ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

FasTagର ନୂଆ ନିୟମ ଲାଗୁ, ନିୟମ ଉଲଙ୍ଘନ କଲେ ଗଣିବେ ମୋଟା ଅଙ୍କର ତଣ୍ଡ

Published By : Prameya | February 17, 2025 3:38 PM

ନୂଆଦିଲ୍ଲୀ, ୧୭।୨: ଲାଗୁ ହେଲା FasTagର ନୂଆ ନିୟମ । FasTag ସହ ଜଡ଼ିତ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଓ ସଡ଼କ ପରିବହନ ମନ୍ତ୍ରଣାଳୟ । ଟୋଲ୍ ପେମେଣ୍ଟକୁ ସୁବ୍ୟବସ୍ଥିତ ବା ସୁବିଧାରେ କରିବାକୁ ନିୟମରେ ଏଭଳି ପରବର୍ତ୍ତନ କରାଯାଇଥିବା କୁହାଯାଉଛି । ନିୟମ ଉଲଙ୍ଘନ କଲେ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଜୋରିମାନା । 

ଆଜି ଅର୍ଥାତ୍ ୧୭ ଫେବୃଆରୀଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଫାଷ୍ଟାଗର ନୂଆ ନିୟମ । ଟୋଲ ପେମେଣ୍ଟର ସୁବ୍ୟବସ୍ଥା, ବିବାଦ ହ୍ରାସ ଏବଂ ଠକେଇକୁ ରୋକିବା ପାଇଁ ବିଶେଷ କରି ଏହିସବୁ ନିୟମ ଜାରି କରାଯାଇଛି । ନୂଆ ନିୟମ ଅନୁଯାୟୀ, କମ୍ ବାଲାନ୍ସ, ବିଳମ୍ବରେ ପେମେଣ୍ଟ କିମ୍ୱା କଳା ତାଲିକାଭୁକ୍ତ ଟ୍ୟାଗ୍ ଥିବା ବ୍ୟବହାରକାରୀଙ୍କଠାରୁ ଅତିରିକ୍ତ ଜରିମାନା ଆଦାୟ କରାଯିବ । ନୂଆ ନିୟମ ସେହି ବ୍ୟବହାରକାରୀଙ୍କ ଉପରେ ଅଧିକ ପ୍ରଭାବ ପକାଇବ ଯେଉଁମାନେ ପେମେଣ୍ଟରେ ବିଳମ୍ବ କରନ୍ତି କିମ୍ବା ଯାହାର ଟ୍ୟାଗ୍ କଳା ତାଲିକାଭୁକ୍ତ ହୋଇଥିବ । 

ଯଦି ଗାଡ଼ି ଟୋଲରୁ ବାହାରିବା ପୂର୍ବରୁ ୬୦ ମିନିଟରୁ ଅଧିକ ସମୟ ଏବଂ ଗାଡ଼ି ଟୋଲ୍ ଅତିକ୍ରମ କରିବା ପରେ ୧୦ ମିନିଟ୍ ପାଇଁ FasTag କାମ କରିବ ନାହିଁ, ତେବେ ଏହାକୁ ଆଉ ଗ୍ରହଣ କରାଯିବ ନାହିଁ । ସିଷ୍ଟମ ଏହି ଦେୟକୁ ଗ୍ରହଣ କରିବ ନାହିଁ । ପରେ ଆପଣଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡ଼ିବ । ଯଦି ଗାଡ଼ିଟି ଟୋଲ୍ ରିଡର ଦେଇ ଯିବାର ୧୫ ମିନିଟରୁ ଅଧିକ ସମୟ ପରେ ଟୋଲ୍ କାରବାର ଅପଡେଟ୍ ହୁଏ, ତେବେ FasTag ବ୍ୟବହାରକାରୀଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ । ଅପଡେଟ୍ ହୋଇଥିବା ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କାରବାର ବିଳମ୍ବ ହୁଏ ଏବଂ ଉପଭୋକ୍ତାଙ୍କ FasTag ଆକାଉଣ୍ଟ ପର୍ଯ୍ୟାପ୍ତ ବାଲାନ୍ସ ଥାଏ । ତେବେ ଟୋଲ୍ ଅପରେଟର ଦାୟୀ ରହିବେ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.