ଫିରିଙ୍ଗିଆ,୨୩/୦୬ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଂଚାୟତ ଅଧୀନରେ ଥିବା ପତଖୋଲ ଛକ ନିକଟରୁ ଫୁଲବାଣୀ ସଦର ଅବକାରୀ ବିଭାଗ ରବିବାର ୭୫ କିଲୋ ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ତେବେ ସୂଚନା ଅନୁସାରେ ରବିବାର ସକାଳୁ ଦୁଇଜଣ ବ୍ୟକ୍ତି ଏହି ପତଖୋଲ ଗାଁ ଛକ ନିକଟରେ ଚାରୋଟି ଗଞ୍ଜେଇ ଭର୍ତ୍ତି ବସ୍ତା ରଖି ଚାଲାଣ କରିବା ପାଇଁ ଗାଡିକୁ ଅପେକ୍ଷା କରିଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ ଅବକାରୀ ବିଭାଗର କର୍ମଚାରୀ ମାନେ ମାଡ଼ିବସିଥିଲେ I ତେବେ ଗିରଫ ଦୁଇ ଅଭିଯୁକ୍ତ ସେହି ପତଖୋଲ ଗାଁର ସାନୁ ମହାକୁଡ଼ ଓ ସର୍ବେଶ୍ୱର ମହାକୁଡ଼ ବୋଲି ଜଣାପଡିଛି I ତେବେ ଜବତ ଗଞ୍ଜେଇ ବ୍ରହ୍ମପୁରକୁ ଚାଲାଣ କରାଯାଉଥିବା ଓ ଗିରଫ ଦୁଇ ଅଭଯୁକ୍ତ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ଜଣାପଡିଥିବା ବେଳେ ଏହି ଘଟଣାରେ ଫୁଲବାଣୀ ସଦର ଅବକାରୀ ବିଭାଗରେ 46/2014 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି I