ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଚୀନରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ; ୧୨ ଶ୍ରମିକ ମୃତ, ନିଖୋଜ ଲୋକଙ୍କୁ ଖୋଜୁଛି ରୋବଟ୍

Published By : Tapas Panda | August 23, 2025 4:59 PM

Image Courtesy: navbharattimes

ବେଜିଂ: ଚୀନରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି । ଫଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ପୋଲ ଚୀନର ଏକ ପ୍ରମୁଖ ନଦୀ ଉପରେ ନିର୍ମାଣ କରାଯାଉଛି । ଶୁକ୍ରବାର ସକାଳେ ନିର୍ମାଣାଧୀନ ପୋଲର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଚାରି ଜଣ ଶ୍ରମିକ ନିଖୋଜ ଅଛନ୍ତି । ଚୀନ୍ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ, ଦୁର୍ଘଟଣା ସମୟରେ ପୋଲ ଉପରେ କେବଳ ୧୬ ଜଣ ଲୋକ ଥିଲେ । ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତଦେହ ମିଳିଛି । ବାକି ଚାରି ଜଣଙ୍କ ବଞ୍ଚିବାର ଆଶା ବହୁତ କମ୍ ବୋଲି ଆଶଙ୍କା କରାଯାଉଛି। 

ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ରୋବଟ୍ ବ୍ୟବହାର କରାଯାଉଛି । ଦୁର୍ଘଟଣା ସ୍ଥଳର ଫଟୋ ପୁଲିସ ସେୟାର କରିଛି । ଏହି ଫଟୋଗୁଡ଼ିକରେ, ସେତୁର ମଧ୍ୟଭାଗର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । ପୋଲର ଉଭୟ ପାର୍ଶ୍ୱ ଝୁଲି ରହିଛି । ଜିନହୁଆ ନ୍ୟୁଜ ଅନୁଯାୟୀ, ଶୁକ୍ରବାର ଭୋର ୩ଟାରେ ଉତ୍ତର-ପଶ୍ଚିମ ଚୀନର କିଙ୍ଗହାଇ ପ୍ରଦେଶରେ ଏହି ସେତୁ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ପୋଲ ଉପରେ ଥିବା ୧୬ ଜଣ ଶ୍ରମିକ ନଦୀକୁ ଖସିପଡ଼ିଥିଲେ । ଏହା ପରେ, ଶ୍ରମିକମାନଙ୍କୁ ଖୋଜିବା ପାଇଁ ଡଙ୍ଗା, ହେଲିକପ୍ଟର ଏବଂ ରୋବଟ୍ ବ୍ୟବହାର କରାଯାଇଥିଲା । ଏପର୍ଯ୍ୟନ୍ତ କେହି ବଞ୍ଚିଥିବାର କୌଣସି ଖବର ନାହିଁ । 

ଚୀନ୍‌ରେ ଦୁର୍ଘଟଣାର ଶିକାର ହୋଇଥିବା ସେତୁଟି ୧.୬ କିଲୋମିଟର ଲମ୍ବା । ଏହା ନଦୀ ପୃଷ୍ଠରୁ ୧୮୦ ଫୁଟ ଉଚ୍ଚ । ବଡ଼ ସେତୁ ନିର୍ମାଣ ପାଇଁ ଚୀନ୍‌ ସାରା ବିଶ୍ୱରେ ପ୍ରସିଦ୍ଧ । ଚୀନ୍‌ର ଇଞ୍ଜିନିୟରମାନେ ଏପରି ଅନେକ ସେତୁ ନିର୍ମାଣ କରିଛନ୍ତି । ସାରା ବିଶ୍ୱରେ ଏସବୁ ବ୍ରିଜ୍‌ର ସ୍ୱତନ୍ତ୍ର ପରିଚୟ ରହିଛି । ବିଶ୍ୱର ସବୁଠାରୁ ଉଚ୍ଚ ଏବଂ ଲମ୍ବା ସେତୁ ନିର୍ମାଣ କରିବାର ରେକର୍ଡ ମଧ୍ୟ ଚୀନ୍‌ର ପାଖରେ ଅଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.