ନୂଆଦିଲ୍ଲୀ, ୨୩।୮: ବାସ୍ତବ ରୂପ ନେବ ଇତିହାସ । ପୃଥିବୀକୁ ଫେରିବେ ବିଲୁପ୍ତ ପ୍ରାଣୀ । ସବୁଜ ଗୃହକୁ ଫେରିବେ ଡାଇନୋସର । ଜୀବନ ସନ୍ଧାନରେ ନିୟୋଜିତ ରୋଭରକୁ ବଡ଼ ସଫଳତା ମିଳିଛି । ଏଭଳି ଆବିଷ୍କାର ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ରହସ୍ୟମୟ ମଙ୍ଗଳ ଗ୍ରହର ପୃଷ୍ଠଭୂମିରେ ଡାଇନୋସର ଅଣ୍ଡାର ଚିହ୍ନ ଆବିଷ୍କାର ହୋଇଛି । ଆଗକୁ ପୁଣି ସୃଷ୍ଟି ହେବ କି ଡାଇନୋସର ପ୍ରଜାତିର ଜୀବ ?
ରହସ୍ୟମୟ ଗ୍ରହ ମଙ୍ଗଳ ଉପରେ କାହିଁ କେଉଁ କାଳରୁ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ନାସାର ଅନୁସନ୍ଧାନକାରୀ ରୋଭରକୁ ମଙ୍ଗଳ ଗ୍ରହରେ ଡାଇନୋସରର ଅଣ୍ଡାର ଚିହ୍ନ ମିଳିଛି । ଏହି ଚିହ୍ନ ମଙ୍ଗଳ ପୃଷ୍ଠରେ ଦେଖାଯାଇଛି । ଯାହା ଡାଇନୋସରର ଅଣ୍ଡା ଭଳି ଦେଖାଯାଉଛି । ଅନୁସନ୍ଧାନକାରୀ ରୋଭରର ଏହି ସନ୍ଧାନ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଆବିଷ୍କାର ମାଉଣ୍ଟ ଶାର୍ପର ଢାଲ ଗେଡେସ ଭାଲିସ ରିଜର 'ଦି ବକ୍ସୱାର୍କ୍ସ' ନାମକ ଏକ ଅଞ୍ଚଳରେ କରାଯାଇଛି । ମଙ୍ଗଳ ପୃଷ୍ଠରେ ଫାଟ ଏବଂ ଧାର ରହିଛି । କାରଣ ପୂର୍ବରୁ ମଙ୍ଗଳ ଗ୍ରହରେ ନଦୀ ଏବଂ ହ୍ରଦ ପ୍ରବାହିତ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି । ମଙ୍ଗଳ ପୃଷ୍ଠରେ ବହୁ ବର୍ଷ ଆଗରୁ ପାଣି ଥିଲା ବୋଲି ଜଣାପଡ଼େ । ଏହି ପାଣି ସମୟକ୍ରମେ ଶୁଖିଯାଇଛି ।
ଅନୁସନ୍ଧାରକାରୀ ରୋଭର ଏହାର ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଉପକରଣ ସାହାଯ୍ୟରେ ମଙ୍ଗଳ ଗ୍ରହର ପୃଷ୍ଠକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରୁଛି । ମାଷ୍ଟକ୍ୟାମ ଏହି ଅଞ୍ଚଳର ଫଟୋ ଉଠାଉଛି । ଅନ୍ୟପଟେ କେମକ୍ୟାମ ପଥରଗୁଡ଼ିକର ରାସାୟନିକ ଗଠନ ବିଶ୍ଳେଷଣ କରୁଛି । ଏହା ବ୍ୟତୀତ, ପୃଷ୍ଠର ଅଣୁବୀକ୍ଷଣିକ ଗଠନକୁ କଏଦ୍ କରିବା ପାଇଁ MAHLI ଏବଂ APXS ଭଳି ଉପକରଣ ବ୍ୟବହାର କରାଯାଉଛି । ବିଶେଷ କଥା ହେଉଛି ବୈଜ୍ଞାନିକମାନେ ଏହି ବାକ୍ସ ଆକୃତିର ପଥରଗୁଡ଼ିକୁ ପୃଥିବୀର ହାଇଡ୍ରୋଥର୍ମାଲ ପ୍ରକ୍ରିୟା ସହିତ ତୁଳନା କରୁଛନ୍ତି, ଯେଉଁଠାରେ ଗରମ ପାଣି ଏବଂ ଖଣିଜ ପଦାର୍ଥର କାର୍ଯ୍ୟକଳାପ ଯୋଗୁଁ ଏଭଳି ପଥର ସୃଷ୍ଟି ହୋଇଥାଏ । ଏହି ପଥର ମଙ୍ଗଳ ଗ୍ରହର ଇତିହାସ ବିଷୟରେ ସନ୍ଧାନ କରିବାରେ ସହାୟ ହେବ ।
ତେବେ ଏହି ମିଶନର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ? ନାସାର ଅନୁସନ୍ଧାରକାରୀ ରୋଭର ଏବେ ମଙ୍ଗଳଗ୍ରହର ପୃଷ୍ଠଭୂମିରେ ଥିବା ଫାଟ ଉପରେ ବିଶ୍ଳେଷଣ କରିବ । ପରେ ଏହା କୁକେନାନକୁ ଚାଲିଯିବ । ଏହି ରୋଭରର ପ୍ରତ୍ୟେକ ପଦକ୍ଷେପ ପ୍ରାଚୀନ ମଙ୍ଗଳ ଗ୍ରହ କିପରି ବିକଶିତ ହୋଇଥିଲା ସେ ବିଷୟରେ ବୈଜ୍ଞାନିକଙ୍କୁ ପ୍ରମାଣ ଦେବ ।