ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଶିମିଳିପାଳ ଫେରିବେ ‘ମହେନ୍ଦ୍ର’, ‘ରାଜକୁମାର’ ହାତୀ, ଠିକଣା ପାଲଟିବ ଜେନାବିଲ ବନାଞ୍ଚଳ

ଠାକୁରମୁଣ୍ଡା/କରଞ୍ଜିଆ/ ଚଢ଼େଇଭୋଳ, ୨୩/୦୬: ଦୀର୍ଘ  ୬ ବର୍ଷର ପ୍ରତୀକ୍ଷା ଓ ବାରମ୍ବାର ଦାବି  ପରେ ଅନୁଗୁଳ ଜିଲ୍ଲା ସାତକୋଶିଆରୁ ଶିମିଳିପାଳକୁ ବାହୁଡ଼ିଛନ୍ତି ‘ମହେନ୍ଦ୍ର’  ଓ ‘ରାଜକୁମାର’ । ବନ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରକ୍ରିୟା ସରିବା ପରେ ଶନିବାର ଦୁଇ ପ୍ରଶିକ୍ଷିତ କୁମକୀ ହାତୀ ଏକ ହାଇୱାରେ କରଞ୍ଜିଆରେ ପହଞ୍ଚିଥିଲେ । ଦୁଇ ହାତୀଙ୍କୁ ଦେଖିବା ଲାଗି ପ୍ରବଳ  ଭିଡ଼ ଜମିଥିଲା । ତେଣୁ ସେମାନଙ୍କୁ  ସେଣ୍ଟ୍ରାଲ ନର୍ସରି ଓ ଠାକୁରମୁଣ୍ଡା  ରାସ୍ତାର ମହାବୀର ଛକ ନିକଟରେ  ସାମୟିକ ଅଟକାଯାଇଥିଲା । ଶରୀରକୁ  ଥଣ୍ଡା ରଖିବା ପାଇଁ ମହାବୀର ଛକରେ  ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇଥିଲା ।  ଅପରାହ୍ଣରେ ‘ମହେନ୍ଦ୍ର’ ଓ ‘ରାଜକୁମାର’  କେନ୍ଦୁମୁଣ୍ଡିରେ ପହଞ୍ଚି ବିଶ୍ରାମ ନେଇଛନ୍ତି ।  ରବିବାର ସେମାନଙ୍କୁ ଶିମିଳିପାଳ  ଅଭୟାରଣ୍ୟ ଅନ୍ତର୍ଗତ ଜେନାବିଲ  ବନାଞ୍ଚଳକୁ ନିଆଯିବ ବୋଲି ବନ ବିଭାଗର  ପଦସ୍ଥ ଅଧିକାରୀଙ୍କଠାରୁ ସୂଚନା ମିଳିଛି । 

ସୂଚନାଯୋଗ୍ୟ, ୨୦୧୮ ଜାନୁଆରୀ  ୨୬ରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ  ସହାୟତା ଯୋଗାଇବା ଲକ୍ଷ୍ୟରେ  ଶିମିଳିପାଳରୁ ତାଲିମପ୍ରାପ୍ତ ‘ମହେନ୍ଦ୍ର’  ଓ ‘ରାଜକୁମାର’ ଯାଇଥିଲେ । ୨୦୧୮  ଜୁନ ୨୧ରେ କାହ୍ନା ଜାତୀୟ ଉଦ୍ୟାନରୁ  ମହାବଳ ବାଘ ‘ମହାବୀର’ ଏବଂ  ଏହାର ସପ୍ତାହେ ପରେ ଜୁନ ୨୮ରେ  ବାନ୍ଧବଗଡ଼ ଜାତୀୟ ଉଦ୍ୟାନରୁ  ଆସିଥିଲା ବାଘୁଣୀ ‘ସୁନ୍ଦରୀ’ । ୯  ସପ୍ତାହ ପରେ ଶିକାରୀଙ୍କ ଫାଶରେ  ପଡ଼ି ‘ମହାବୀର’ର ମୃତ୍ୟୁ ଘଟିଥିଲା ।  ହିଂସ୍ର ହୋଇ ଉଠିଥିବା ‘ସୁନ୍ଦରୀ’ର  ଦୌରାତ୍ମ୍ୟରେ ଅତିଷ୍ଠ ହୋଇପଡ଼ିଥିଲେ  ସେଠାକାର ଲୋକେ । ପରେ ବାଘୁଣୀକୁ  ପୁନର୍ବାର ସ୍ୱତନ୍ତ୍ର କରିଡରରେ  ରଖାଯାଇଥିଲା । ଦୀର୍ଘଦିନ ଧରି ଆବଦ୍ଧ  ଅଞ୍ଚଳରେ ରହିବା ପରେ ‘ସୁନ୍ଦରୀ’କୁ  ଫେରାଇ ନିଆଯାଇଥିଲା । ସାତକୋଶିଆ  ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ  ହୋଇଯିବା ପରେ ବାଘଙ୍କ ଉପରେ  ନଜର ରଖିବା ଓ ପାଟ୍ରୋଲିଂରେ  ସହାୟତା ପାଇଁ ଯାଇଥିବା ‘ମହେନ୍ଦ୍ର’  ଏବଂ ‘ରାଜକୁମାର’ଙ୍କ କୌଣସି  ଆବଶ୍ୟକତା ନ ଥିଲା । ଗତ  ଫେବ୍ରୁଆରୀ ଶେଷ ସପ୍ତାହ ବେଳକୁ  ସାତକୋଶିଆରୁ ଦୁଇ କୁମ୍‌କୀ ହାତୀ  ଫେରିବେ ବୋଲି ବନ ବିଭାଗ  ସ୍ପଷ୍ଟ କରିଥିଲା । ତଥାପି ଦୁଇ  ହାତୀକୁ ସେମାନଙ୍କ ମୂଳ ପ୍ରାକୃତିକ  ଆବାସସ୍ଥଳକୁ ଫେରିବାକୁ ଅଧିକ ୪  ମାସ ସମୟ ଲାଗିଗଲା । 

ଶନିବାର ଦୁଇ କୁମ୍‌କୀ ହାତୀ  ହାଇୱାରେ କରଞ୍ଜିଆ ପହଞ୍ଚିବା ପରେ  ମହାବୀର ଛକ ନିକଟରେ ସାଢ଼େ  ୧୨ଟାରେ ଦମକଳ ଗାଡ଼ି ସହାୟତାରେ  ଗାଧୋଇବା ବ୍ୟବସ୍ଥା କରାଯାଇଥିଲା ।  ଅପରାହ୍ଣରେ କେନ୍ଦୁମୁଣ୍ଡିରେ ପହଞ୍ଚି  ବିଶ୍ରାମ ନେଇଛନ୍ତି । ହାତୀଙ୍କ ତଦାରଖ  ପାଇଁ ଡେପୁଟି ଡାଇରେକ୍ଟର ଡି.  ସାଇକିରଣଙ୍କ ସମେତ ବନ ବିଭାଗର ଅନ୍ୟ  ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.