ପ୍ରମୂଖ ଖବର
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଚୀନ-ପାକ୍‌ର 'ଆଇରନ୍‌କ୍ଲାଡ଼ ବନ୍ଧୁତା', ସିପିଇସି ୨.୦ର ଘୋଷଣା, ଜାଣନ୍ତୁ ଭାରତ ପାଇଁ କ'ଣ ଟେନ୍‌ସନ୍‌ ?

Published By : Ankita S | August 22, 2025 12:10 PM

ନୂଆଦିଲ୍ଲୀ,୨୨/୦୮: ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତ ପରେ ପାକିସ୍ତାନରେ ପହଞ୍ଚିଛନ୍ତି । ସେ ଗୁରୁବାର ପାକ୍‌ ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ଉଦ୍ୟୋଗ, କୃଷି ଏବଂ ଖଣି ବିଷୟରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବାକୁ ସହମତି ହୋଇଛି । ଇଶାକ ଡାର ଏବଂ ୱିଙ୍ଗଙ୍କ ଏହି ସାକ୍ଷାତ ପାକ୍‌ ଓ ଚୀନ ମଧ୍ୟରେ ସମ୍ପର୍କ ଆହୁରି ଅଧିକ ମଜବୁତ ହେବା କୁହାଯାଉଛି । ମାତ୍ର ଭାରତ ପାଇଁ ଏହା ଟେନ୍‌ସନ୍‌ ହୋଇପାରେ ।

ଚୀନ୍‌- ପାକିସ୍ତାନ ବନ୍ଧୁତା- ପାକ୍ ଏବଂ ଚୀନ୍ ମଧ୍ୟରେ ବନ୍ଧୁତା ଆହୁରି ଗଭୀର ହେଉଛି । ଏଫଓ କହିଛି, "ଦୁଇ ପକ୍ଷ ପାକିସ୍ତାନ-ଚୀନ୍ ସମ୍ପର୍କର ସମ୍ପୂର୍ଣ୍ଣ ପରିସର ସମୀକ୍ଷା କରିଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସର୍ବକାଳୀନ ରଣନୈତିକ ସହଯୋଗ ସହଭାଗୀତାକୁ ଗୁରୁତ୍ୱ ଦେଇ, ଡାର୍ ଏବଂ ୱାଙ୍ଗ ସହମତ ହୋଇଛନ୍ତି ଯେ ପାକିସ୍ତାନ-ଚୀନ୍ ବନ୍ଧୁତା ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁଇ ଦେଶର ପ୍ରଗତି ଏବଂ ସମୃଦ୍ଧି ପାଇଁ ମଧ୍ୟ ଅପରିହାର୍ଯ୍ୟ । ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ମଞ୍ଚରେ ଘନିଷ୍ଠ ସମନ୍ୱୟ ଏବଂ ଯୋଗାଯୋଗ ଜାରି ରଖିବାକୁ ମଧ୍ୟ ରାଜି ହୋଇଛନ୍ତି। "

ପାକିସ୍ତାନର ଆର୍ଥିକ ସ୍ଥିତି ମଜବୁତ କରିବାକୁ ସାହାଯ୍ୟ କରିବ ଚୀନ- ବୈଠକ ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶକ ଡାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୱାଙ୍ଗ ପାକିସ୍ତାନର ଆର୍ଥିକ ଶକ୍ତି ବୃଦ୍ଧି ପାଇଁ ସମର୍ଥନ ପ୍ରକାଶ କରିଛନ୍ତି । ଉଭୟ ପକ୍ଷର ବର୍ତ୍ତମାନର ପ୍ରାଥମିକତା ହେଉଛି ସିବିଇସିର ଉନ୍ନତ ସଂସ୍କରଣର ବିକାଶ । ଦୁଇ ଦେଶ ଗ୍ୱାଦର ବନ୍ଦରର ବିକାଶ ଏବଂ ପରିଚାଳନାରେ ମଧ୍ୟ ମିଳିତ ଭାବରେ ସହଯୋଗ କରିବେ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ।

ବୈଦେଶିକ କାର୍ଯ୍ୟାଳୟ କହିଛି ଯେ, ଇସଲାମାବାଦରେ ବୈଦେଶିକ ମନ୍ତ୍ରୀଙ୍କ ଷଷ୍ଠ ପର୍ଯ୍ୟାୟ ରଣନୈତିକ ଆଲୋଚନା ସମୟରେ, ଦୁଇ ନେତା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ୨.୦, ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ, ଦ୍ବିପାକ୍ଷିକ ସହଯୋଗ ଏବଂ ଦୁଇ ଦେଶ ମଧ୍ୟରେ ଲୋକ-ଜନ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସହଯୋଗର ଅନେକ ଦିଗ ଉପରେ ଆଲୋଚନା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.