍‌  ଚାଲିବା  ଜରୁରୀ କି ?  ଅନେକ ଦିନ ଧରି ଏକ ଧାରଣା ରହିଆସିଛି ଯେ ସୁସ୍ଥ ରହିବା ପାଇଁ ଦୈନିକ ୧୦ ହଜାର ଷ୍ଟେପ୍‌  ଚାଲିବା ଆବଶ୍ୟକ। କିନ୍ତୁ, ନିକଟରେ ହୋଇଥିବା ନୂଆ  ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ସୁସ୍ଥ ରହିବା ପାଇଁ  ୧୦,୦୦୦  ଷ୍ଟେପ୍‌  ଚାଲିବା  ବାଧ୍ୟତାମୂଳକ ନୁହେଁ, ଏହାଠାରୁ କମ୍ ପାଦ ଚାଲିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ଫାଇଦା ମିଳିପାରିବ।  ଯଦି ଆମେ ୧୦ ହଜାର ବଦଳରେ ୭ ହଜାର ଷ୍ଟେପ ବି ଚାଲୁଛନ୍ତି ତେବେ ହାର୍ଟ ଡିଜିଜ୍‌,  ଡିପ୍ରେସନ ଏବଂ ଡାଇବେଟିସ୍‌  ଭଳି ଆଦି ରୋଗର ବିପଦ ଅଧା କମି ଯାଇଥାଏ ।  

ନିକଟରେ "ଦି ଲାନସେଟ୍ ପବ୍ଲିକ୍ ହେଲ୍ଥ" ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଦୈନିକ ୭ ହଜାର ଷ୍ଟେପ୍ ଚାଲିବା ଦ୍ୱାରା ମଧ୍ୟ ସ୍ୱାସ୍ଥ୍ୟରେ ଯଥେଷ୍ଟ ଉନ୍ନତି ଆସିଥାଏ । ଯେଉଁମାନେ ଦୈନିକ ପ୍ରାୟ ୨ହଜାର ପାଦ ଚାଲନ୍ତି, ସେମାନଙ୍କ ତୁଳନାରେ ୭,୦୦୦ ପାଦ ଚାଲୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ସୁଫଳ ଦେଖିବାକୁ ମିଳିଥିଲା। ଯେପରିକି ଅକାଳ ମୃତ୍ୟୁର ଆଶଙ୍କା ୪୭% କମ୍  ହୋଇଥାଏ। ହୃଦ୍‌ରୋଗର ଆଶଙ୍କା ୨୫% କମ୍  ଏବଂ ଡିମେନ୍ସିଆ ଆଶଙ୍କା ୩୮% କମ୍ ହୋଇଥାଏ। ସେହିପରି  ଡିପ୍ରେସନର ଆଶଙ୍କା ମଧ୍ୟ ୨୨% କମ୍ ହୋଇଥାଏ। ଏପରିକି ଯେଉଁମାନେ ଦୈନିକ ୨,୦୦୦ ପାଦରୁ ବଢ଼ାଇ ୪,୦୦୦ ପାଦ ଚାଲନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଅକାଳ ମୃତ୍ୟୁର ଆଶଙ୍କା ୩୬% ପର୍ଯ୍ୟନ୍ତ କମିଯାଏ । 

ବିଶେଷଜ୍ଞଙ୍କ ମତରେ,୬୦ ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ସର୍ବାଧିକ ସ୍ୱାସ୍ଥ୍ୟ ଲାଭ ପାଇଁ ଦୈନିକ ୮,୦୦୦ରୁ ୧୦,୦୦୦ ପାଦ ଚାଲିବା ଉଚିତ୍।  ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ବୟସରେ ଦୈନିକ ୬,୦୦୦ରୁ ୮,୦୦୦ ପାଦ ଚାଲିଲେ ମଧ୍ୟ ସମାନ ସୁଫଳ ମିଳିଥାଏ । ତେବେ  ଚାଲିବା ଦ୍ୱାରା ମାଂସପେଶୀ ଶକ୍ତ ହୁଏ ଏବଂ ଗଣ୍ଠିଗୁଡ଼ିକ ସଚଳ ରହେ ।   ନିୟମିତ ଚାଲିଲେ ହୃତ୍‌ପିଣ୍ଡ ସୁସ୍ଥ ରହେ ଏବଂ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଭଲ ଭାବରେ ହୋଇଥାଏ। ଚାଲିବା ଦ୍ୱାରା ମୁଡ୍ ଭଲ ରହେ ଏବଂ ଚିନ୍ତା ଓ ଅବସାଦ କମିଥାଏ। ଦ୍ରୁତ ଗତିରେ ଚାଲିବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୁଏ, ଯାହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଯଦି ଆପଣ ଦୈନିକ ୧୦ ହଜାର ଷ୍ଟେପ ଚାଲିପାରୁ ନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣଙ୍କ ଲକ୍ଷ୍ୟ ୭,୦୦୦ ରୁ ୮,୦୦୦ ପାଦ ଚାଲିବା ମଧ୍ୟରେ ରଖିପାରିବେ ।  ଯଦି ଆପଣ ପୂର୍ବରୁ ଅଧିକ ଚାଲୁନାହାନ୍ତି, ତେବେ ଧୀରେ ଧୀରେ ଆରମ୍ଭ କରନ୍ତୁ । ପ୍ରତିଦିନ କିଛି ଅଧିକ ପାଦ ଚାଲିବାକୁ ଚେଷ୍ଟା କରିପାରିବେ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.