ଜଳେଶ୍ୱର, ୨୩।୬: ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ଡି ଛକ ନିକଟରେ । ରବିବାର ଭୋର ପାଖାପାଖି ୪ଟା ସମୟରେ ବସ୍ତା ହସ୍ପିଟାଲରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଆଗରେ ଯାଉଥିବା ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଦେବାରୁ ଆମ୍ବୁଲାନ୍ସରେ ଥିବା ଅକ୍ସିଜେନ ଟାଙ୍କିଟି ବ୍ଲାଷ୍ଟ ହୋଇ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । ଆମ୍ବୁଲାନ୍ସରେ ଥିବା ରୋଗୀ ସହିତ ୪ ଜଣ ଗୁରୁତ୍ୱର ହୋଇଥିଲେ ।
ଖବର ପାଇ ରୁପ୍ସା ପୋଲିସ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ନେଇଥିଲେ । ଆହତଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ କଟକ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି । ବର୍ତ୍ତମାନ ପୋଲିସ ଆମ୍ବୁଲାନ୍ସ ଜବତ କରି ତଦନ୍ତ ଜାରି ରଖିଛି ।