ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

କାଦୁଅ ପାଣିରେ ଗାଧୋଉଛନ୍ତି ନୂଆପଡ଼ାବାସୀ, ସଫା କରିବାକୁ ଦାବି

Published By : Prameya | March 20, 2025 9:09 PM

ଚନ୍ଦାହାଣ୍ଡି,୨୦/୩ :   ପାଣି ଅଭାବରୁ ଗ୍ରାମବାସୀ କାଦୁଅ ପାଣିରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡ଼ା ପଞ୍ଚାୟତ ଅଧିନ ନୂଆପଡ଼ା ଗ୍ରାମରେ । ଏ ସବୁ ପଞ୍ଚାୟତ ପ୍ରଶାସନ ଜାଣିକି ମଧ୍ୟ ନ ଜାଣିଲା ଭଳି ଅଭିନୟ କରି ଚାଲିଥିବା ନେଇ ଗ୍ରାମବାସୀ ପ୍ରକାଶ କରିଛନ୍ତି l ଚଳିତ ବର୍ଷ ପୋଖରୀ ମରାମତି ନ ହେବା ଯାଏଁ ମାଛ ଚାଷ ପାଇଁ ନିଲାମ ବନ୍ଦ କରିଥିବା ନେଇ ଗ୍ରାମର କେତେ ଜଣ ବ୍ୟକ୍ତି ପ୍ରକାଶ କରିଛନ୍ତି l  

ବର୍ତ୍ତମାନ ଖରା ମାସ ଆରମ୍ଭ ହେବା ସହ ପ୍ରବଳ ଗରମ ହେବାରୁ ପୋଖରୀ ପାଣି ସୁଖି ବା ଆରମ୍ଭ ହେବା ଦେଖା ଯାଉଛି l ଫଳରେ ପୋଖରୀ ପାଣି କାଦୁଅ ପାଲଟି ଯିବା ସହ ଏଥିରୁ ପୂର୍ତ୍ତି ଗନ୍ଧ ବାହାରୁଥିବା ସତ୍ୱେ ପାଣି ଅଭାବ ଯୋଗୁଁ ଗାଧୋଇବାକୁ ବାଧ୍ୟ ହେଉଛୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି l ପ୍ରଶାସନ ବନ୍ଦକୁ ମରାମତି ଦିଗରେ   ଅଣଦେଖା କରିବା ଫଳରେ ମାଛ ଚାଷ କରି ସ୍ୱାବଲମ୍ବୀ ହେବା ଦିଗରେ ଏସଏସଜି ଗ୍ରୁପ ବଞ୍ଚିତ ହେଉଥିବା ନେଇ ଡିଏଲଏଫ କୌଶଲ୍ୟା ପାଣ୍ଡେ ପ୍ରକାଶ କରିଛନ୍ତି । ଏହାର ମରାମତି ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି l

ପ୍ରକାଶ ଯେ, ନୂଆପଡ଼ାରେ ୫୦୦ରୁ ଊର୍ଦ୍ଧ୍ବ ଜନସାଧାରଣ ବସବାସ କରନ୍ତି l ସେଥିରୁ ୮୦% ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି l ଗ୍ରାମକୁ ପାନୀୟ ଜଳଯୋଗାଣ ପାଇଁ ପ୍ରଶାସନ ଦ୍ୱାରା ୧୦ଟି ନଳକୂପ ଖୋଲାଯାଇଥିବାବେଳେ  ୨ଟିରେ ଭଲ ପାଣି ବାହାରୁ ନ ଥିବା ସହ ୪ଟି ନଳକୂପରେ ଭଲ ପାଣି ବାହାରୁଛି l ଗ୍ରାମରେ ରହିଛି ଗୋଟିଏ ପୋଖରୀ l ଗ୍ରାମବାସୀ ଏଥିରେ ଦୈନିକ ଗାଧୋଇବା, ଲୁଗା ଧୋଇବା, ଗାଁରେ ଯାନିଯାତ୍ରା ହେଲେ ଏହି ପୋଖରୀରୁ ପାଣି ଆଣି ଶୁଭ କଳସ ସ୍ଥାପନ କରିଥାନ୍ତି l ଏହାଛଡ଼ା ପୋଖରୀ ହୁଡ଼ାରେ ଶିବ ମନ୍ଦିର ରହିଥିବାରୁ ଶିବ ଉପାସକ ମାନେ ଏହି ପୋଖରୀ ପାଣିରେ ଶିବଙ୍କୁ ଜଳାଭିଷେକ କରିଥାନ୍ତି l ଦୀର୍ଘ ଦିନ ହେବ ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ନ ହେବା ଫଳରେ ପୋଖରୀ ପଙ୍କରେ ପୋତି ହେବା ସହ ଏହାର ପାଣି କାଦୁଅ ହେବାରେ ଲାଗିଛି l ଗ୍ରାମରେ  ଲୋକଙ୍କ ଗାଧୋଇବା ପାଇଁ ଏକମାତ୍ର ଏହି ପୋଖରୀ ଥିବାରୁ ଲୋକେ କାଦୁଅ ପାଣିରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି l  

ଫଳରେ ଗ୍ରାମବାସୀ କାଛୁ କୁଣ୍ଡିଆ ପରି ଚର୍ମ ରୋଗରେ ବାରମ୍ବାର ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l  ଏ ସମ୍ପର୍କରେ ଅନକାବେଡା ପିଇଓ ପ୍ରେମଲାଲ ନାଗେଶଙ୍କୁ ପଚାରିବାରୁ ଘଟଣାକୁ ସ୍ୱୀକାର କରିବା ସହ ଏନଆରଜିଏସ ମାଧ୍ୟମରେ ପୋଖରୀ, ମରାମତି, ରାସ୍ତା ସହ କଲଭର୍ଟ,  ଚେଞ୍ଜିଙ୍ଗ ଗୃହ  ନିର୍ମାଣ ପାଇଁ  ପ୍ରସ୍ତାବ ଦିଆଯିବ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.