ପ୍ରମୂଖ ଖବର
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଭାଇଙ୍କ ଠାରୁ ଆହୁରି ଭୟଙ୍କର, ଉତ୍ତରକୋରିଆର ପରମାଣୁ ପ୍ଲାନ୍ ବିଷୟରେ ଏମିତି କହିଲେ କିମ୍‌ଙ୍କ ଭଉଣୀ…

Published By : Prameya | April 9, 2025 4:50 PM

Image source: LiveHindustan

ନୂଆଦିଲ୍ଲୀ: ଉତ୍ତର କୋରିଆର ଶକ୍ତିଶାଳୀ ନେତା କିମ୍ ଜୋଙ୍ଗ ଉନଙ୍କ ଭଉଣୀ ଏକ ବଡ଼ ବୟାନ ଦେଇଛନ୍ତି। ତାଙ୍କ ଦେଶକୁ ପରମାଣୁ ଅସ୍ତ୍ରମୁକ୍ତ କରିବା ପାଇଁ ତାଙ୍କ ସଂକଳ୍ପକୁ ନେଇ ଆମେରିକା ଏବଂ ଏସୀୟ ସହଯୋଗୀ ମାନଙ୍କୁ ଟାର୍ଗେଟ କରିଛନ୍ତି କିମ୍ ୟୋ ଜଙ୍ଗ । କିମ୍ ୟୋ ଜଙ୍ଗ ଏହାକୁ ଏକ 'ସ୍ୱପ୍ନ' ବୋଲି ବର୍ଣ୍ଣନା କରିଛନ୍ତି।

କିମ୍ ୟୋ ଜୋଙ୍ଗ କହିଛନ୍ତି ଯେ, ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରସାର ଏବଂ ସଂରକ୍ଷଣ ଉତ୍ତର କୋରିଆର ସମ୍ବିଧାନରେ ଅନ୍ତର୍ଭୁକ୍ତ। ସେ କହିଛନ୍ତି ଯେ ଉତ୍ତର କୋରିଆକୁ ପରମାଣୁ ଅସ୍ତ୍ରଶସ୍ତ୍ର ଠାରୁ ମୁକ୍ତ କରିବା ସମ୍ପର୍କରେ ଯେକୌଣସି ବାହ୍ୟ ଆଲୋଚନା ଏକ "ଅତ୍ୟନ୍ତ ଶତ୍ରୁତାପୂର୍ଣ୍ଣ କାର୍ଯ୍ୟ" ଏବଂ ଦେଶର ସାର୍ବଭୌମତ୍ୱକୁ ତଳକୁ ନେବା ଭଳି କାର୍ଯ୍ୟ ସହ ସମାନ। 

ସରକାରୀ ଗଣମାଧ୍ୟମରେ ପ୍ରକାଶିତ ଏବଂ ପ୍ରସାରିତ ଏକ ବିବୃତ୍ତିରେ କିମ୍ ୟୋ ଜୋଙ୍ଗ କହିଛନ୍ତି, "ଯଦି ଆମେରିକା ଏବଂ ଏହାର ସହଯୋଗୀ ମାନେ ପରମାଣୁ ନିରସ୍ତ୍ରୀକରଣ ଉପରେ ଜିଦ୍ ଧରି ରଖନ୍ତି,ତେବେ ଏହା କେବଳ ଉତ୍ତର କୋରିଆକୁ ଲାଭ ଦେବ। ଉତ୍ତର କୋରିଆ ଆତ୍ମରକ୍ଷା ପାଇଁ ସବୁଠାରୁ ଶକ୍ତିଶାଳୀ ପରମାଣୁ ଅସ୍ତ୍ର ନିର୍ମାଣ କରିବ।" ସେ କହିଛନ୍ତି ଯେ ଉତ୍ତର କୋରିଆର ପରମାଣୁ ଅସ୍ତ୍ର ସ୍ଥିତିକୁ "ଯେକୌଣସି ପରିମାଣର ଭୌତିକ ଶକ୍ତି କିମ୍ବା ହେରଫେର ଦ୍ୱାରା କେବେବି ପରିବର୍ତ୍ତନ କରାଯାଇପାରିବ ନାହିଁ।

ଗତ ସପ୍ତାହରେ, ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନର ଶୀର୍ଷ କୂଟନୀତିଜ୍ଞ ମାନେ ଉତ୍ତର କୋରିଆକୁ ପରମାଣୁ ମୁକ୍ତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ପାଇଁ ଏକତ୍ରିତ ହୋଇଥିଲେ। ଆଉ ଏବେ କିମ୍ ୟୋ ଜଙ୍ଗ୍ ଏ ସମ୍ପର୍କରେ ଏହି ପ୍ରତିକ୍ରିୟା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.