ନୂଆଦିଲ୍ଲୀ,୧୧/୧୦ : ୨୪ ଥର ଗ୍ରାଣ୍ଡ ସ୍ଲମ ଟାଇଟଲ ହାତେଇଥିବା ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକଭିକ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ୨୦୨୨ରେ ତାଙ୍କୁ ଅଷ୍ଟ୍ରେଲିଆରେ ବିଷ ଦିଆଯାଇଥିଲା ବୋଲି କହିଛନ୍ତି ନୋଭାକ ଜୋକଭିକ । ତାଙ୍କର ଏହି ଅଭିଯୋଗ ପରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଆସନ୍ତାକାଲିଠୁ (ରବିବାର) ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଆରମ୍ଭ ହେବ । ଏହା ପୂର୍ବରୁ ସର୍ବିଆ ଅଭିଜ୍ଞ ଟେନିସ ଖେଳାଲି ନୋଭାକ ଜୋକଭିକ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାହା ହଇଚଇ ସୃଷ୍ଟି କରିଛି । ୨୦୨୨ରେ ତାଙ୍କୁ ବିଷ ଦିଆଯାଇଥିଲା ବୋଲି କହିଛନ୍ତି ନୋଭାକ । କୋଭିଡ-୧୯ ଟୀକା ନେଇ ନଥିବାରୁ ତାଙ୍କୁ ୨୦୨୨ ଅଷ୍ଟ୍ରେଲିଆ ଓପନରେ ଭାଗ ନେବାକୁ ଦିଆଯାଇଥିଲା । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟ୍ରାଭେଲ ଡକ୍ୟୁମେଣ୍ଟରେ ଭୁଲ ତଥ୍ୟ ଦେଇଥିଲେ । ଏଥିପାଇଁ ତାଙ୍କୁ ମେଲବର୍ଣ୍ଣରେ ଗିରଫ କରାଯାଇଥିଲା । ତାଙ୍କ ଭିସା ବାତିଲ କରାଯାଇ ଅଷ୍ଟ୍ରେଲିଆ ବାହାରକୁ ତଡି ଯିଆଯାଇଥିବା କହିଛନ୍ତି ନୋଭାକ ଜୋକଭିକ ।
ଏହା ପରେ ଆଇନଗତ କାର୍ଯ୍ୟ ପ୍ରକ୍ରିୟା ଅନୁସାରେ ତାଙ୍କୁ ମେଲବର୍ଣ୍ଣରେ ଏକ ହୋଟେଲରେ ରଖା ଯାଇଥିଲା । ଏହା ହୋଟେଲରେ ହିଁ ତାଙ୍କୁ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିବା କହିଛନ୍ତି ନୋଭାକ । ଖାଦ୍ୟ ଖାଇବା ପରେ ଶରୀରରେ ଧାତୁସ୍ତର ଅଧିକ ଅନୁଭୂତ ହୋଇଥିଲା । ସର୍ବିଆ ଫେରିବା ପରେ ଦେହ ଅସୁସ୍ଥ ହୋଇଥିଲା । ଏହି କଥା ମୁଁ କେବେ କାହାକୁ କହିନଥିଲି । ଏହି ସାଂଘାତିକ ଅଭିଯୋଗକୁ ନେଇ ଚହଳ ସୃଷ୍ଟି ହୋଇଛି । ଏକଥା ପୂର୍ବରୁ ସାର୍ବଜନୀନ କରି ନଥିବା ସେ କହିଛନ୍ତି । ଜୋକଭିକଙ୍କ ଏହି ଅଭିଯୋଗକୁ ନେଇ ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ଜିତିଛନ୍ତି ୨୪ ଗ୍ରାଣ୍ଡସ୍ଲମ୍- ବିଶ୍ବର ପ୍ରଥମ ପୁରୁଷ ଖେଳାଳି ଭାବେ ନୋଭାକ ଜୋକଭିକ ୨୪ଟି ଗ୍ରାଣ୍ଡସ୍ଲମ ଟାଇଟଲ ଜିତି ରେକର୍ଡ କରିଛନ୍ତି । ୧୦ ଥର ଅଷ୍ଟ୍ରେଲିଆ ଓପନ, ୩ଥର ଫ୍ରେଞ୍ଚ ଓପନ, ୭ ଥର ୱିଲିମଡନ, ୪ ଥର ୟୁଏସ ଓପନ ଟାଇଟଲ ଜିତିଛନ୍ତି । ୩୭ ବର୍ଷୀୟ ନୋଭାକ ଜୋକୋଭିକ ବିଶ୍ବର ୫ମ ଖେଳାଳି ଭାବେ ଗୋଲ୍ଡେନ ସ୍ଲାମ ଜିତିଛନ୍ତି । ୪ଟି ଗ୍ରାଣ୍ଡସ୍ଲମ ଓ ଅଲମ୍ପିକ୍ସ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ ଗୋଲ୍ଡନ ସ୍ଲାମ ବିଜେତା କୁହାଯାଏ ।