ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ହୃଦଘାତର ଶିକାର ଅଭିନେତା ଟିକୁ ତଲସାନିଆ, ସ୍ବାସ୍ଥ୍ୟବସ୍ଥା ଗୁରୁତର

Published By : Ankita S | January 11, 2025 1:08 PM

ମୁମ୍ବାଇ,୧୧/୦୧: ହୃଦଘାତର ଶିକାର ହୋଇଛନ୍ତି ଅଭିନେତା ଟିକୁ ତଲସାନିଆ । ଟେଲିଭିଜନ ଏବଂ ବଲିଉଡର ଜଣାଶୁଣା ପ୍ରସିଦ୍ଧ ଅଭିନେତା ଟିକୁ ତଲସାନିଆଙ୍କୁ ହାର୍ଟଆଟାକ ଆସିଥିବା ଖବର ମିଳିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡିଥିଲା ।

ବଲିଉଡର ବରିଷ୍ଠ ଅଭିନେତା ଟିକୁ ତଲସାନିଆ କମେଡିଆନ ଭାବରେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି । ଉଭୟ ଫିଲ୍ମ ଓ ଟେଲିଭିଜନରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରହିଛନ୍ତି । ସେ ହୃଦଘାତର ଶିକାର ହୋଇଥିବା ଖବର ମିଳିଛି । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ ରହିଥିବା ଖବର ମିଳିଛି ।

ବଲିଉଡର ଷ୍ଟାର ଶାହରୁଖ ଓ ସଲମାନ ଖାନଙ୍କ ସହ କାମ କରିଛନ୍ତି ଟିକୁ ତଲସାନିଆ । ୮୦ରୁ ୯୦ ଦଶକରେ ବଡ ବଡ ଫିଲ୍ମରେ ଅଭିନୟ କରିଛନ୍ତି ଟିକୁ । ବିଶେଷ କରି କମେଡିରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଛି । ୨୫୦ରୁ ଅଧିକ ସିନେମାରେ ସେ କାମ କରିଛନ୍ତି । ହୃଦଘାତର ଶିକାର ହୋଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବର ମିଳିଛି ତାଙ୍କୁ ମେଜର ଆଟାକ ହୋଇଛି । ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ଏହା ଖବର ପ୍ରସାରିତ ହେବା ପରେ ତାଙ୍କ ସାଥୀ କଳାକାର ଓ ଫ୍ୟାନ୍ସ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଛୋଟ ପରଦାରୁ କ୍ୟାରିଅର ଆରମ୍ଭ କରିଥିଲେ ଟିକୁ । ୧୯୮୪ରେ ଟିଭି ଶୋ 'ୟେ ଜୋ ହେ ଜିନ୍ଦେଗୀ'ରୁ ଅଭିନୟ ଆରମ୍ଭ କରିଥିଲେ । 'ପ୍ୟାର କେ ଦୋ ପଲ'ରୁ ବଲିଉଡରେ ପାଦ ଥାପିଥିଲେ । ରାଜା ହିନ୍ଦୁସ୍ଥାନୀ, ହିରୋ ନମ୍ବର ୱାନ, ବଡେ ମିୟାଁ ଛୋଟେ ମିୟାଁ ଭଳି ବଡ ବଡ ଫିଲ୍ମରେ କାମ କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.