ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଜେଲ୍‌ରୁ ବାହାରିଲେ ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ୩ ଦିନିଆ ଅନ୍ତରୀଣ ଜାମିନ ମିଳିଛି

ଖୋର୍ଦ୍ଧା ୯/୦୬: ଜେଲ୍‌ରୁ ବାହାରିଲେ ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତିନି ଦିନିଆ ସର୍ତ୍ତ ମୂଳକ ଅନ୍ତରୀଣ ଜାମିନ ମିଳିବା ପରେ ଖୋର୍ଦ୍ଧା ଜେଲ୍‌ରୁ ବାହାରିଛନ୍ତି  ପ୍ରଶାନ୍ତ ଜଗଦ୍ଦେବ । 

ଖୋର୍ଦ୍ଧା  ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୧ଙ୍କ  ଅନୁମତି କ୍ରମେ ପ୍ରଶାନ୍ତ ଜଗଦ୍ଦେବ ତିନି ଦିନ ପାଇଁ ଜାମିନ ପାଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୧୨ ତାରିଖରେ କୋର୍ଟରେ ହାଜର ହେବେ । ତେବେ ପ୍ରଶାନ୍ତ ଖୋର୍ଦ୍ଧା ଜେଲ୍‌ରୁ ମୁକୁଳିବା ପରେ ତାଙ୍କର ସମର୍ଥକମାନେ ଶୁଭେଚ୍ଛା ଜଣାଇବା ସହ ଏକ ବିଶାଳ ଶୋଭାଯାତ୍ରାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ସହର ପରିକ୍ରମା କରିଛନ୍ତି । ଶୋଭାଯାତ୍ରା ଖୋର୍ଦ୍ଧା ଜେଲ୍ ନିକଟରୁ ବାହାରି ଖୋର୍ଦ୍ଧା ନୂଆବସ୍ ଷ୍ଟାଣ୍ଡ ଦେଇ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

ସୂଚନାଥାଉକି, ଇଭିଏମ୍‌ ଭାଙ୍ଗିବା ମାମଲାରେ ଗିରଫ ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ଶରୀରରେ ରକ୍ତ ଶର୍କରା ପରିମାଣ ବଢ଼ିଯିବାରୁ ସେ ଗୁରୁତର  ହୋଇପଡ଼ିଥିଲେ । ତାଙ୍କୁ ଖୋର୍ଦ୍ଧା ପୁଲିସ୍‌  ଟିମ୍‌ ଏସ୍‌ସିବି ମେଡିସିନ୍‌ ବିଭାଗରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ଚିକିତ୍ସା ଲାଗି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା।ଜଗଦ୍ଦେବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ତାଙ୍କୁ ରବିବାର ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଥିଲା।  ପରେ ସେ ଖୋର୍ଦ୍ଧା ଜେଲରୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ତିନ ପାଇଁ ବାହାରକୁ ବାହିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.