ପ୍ରମୂଖ ଖବର
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବାୟୁସେନାର ଯୁଦ୍ଧ ବିମାନ କ୍ରାସ, ଦୁଇ ପାଇଲଟ ହସ୍ପିଟାଲ୍‌ରେ ଭର୍ତ୍ତି

Published By : Anindita Ratha | August 22, 2025 9:50 AM

ନୂଆଦିଲ୍ଲୀ,୨୨/୦୮: ବାୟୁସେନାର ଯୁଦ୍ଧ ବିମାନ କ୍ରାସ । ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡରେ ଜଳିଗଲା ବିମାନ । ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରେ RMAF ର ଏଫ/ଏ-18D ବମାନ ଦୁର୍ଘଟଣାର ଶିକାର ହୋଇଛି। ଯେଉଁଥିରେ ୨ ଜଣ ପାଇଲଟ୍ ଥିବା ବେଳେ ଉଭୟ ପାଇଲଟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। 

ସୂଚନା ମୁତାବକ, ଗତ ବିଳମ୍ବିତ ରାତି ପ୍ରାୟ ୯ଟା ୫ରେ ଏହି ଯୁଦ୍ଧ ବିମାନ ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ହେଲେ ଟେକ୍ ଅଫ୍ କରିବା ମାତ୍ରେ ଏକ ବଡ଼ ବିସ୍ଫୋରଣ ହୋଇ ଜଳିଯାଇଥିଲା। ପାଇଲଟ୍ ନିୟନ୍ତ୍ରଣ ହରାଇବାର ସାଙ୍ଗେ ସାଙ୍ଗେ ସେମାନେ ତୁରନ୍ତ ନିଜକୁ ବାହାରକୁ ବାହାର କରିଦେଇଥିଲେ। ସୌଭାଗ୍ୟବଶତଃ ବିମାନର ପାଇଲଟ୍ ସୁରକ୍ଷିତ ଥିବା ସେମାନଙ୍କୁ ଏକ ସେନା ଆମ୍ବୁଲାନ୍ସ ଦ୍ୱାରା ଗୁରୁତର ଅବସ୍ଥାରେ କୁଆଣ୍ଟାନର ତେଙ୍ଗକୁ ଆମ୍ପୁଆନ୍ ଆଫଜାନ୍ ହସ୍ପିଟାଲ (HTAA)କୁ ଅଣାଯାଇଛି।। ତେବେ ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 

ଅନ୍ୟପଟେ ଏନେଇ ରୟାଲ୍ ମାଲେସିଆନ୍ ବାୟୁସେନାର ଜନସମ୍ପର୍କ ବିଭାଗ ଏକ ବିବୃତ୍ତି ଜାରି କରି କହିଛି ଯେ ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ଏହି ଦୁର୍ଘଟଣା ବେଳର ଭୟଙ୍କର ଭିଡିଓ ଏବେ ସାମ୍ନାକୁ ଆସିଛି । ପାଇଲଟଙ୍କ ଅବସ୍ଥା ବିଷୟରେ କୌଣସି ସରକାରୀ ସୂଚନା ମିଳିନାହିଁ । କିନ୍ତୁ ବାୟୁସେନା ଏବଂ ସେନା ଅଧିକାରୀମାନେ ହସ୍ପିଟାଲରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଘଟଣା ପରଠାରୁ ଏୟାରବେସ୍ ଏବଂ ସହରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦୁର୍ଘଟଣାର ତଦନ୍ତ ବାୟୁସେନାର ବରିଷ୍ଠ ଅଧିକାରୀମାନେ କରୁଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.