ପ୍ରମୂଖ ଖବର
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

କୁରାନ ଏବଂ ହଦିସ ମାନ୍ୟତାକୁ ନେଇ ତାଲିବାନ କ୍ୟାବିନେଟରେ ହଙ୍ଗାମ; ଧାର୍ମିକ ସ୍କୁଲରେ ପଢ଼ି ପାରିବେ ନାହିଁ ଝିଅ

Published By : Anindita Ratha | August 21, 2025 12:38 PM

ନୂଆଦିଲ୍ଲୀ,୨୧/୦୮: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବାର ୪ ବର୍ଷ ବିତିଗଲାଣି । ଆଉ ଏହି ଚାରି ବର୍ଷ ମଧ୍ୟରେ,ତାଲିବାନ ସରକାର ମହିଳାଙ୍କ ଅନେକ ମୌଳିକ ଅଧିକାରକୁ ନିଷିଦ୍ଧ କରିଛନ୍ତି । ୨୦୨୧ ମସିହାରେ ତାଲିବାନ କ୍ଷମତା ଗ୍ରହଣ କରିବା ପରଠାରୁ, ମିଡିଲ ସ୍କୁଲ, ହାଇସ୍କୁଲ ଏବଂ ବିଶ୍ୱବିଦ୍ୟାଳୟର ଦ୍ୱାର ଝିଅମାନଙ୍କ ପାଇଁ ବନ୍ଦ କରି ଦିଆଯାଇଥିଲା। ଆଉ ଏବେ ଏକ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି। ଯାହା ଅନୁଯାୟୀ ଧାର୍ମିକ ଶିକ୍ଷା ଅର୍ଥାତ୍ ମଦ୍ରାସାରେ ମଧ୍ୟ ଝିଅ ଏବଂ ମହିଳାଙ୍କ ଶିକ୍ଷାରେ ପ୍ରତିବନ୍ଧକ ଲଗାଯାଇଛି । 

ରିପୋର୍ଟ ଅନୁଯାୟୀ, ତାଲିବାନ ନେତା ହିବାତୁଲ୍ଲା ଆଖୁନ୍ଦଜାଦା ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ ସପ୍ତାହରେ କାନ୍ଦାହାରରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଖୁନ୍ଦଜାଦା ଶିକ୍ଷା ମନ୍ତ୍ରଣାଳୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରଣାଳୟକୁ ବଡ଼ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଧାର୍ମିକ ବିଦ୍ୟାଳୟରେ ମହିଳାମାନଙ୍କ ପ୍ରବେଶକୁ ଧୀରେ ଧୀରେ ବନ୍ଦ କରିବାକୁ କୁହାଯାଇଥିଲା । କ୍ୟାବିନେଟର ପ୍ରଥମ ପଦକ୍ଷେପ ଥିଲା ମହିଳାଙ୍କୁ ଆଉ ସ୍ନାତକ ପ୍ରମାଣପତ୍ର ଦିଆଯିବ ନାହିଁ। କୁହାଯାଉଛି ଯେ ଆଖୁନ୍ଦଜାଦା ଜାଣିଥିଲେ ଯେ ଅନେକ ଧାର୍ମିକ ବିଦ୍ୟାଳୟରେ କେବଳ ଇସଲାମିକ୍ ଶିକ୍ଷା ନୁହେଁ ବରଂ ଗଣିତ, ବିଜ୍ଞାନ ଏବଂ ଭାଷା ମଧ୍ୟ ପଢ଼ାଯାଉଛି । ସେଥିପାଇଁ ସେ ଏହି କଠୋର ନିଷ୍ପତ୍ତି ନେଇଛନ୍ତି । ଏହି ଆଦେଶକୁ ନେଇ ତାଲିବାନ କ୍ୟାବିନେଟରେ ରାଜନୀତି ଜୋର ଧରିଛି। କିଛି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ସେମାନେ ଚଳିତ ବର୍ଷ ବାଳିକା ବିଦ୍ୟାଳୟ ଖୋଲିବାକୁ ଆଶା ରଖିଥିଲେ ।

ପ୍ରକାଶ ଥାଉକି, ୧୫ ଅଗଷ୍ଟ ୨୦୨୧ରେ ଆମେରିକୀୟ ସେନା ପ୍ରତ୍ୟାହାର ପରେ, ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲା ଏବଂ ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ ଘଟିଥିଲା। କିନ୍ତୁ କ୍ଷମତାକୁ ଆସିବା ପରେ ସେମାନେ ଶରିଆ ଆଇନ କାର୍ଯ୍ୟକାରୀ କଲେ। ଏହା ଅଧୀନରେ, ମହିଳା ଏବଂ ଝିଅମାନଙ୍କ ଉପରେ କଠିନ ପ୍ରତିବନ୍ଧକ ଲଗାଗଲା। ଷଷ୍ଠ ଶ୍ରେଣୀ ପରେ ଶିକ୍ଷା ବନ୍ଦ କରିବା ସହ ଚାକିରି ସୁଯୋଗ ପ୍ରାୟ ଶେଷ ହୋଇଗଲା ଏବଂ ଘରୁ ବାହାରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଗଲା। ଜାତିସଂଘ, ମାନବାଧିକାର ସଂଗଠନ ଏବଂ ଅନେକ ଦେଶ ତାଲିବାନର ଏହି ମନୋଭାବକୁ ନିନ୍ଦା କରୁଥିବା ବେଳେ କିନ୍ତୁ ଏପର୍ଯ୍ୟନ୍ତ ପରିସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.