ପ୍ରମୂଖ ଖବର
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ

Published By : Ankita S | August 23, 2025 9:22 AM

ଡେରାଡୁନ,୨୩/୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇଲେ । ଏହାପରେ ଋଷଠୁ ତେଲ କ୍ରୟ କରୁଥିବାକୁ ଅଗଷ୍ଟ ୨୫ରୁ ଏହାକୁ ୫୦ ପ୍ରତିଶତ କରିବାକୁ କହିଲେ । ଟାରିପ୍ ୱାର ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଉ ଏକ ବଡ଼ ଘୋଷଣା କରିଛନ୍ତି । ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ସର୍ଜିଓ ଗୋର ହେବେ ଭାରତରେ ୨୬ ତମ ଆମେରିକୀୟ ରାଷ୍ଟ୍ରଦୂତ । ଏହି ନିଯୁକ୍ତି ଏମିତି ସମୟରେ ହୋଇଛି, ଯେବେ ଭାରତ ଏବଂ ଆମେରିକା ସମ୍ପର୍କ ସ୍ଥିତି ଭଲ ନାହିଁ । ସର୍ଗିଓ ଗୋର୍ ଭାରତରେ ଆମେରିକାର ରାଷ୍ଟ୍ରଦୂତ ହେବା ସହିତ ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆମେରିକାର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ରହିବେ । ସେ ବର୍ତ୍ତମାନ ହ୍ୱାଇଟ୍ ହାଉସ୍‌ର ପ୍ରେସିଡେଣ୍ଟାଲ ପର୍ସନାଲ ଆଫିସ୍‌ର ଡାଇରେକ୍ଟର ରହିଛନ୍ତି । 

କହି ରଖୁଛୁ ଯେ ସର୍ଗିଓ ଗୋର୍ ଦୀର୍ଘ ସମୟ ଧରି ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ରାଜନୈତିକ ଏବଂ ବ୍ୟକ୍ତିଗତ ବିଶ୍ୱାସପାତ୍ର ରହି ଆସିଛନ୍ତି । ସେ ରାଷ୍ଟ୍ରପତି ନିର୍ବାଚନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଏକ ବଡ଼ ରାଜନୈତିକ କାର୍ଯ୍ୟ କମିଟିର ନେତୃତ୍ୱ ନେଇଥିଲେ। ରାଷ୍ଟ୍ରପତି ହେବା ପରେ, ଟ୍ରମ୍ପ ତାଙ୍କୁ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଥିଲେ। ଗୋର୍ ଟ୍ରମ୍ପ ପ୍ରଶାସନ ପାଇଁ କର୍ମଚାରୀ ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। 

ଭାରତର ରାଷ୍ଟ୍ରଦୂତ ଭାବରେ ଗୋର୍‌ଙ୍କ ନିଯୁକ୍ତିକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି । ଆମେରିକା ୧୯୯୦ ମସିହାରୁ ଏକ ଅଂଶୀଦାର ଭାବରେ ଭାରତକୁ ପ୍ରାଥମିକତା ଦେଇ ଆସୁଛି। କିନ୍ତୁ ସାମ୍ପ୍ରତିକ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିଛି । ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ଭାରତ ଉପରେ ଚାପ ପକାଇବା ପାଇଁ ଋଷ ଉପରେ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସର୍ଗିଓ ଗୋର୍ କିଏ ? ସର୍ଗିଓ ଗୋର୍ ଉଜବେକିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ଯେବେ ଏହା ସୋଭିଏତ୍ ୟୁନିଅନର ଅଂଶ ଥିଲା । ପରେ ତାଙ୍କ ପରିବାର ମାଲ୍ଟାକୁ ଚାଲିଯାଇଥିଲେ। ସେ ଆମେରିକାରେ ପାଠପଢ଼ା ଶେଷ କରିଥିଲେ । ତା’ପରେ ରିପବ୍ଲିକାନ୍ ପାର୍ଟି ରାଜନୀତିରେ ସକ୍ରିୟ ହୋଇଥିଲେ ।  ଟ୍ରମ୍ପଙ୍କ ସହ ତାଙ୍କର ଘନିଷ୍ଠତା ବହୁତ ପୁରୁଣା । ଏବେ ସେନେଟ୍ ତାଙ୍କ ରାଷ୍ଟ୍ରଦୂତ ନିଯୁକ୍ତିକୁ ଅନୁମୋଦନ ନ କରିବା ପର୍ଯ୍ୟନ୍ତ, ସେ ତାଙ୍କର ପୁରୁଣା ପଦବୀରେ ରହିବେ ।

'ସାପ' କହିଥିଲେ ଏଲନ୍‌ ମସ୍କ- ସର୍ଗିଓ ଗୋର୍‌ ଜେରେଡ଼ ଆଇଜେକମେକର ନାସାର ପ୍ରମୁଖ ଭାବେ ନୋମିନେସନ୍‌ ଅଟକାଇବା ଭୂମିକା ତୁଲାଇଥିଲେ । ଏହି ନୋମିନେସନ ମସ୍କଙ୍କ ସମର୍ଥନରେ ହୋଇଥିଲା । ହେଲେ ଟ୍ରମ୍ପ ଏହାକୁ ରଦ୍ଦ କରି ଦେଇଥିଲେ । ଏହାପରେ ଟ୍ରମ୍ପ କହିଥିଲେ ଯେ ଏଲନ୍ ମସ୍କ ଏହି ନିଷ୍ପତ୍ତିରେ ରାଗି ଯାଇଥିଲେ । ଏହାପରେ ମସ୍କ ସୋସିଆଲ ମଡିଆ ପ୍ଲାଟଫର୍ମ ଏକ୍ସରେ ସର୍ଗିଓ ଗୋର୍‌ଙ୍କୁ 'ସାପ' ବୋଲି କହି ଟାର୍ଗେଟ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.