ନୂଆଦିଲ୍ଲୀ : ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଶନିବାର ରାତିରେ ହୋଇଥିବା ଦଳାଚକଟା ପରେ ରେଲୱେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। କେନ୍ଦ୍ର ସରକାର ସାରାଦେଶର ୬୦ଟି ବ୍ୟସ୍ତତମ ରେଲୱେ ଷ୍ଟେସନରେ ସ୍ଥାୟୀ ହୋଲ୍ଡିଂ ଜୋନ୍ କରିବାର ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ , ଭିଡ଼ ନିୟନ୍ତ୍ରଣ ଓ ସଙ୍କଟ ପ୍ରବନ୍ଧନ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟେକ୍ନିକ୍ର ବ୍ୟବହାର କରାଯିବ।
ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବିକ , ରେଲୱେ ଅଧିକାରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇ ଯାତ୍ରୀଙ୍କ ସୁରକ୍ଷିତ ଯାତାୟାତକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେବା ଜରୁରୀ। ଏଥିପାଇଁ ଆରୋ ମାର୍କର ବ୍ୟବହାର କରାଯିବ। ଏହାସହ ଡିଭାଇଡର୍ସର ମଧ୍ୟ ବନ୍ଦୋବସ୍ତ କରାଯିବ। ବିଶେଷକରି ପ୍ରୟାଗରାଜ ସହ ଜଡିତ ୩୫ ରେଲୱେ ଷ୍ଟେସନ ଗୁଡ଼ିକରେ ଭିଡ଼ ନିୟନ୍ତ୍ରଣର ଦୃଢ ନିରୀକ୍ଷଣ ହେବ, ଯାହାକୁ ରେଲୱେର କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷରୁ ମନିଟର କରାଯିବ।
ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଦଳାଚକଟାର ଏହି ଘଟଣା ଶନିବାର ରାତି ପାଖାପାଖି ୧୦ଟା ସମୟରେ ପ୍ଲାଟଫର୍ମ ନମ୍ୱର ୧୬ରେ ହୋଇଛି, ଯେଉଁଥିରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ମହାକୁମ୍ଭ ଯାଉ ଥିବା ଯାତ୍ରୀଙ୍କ ପ୍ରବଳ ଭିଡ଼ ଟ୍ରେନ୍ ଧରିବା ପାଇଁ ଏକ ନାରୋ ଷ୍ଟେୟାର କେସ୍ ଆଡ଼କୁ ବଢି ଥିଲା , ଯେଉଁଥିରୁ ଉପରକୁ ଚଢିବା ଓ ତଳକୁ ଓହ୍ଲାଉ ଥିବା ଲୋକଙ୍କ ମଧ୍ୟରେ ରାସ୍ତା ଜାମ୍ ହୋଇ ଯାଇଥିଲା। ଧାଁ ଦୌଡ଼ ଭିତରେ ଅନେକ ଲୋକ ଖସି ପଡ଼ିଲେ, ଯେଉଁଥିରେ ଦୁର୍ଘଟଣା ଆହୁରି ଗୁରୁତର ହୋଇ ଗଲା। କୁହାଯାଉଛି କି , ଟ୍ରେନ୍ ସମୟରେ ବିଳମ୍ୱ ଓ ପ୍ରତି ଘଣ୍ଟା ୧,୫୦୦ରୁ ଅଧିକ ଜେନେରାଲ ଟିକେଟର ବିକ୍ରି ସ୍ଥିତିକୁ ବିଗାଡ଼ି ଦେଇଥିଲା।
ଏହି ଦୁର୍ଘଟଣା ପରେ ରେଲୱେ ମନ୍ତ୍ରଣାଳୟ ଘଟଣାର ଯାଞ୍ଚ ପାଇଁ ଏକ ଉଚ୍ଚ ସ୍ତରୀୟ ସମିତି ଗଠନ କରିଛନ୍ତି, ଯାହା ସିସିଟିଭି ଫୁଟେଜ୍ ଓ ଅନ୍ୟ କାଗଜପତ୍ରର ଯାଞ୍ଚ କରୁଛି। ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଭିଡ଼ ନିୟନ୍ତ୍ରଣ ପାଇଁ ୨୦୦ ନୂଆ ସିସିଟିଭି କ୍ୟାମେରା ଲଗା ଯାଇଛି, ଯାହାକି ଫୁଟଓଭର ବ୍ରିଜ୍ ଓ ସିଡି ଗୁଡ଼ିକ ଉପରେ ବସି ଥିବା ଲୋକଙ୍କ ଉପରେ ନଜର ରଖାଯାଇ ପାରିବ। ରେଲୱେ ଏହା ମଧ୍ୟ ସ୍ପଷ୍ଟ କରିଛି କି ମହାକୁମ୍ଭକୁ ଯାଉ ଥିବା ୯୦ ପ୍ରତିଶତ ଶ୍ରଦ୍ଧାଳୁ ୩୦୦କିଲୋମିଟରର ପରିସର ମଧ୍ୟରେ ୪ଟି ରାଜ୍ୟରୁ ଆସୁଛନ୍ତି, ଏଥିପାଇଁ ଏହି ସବୁ ରାଜ୍ୟର ପ୍ରମୁଖ ଷ୍ଟେସନରେ ମଧ୍ୟ ବିଶେଷ ନିରୀକ୍ଷଣ ରଖାଯିବ।
ସୂଚନା ଅନୁସାରେ , ରେଲୱେ ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ରୂପେ ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଏହା ସହ ୨୬ ଫେବ୍ରୁଆରୀ ଯାଏ ନୂଆ ଦିଲ୍ଲୀ ରେଲୱେ ଷ୍ଟେସନରେ କାଉଣ୍ଟରରୁ ପ୍ଲାଟଫର୍ମ ଟିକେଟ୍ ର ବିକ୍ରି ବନ୍ଦ କରିଦିଆ ଯାଇଛି, ହେଲେ ଟିକେଟ୍ ଅଟୋମେଟିକ୍ ଭେଣ୍ଡିଂ ମେସିନରୁ ମିଳିବା ଜାରି ସହିବ।