ପ୍ରମୂଖ ଖବର
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ହାତୀ ପଲ ଆକ୍ରମଣରେ ଭାଙ୍ଗିଲା ଦୁଇଟି ଘର, ଦୁଇ ବର୍ଷ ଝିଅ ଓ ମା' ଗୁରୁତର

ମୋରଦା, ୨୩।୬: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନାହିଁ । ହାତୀ ଉପଦ୍ରବ ଏବଂ କ୍ଷୟକ୍ଷତିରେ ଲୋକଙ୍କ ଅସନ୍ତୋଷ ଏବେ ସୀମା ଟପିଲାଣି । ରବିବାର ଭୋର ୩ଟା ସମୟରେ ୨୬ ଟିକିଆ ହାତୀ ପଲ  ରାସଗୋବିନ୍ଦପୁର ରେଞ୍ଜ ଅଧିନ ଏହି ବ୍ଲକର ସାନମୁଣ୍ଡାବଣି ପଞ୍ଚାୟତର ବାଘାଝରଣ ଗ୍ରାମକୁ ୨୬ଟିକିଆ ହାତୀ ପଲ ପ୍ରବେଶ କରି ଦୁଇଟି ଘରକୁ ଆକ୍ରମଣ କରି ଭାଙ୍ଗି ଦେଇଥିବା ବେଳେ ଘରର ମାଟିକାନ୍ଥ ପଡ଼ି ମା’ ରଞ୍ଜିତା ନାୟକ ଓ ୨ ବର୍ଷ ଝିଅ ଇତିଶ୍ରୀ ନାୟକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ରଞ୍ଜିତାଙ୍କ ଗୋଡ଼ ଭାଙ୍ଗିଯାଇଥିବା କହିଛନ୍ତି ପରିବାର ।

ତେବେ ହାତୀପଲ ଗର୍ଜନ ଶୁଣି ପଡ଼ିଶା ଲୋକେ ଏଣେ ତେଣେ ଦୌଡ଼ି ପଳାଇଥିଲେ । କିଛି ସମୟପରେ ହାତୀ ପଲ ପଳାଇବା ପରେ ସ୍ଥାନୀୟ ଲୋକେ ଘରକାନ୍ଥ ତଳେ ଚାପି ହୋଇ ରହିଥିବା ମା’ ଓ ଝିଅଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଡାକି ମେଡିକାଲ ପଠାଯାଇଥିବା ଜଣାପଡ଼ିଛି । ବହୁ ପରେ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ଅଭିଯୋଗ ହୋଇଛି । ଯଦି ପୂର୍ବରୁ ଉକ୍ତ ଅଞ୍ଚଳରେ ହାତୀ ପଲ ଥିଲା କାହିଁକି ବନବିଭାଗ ପକ୍ଷରୁ ସୂଚନା ଦିଆଗଲାନାହିଁ ବୋଲି ଅଭିଯୋଗ ହୋଇଛି । ବାରମ୍ବାର ବିଭିନ୍ନ ଅଘଟଣ ଘଟୁଛି ତେଣୁ ଏହାର ସ୍ଥାୟୀ ସମାଧାନ କିପରି ହେବ ଏନେଇ ଜନସାଧାରଣଙ୍କ ସରକାର ନିଶ୍ଚିତ ପଦକ୍ଷେପ ନେବା ସହିତ ମୁଁ ନିଶ୍ଚିତ ଭାବେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମାଧାନ ପାଇଁ ବାଟ ଖୋଲିବି ବୋଲି କହିଛନ୍ତି ମୋରଡ଼ା ବିଧାୟକ ତଥା ନଗର ଉନ୍ନୟନ ଓ ଗୃହ ବିଭାଗର ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.