ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ସ୍ୱାସ୍ଥ୍ୟସେବାର ସମୀକ୍ଷା କଲେ ଚିତ୍ରକୋଣ୍ଡାର ନବାଗତ ବିଧାୟକ

ମାଲକାନଗିରି,୭/୬: ସାପ କାମୁଡାରେ ଅସୁସ୍ଥ ହୋଇ ଚିତ୍ରକୋଣ୍ଡାର ନବ ନିର୍ବାଚିତ ବିଧାୟକ ମଙ୍ଗୁଖିଲ ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ସେ ସୁସ୍ଥ ହୋଇ ଘରକୁ ଯିବା ପୂର୍ବରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଓ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି । 

ଚିତ୍ରକୋଣ୍ଡା ନବାଗତ ବିଧାୟକ ଚଳିତ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରେ ନିର୍ବାଚିତ ହୋଇଥିବା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ବିଧାୟକ ଭାବେ ଶପଥ ପାଠ କରିବା ପୂର୍ବରୁ ହିଁ ଲୋକଙ୍କ ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ସ୍ୱାସ୍ଥ୍ୟ ଶିକ୍ଷା ଓ ଜନ ସେବାରେ ନିଜକୁ ବ୍ରତୀ ରଖିବାକୁ କହିଥିବା ମଙ୍ଗୁଙ୍କୁ ଗତ ବୁଧବାର ରାତିରେ ସର୍ପଘାତ ହୋଇଥିଲା । ଫଳରେ ସେ ପ୍ରଥମେ କୁଡ଼ୁମୁଲୁଗୁମା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ତେବେ ସେ ଆଜି ସୁସ୍ଥ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି । ରୋଗୀଙ୍କୁ କିପରି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ସେ ନେଇ ସେ ମେଡ଼ିକାଲ ଅଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରି ରୋଗୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । 

ଏହାସହ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ପେୟ, ଔଷଧ ଓ ଅନ୍ୟାନ୍ୟ ସୁବିଧାକୁ ମଧ୍ୟ ପରଖିଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ବିଭାଗରେ ଡାକ୍ତରଙ୍କ ସଂଖ୍ୟା କମ ରହିଥିବା ଅନେକ ବିଭାଗରେ କର୍ମଚାରୀ ଅବହେଳା ଥିବା ସେ ପରିଲିଖିତ କରିଥିଲେ । ତେବେ କିପରି ଯଥାଶୀଘ୍ର ଚିକିତ୍ସାଳୟରେ ଆଗାମୀ ଦିନରେ ଏହି ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ହେବ ସେନେଇ ସେ ପଦକ୍ଷେପ ନେବେ ଓ ବିଧାନସଭା ରେ ଦାବି ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.