ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଦୁଃଖ ଦେଇଗଲା ଦରଦୀ ବନ୍ଧୁ ! ସହିଦଙ୍କ ଫଟୋ ଆଗରେ ଆଣ୍ଠୁମାଡ଼ି ବସିଲେ କିମ୍‌, ଆଖିରୁ ଝରିଗଲା ଲୁହ

Published By : Tapas Panda | August 23, 2025 6:03 PM

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ କାନ୍ଦୁଛନ୍ତି । ପୂର୍ବରୁ ତାଙ୍କୁ ଏଭଳି କାନ୍ଦୁଥିବାର କେହି କେବେ ଦେଖିନଥିବେ । ସବୁବେଳେ ତାଙ୍କୁ ହସୁଥିବାର ଦେଖିବାକୁ ମିଳେ । ସମୟ ସମୟରେ ତାଙ୍କ କ୍ରୁରତାର ଖବର ସାମ୍ନାକୁ ଆସେ । କିନ୍ତୁ ଏମିତି କଣ ଘଟିଲା ଯେ, କିମଙ୍କ ଆଖିରେ ଲୁହ ଆସିଗଲା ? କିମ୍‌ ଜୋଙ୍ଗ କାନ୍ଦୁଥିବାର ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି  । ଆଣ୍ଠୁମାଡ଼ି କିମ୍‌ ବସିଛନ୍ତି ଏବଂ ତାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ିବାରେ ଲାଗିଛି ।

 କିମ୍‌ ନିଜର ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ଆଜି ଏଭଳି ସ୍ଥିତିରେ ପଡ଼ିଛନ୍ତି ବୋଲି କୁହାଯାଉଛି । କିମ୍‌ ଜୋଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ବନ୍ଧୁତା ବହୁତ ଖାସ । ଏପରିକି ୟୁକ୍ରେନ୍‌ ଯୁଦ୍ଧ ଲାଗି କିମ୍‌ ନିଜର ସୈନିକଙ୍କୁ ରୁଷ ପଠାଉଛନ୍ତି । ଏନେଇ ଅନେକ ଖବର ସାମ୍ନାକୁ ଆସିଛି । ହେଲେ ୟୁକ୍ରେନ୍‌ ଯୁଦ୍ଧରେ ରୁଷ ପକ୍ଷରୁ ଲଢ଼ି ଜୀବନ ହରାଉଥିବା ଉତ୍ତର କୋରିଆ ସୈନିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । 

ନିଜର ମୃତ ସୈନିକଙ୍କୁ ଦେଖି ଆଖିର ଲୁହକୁ ଅଟକାଇ ପାରିନାହାନ୍ତି କିମ୍‌ ଜୋଙ୍ଗ । ସହିଦ ସୈନିକିଙ୍କ ଫଟୋକୁ ଦେଖି ଭାବପ୍ରବଣ ହୋଇଯାଇଛନ୍ତି କ୍ରୁର ଶାସକ ଭାବରେ ଜଣାଶୁଣା କିମ୍‌ । ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କିମ୍‌ ସହିଦଙ୍କ ଫଟୋ ଆଗରେ ଆଣ୍ଠୁମାଡ଼ି ବସିଛନ୍ତି । ଫଟୋରେ ମେଡାଲ୍‌ ପିନ୍ଧାଉଛନ୍ତି । ଏହି ସମୟରେ ତାଙ୍କର ଆଖିରୁ ଅନବରତ ଗଡ଼ିଚାଲିଛି ଅଶ୍ରୁ ।  ଏହା ସହ କିମ୍‌ ସହିଦଙ୍କ ପିଲାମାନଙ୍କୁ ସମବେଦନା ଜଣାଇଛନ୍ତି । ପାଖରେ ଥିବା ଅନ୍ୟ ଅଧିକାରୀମାନେ ମଧ୍ୟ କିମ୍‌ଙ୍କୁ ଦେଖି ନିଜର ଲୁହକୁ ଅଟକାଇ ପାରିନାହାନ୍ତି । କେହି କେହି କିମ୍‌ଙ୍କ ଆଖିରୁ ଲୁହ ପୋଛି ଦେଉଛନ୍ତି । 

ୟୁକ୍ରେନ ଯୁଦ୍ଧରେ ରୁଷକୁ ସହାଯ୍ୟ କରିବାକୁ କିମ୍‌ ନିଜର ସୈନିକଙ୍କୁ ସେଠାକୁ ପଠାଇଛନ୍ତି । ହଜାର ହଜାର ସୈନିକ ରୁଷ ପକ୍ଷରୁ ଯୁଦ୍ଧ ଲଢ଼ୁଛନ୍ତି । ଏହି ସମୟରେ ଶତାଧିକ ସୈନିକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ମୃତ ସୈନିକଙ୍କୁ   ରୁଷ ବିମାନ ଯୋଗେ ଉତ୍ତର କୋରିଆକୁ ପଠାଇଛି । ଏସବୁ ଦେଖି ଭାବପ୍ରବଣ ହୋଇପଡ଼ିଛନ୍ତି କିମ୍ ଜୋଙ୍ଗ ଉନ । କିମ୍ ଉନ୍ ସହିଦ ସୈନିକମାନଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କ ସାହସିକତା ଏବଂ ମହାନ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.