ପ୍ରମୂଖ ଖବର
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ସାଢ଼େ ପାଞ୍ଚ କୋଟି ବିଦେଶୀଙ୍କ ଭିସା ସମୀକ୍ଷା କରିବ ଆମେରିକା; ପ୍ରଭାବିତ ହେବେ ୫୨ ଲକ୍ଷ ଭାରତୀୟ

Published By : Swapna Ray | August 22, 2025 1:04 PM

ନୂଆଦିଲ୍ଲୀ, ୨୨।୮: ଆମେରିକାରେ ରହୁଥିବା ସାଢ଼େ ୫ କୋଟିରୁ ଅଧିକ ବିଦେଶୀ ନାଗରିକଙ୍କ ଭିସା ସମୀକ୍ଷା କରାଯିବ । ପ୍ରବାସୀ ନିୟମ ଉଲ୍ଲଂଘନ କରୁଥିବା ବିଦେଶୀଙ୍କ ଭିସା ବାତିଲ କରାଯିବ ଏବଂ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଇ ଦିଆଯିବ । ଯାହା ଫଳରେ ୫୨ ଲକ୍ଷ ଭାରତୀୟ ପ୍ରଭାବିତ ହେବେ । ଆମେରିକାରେ ୫୦ ଲକ୍ଷରୁ ଅଧିକ ଭାରତୀୟ ଅଣ-ପ୍ରବାସୀ ଭିସାଧାରୀ ଅଛନ୍ତି । ଭାରତରେ ଥିବା ଆମେରିକୀୟ ଦୂତାବାସ ୨୦୨୪ରେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୧୦ ଲକ୍ଷରୁ ଅଧିକ ଅଣ-ପ୍ରବାସୀ ଭିସା ଜାରି କରିଛି । ଆମେରିକାର ବୈଦେଶିକ ବିଭାଗ ଅନୁଯାୟୀ, ଅପରାଧିକ, ଆତଙ୍କବାଦୀ କିମ୍ବା ଆମେରିକୀୟ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଏବଂ ଭିସା ଅବଧି ଅତିକ୍ରମ କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଦେଶୀ ନାଗରିକଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ କରାଯିବ । 

୨୦୨୫ରେ ୨ ଲକ୍ଷରୁ ଅଧିକ ଅବୈଧ ପ୍ରବାସୀ ନିର୍ବାସିତ: 

ଆମେରିକାର ଇମିଗ୍ରେସନ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟ ୨୦୨୫ ମସିହାରେ ୨ ଲକ୍ଷରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଦେଶାନ୍ତର କରିଛି । ଏହି ପ୍ରବାସୀମାନଙ୍କ ମଧ୍ୟରୁ ୭୫% ଅପରାଧିକ ମାମଲାରେ ଗିରଫ ହୋଇଥିଲେ । ନିର୍ବାସିତ ହୋଇଥିବା ମୋଟ୍ ଲୋକଙ୍କ ମଧ୍ୟରୁ ୩୫-୪୦% ମେକ୍ସିକୋର ନାଗରିକ ଥିଲେ । ଆମେରିକାରେ ଅବୈଧ ପ୍ରବେଶ, ଭିସା ଅବଧି ଅତିକ୍ରମ କରିବା କିମ୍ବା ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବାରୁ ସେମାନଙ୍କୁ ଦେଶାନ୍ତର କରାଯାଇଥିଲା । ଜାନୁଆରୀ ୨୦ରୁ ୨୨ ଜୁଲାଇ, ୨୦୨୫ ମଧ୍ୟରେ ୧, ୭୦୩ ଭାରତୀୟ ନାଗରିକଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଥିଲା । ଏଥିରେ ପଞ୍ଜାବରୁ ୬୨୦, ହରିୟାଣାରୁ ୬୦୪ ଏବଂ ଗୁଜରାଟରୁ ୨୪୫ ଜଣ ସାମିଲ ଥିଲେ । ତେବେ ଏ ପର୍ଯ୍ୟନ୍ତ ଭିସାଧାରୀ ଭାରତୀୟଙ୍କ ସଂଖ୍ୟା ପ୍ରକାଶ କରାଯାଇନାହିଁ । ଏହି ଭାରତୀୟଙ୍କ ମଧ୍ୟରୁ ଅନେକଙ୍କ ଭିସାର ଅବଧି ଶେଷ ହୋଇଯାଇଥିଲା ଏବଂ ଅନେକଙ୍କ ପାଖରେ ସଠିକ୍ କାଗଜପତ୍ର ନଥିଲା । ଆମେରିକାରେ ପ୍ରାୟ ୧୮ ହଜାର ଅବୈଧ ଭାରତୀୟ ପ୍ରବାସୀଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କୁ ଭାରତକୁ ପଠାଇଦିଆଯିବ ।

ଆମେରିକାରେ ଏସୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଭାରତୀୟ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା: 

ପ୍ୟୁ ରିସର୍ଚ୍ଚ ସେଣ୍ଟରର ରିପୋର୍ଟ ଅନୁଯାୟୀ, ଆମେରିକାରେ ବସବାସ କରୁଥିବା ଏସୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଭାରତୀୟମାନେ ଦ୍ୱିତୀୟ ସର୍ବାଧିକ । ଭାରତୀୟ ଆମେରିକୀୟମାନେ ବର୍ତ୍ତମାନ ଆମେରିକାର ମୋଟ୍ ଏସୀୟ ଜନସଂଖ୍ୟାର ପ୍ରାୟ ୨୧% । ଇମିଗ୍ରେସନ ଟ୍ରେଣ୍ଡ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ, ଗତ ୨ ଦଶନ୍ଧି ମଧ୍ୟରେ ଆମେରିକାରେ ଭାରତୀୟଙ୍କ ଜନସଂଖ୍ୟା ବୃଦ୍ଧି ପାଇଛି । ୨୦୦୦ ମସିହାଠାରୁ ଭାରତୀୟ ଜନସଂଖ୍ୟା ୧୭୪% ବୃଦ୍ଧି ପାଇଛି । ୨୦୦୦ ମସିହାରେ, ଏଠାରେ ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ୧୩ ଲକ୍ଷ ଥିଲା, ଯାହା ୨୦୨୩ ସୁଦ୍ଧା ୩୨ ଲକ୍ଷକୁ ବୃଦ୍ଧି ପାଇଛି । ଏହି ପ୍ରବାସୀ ଜନସଂଖ୍ୟା ମଧ୍ୟରୁ ୬୦% ଲୋକ ୧୦ ବର୍ଷରୁ ଅଧିକ ସମୟ ଧରି ଆମେରିକାରେ ରହୁଛନ୍ତି । ୫୧% ଆମେରିକୀୟ ନାଗରିକତା ହାସଲ କରିଛନ୍ତି ।

କାଲିଫର୍ଣ୍ଣିଆରେ ୯.୬୦ ଲକ୍ଷ ଭାରତୀୟ ବଂଶୋଦ୍ଭବ: 

ଅଧିକାଂଶ ଭାରତୀୟ ବଂଶୋଦ୍ଭବ ଲୋକ କାଲିଫର୍ଣ୍ଣଆରେ ବାସ କରନ୍ତି । ସେମାନଙ୍କ ଜନସଂଖ୍ୟା ପ୍ରାୟ ୯.୬ ଲକ୍ଷ । ଟେକ୍ସାସରେ ୫.୭ ଲକ୍ଷ, ନ୍ୟୁ ଜର୍ସିରେ ୪.୪ ଲକ୍ଷ, ନ୍ୟୁୟର୍କରେ ୩.୯ ଲକ୍ଷ ଏବଂ ଇଲିନୋଇସରେ ୨.୭ ଲକ୍ଷ ଭାରତୀୟ ବଂଶୋଦ୍ଭବ ଲୋକ ବାସ କରନ୍ତି । ନ୍ୟୁୟର୍କରେ ୭.୧ ଲକ୍ଷ, ଡାଲାସରେ ୨.୭ ଲକ୍ଷ ଏବଂ ସାନ ଫ୍ରାନ୍ସିସ୍କୋରେ ୨.୬ ଲକ୍ଷ ଭାରତୀୟ ବଂଶୋଦ୍ଭବ ବାସ କରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.