ନୂଆଦିଲ୍ଲୀ : ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଗତ ରାତିରେ ଦୁର୍ଘଟଣାକୁ ଏବେସୁଦ୍ଧା ଲୋକେ ଭୁଲି ପାରୁ ନାହାନ୍ତି। ମହାକୁମ୍ଭରେ ଆସ୍ଥା ବିଶ୍ୱାସର ବୁଡ଼ ଦେବାକୁ ଷ୍ଟେସନରେ ପହଞ୍ଚୁ ଥିବା ଲୋକ ଏହି ଦଳାଚକଟାକୁ ନେଇ ଅଜଣା ଥିଲେ, ଯାହା ସମୟ ରାତି ୧୦ଟା ପାଖାପାଖି ଥିଲା। ୧୮ ଜୀବନ ଏକ ଝଟକାରେ ସବୁଦିନ ପାଇଁ ଚାଲି ଯାଇଥିଲା। ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ କାମ କରୁଥିବା କୁଲି ଏଏନଆଇ ସହ କଥାବାର୍ତ୍ତାରେ ଗତକାଲି ରାତିର ଘଟଣା ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି, କେମିତି ସେ ଜଣେ ୪ବର୍ଷିୟ ପିଲାର ଜୀବନ ବଞ୍ଚାଇଲେ, ଯାହାକୁ ତାର ମାଆ ମରି ଯାଇଥିବା ଭାବି କାନ୍ଦୁ ଥିଲେ। ଏହା କହି କୁଲି ମଧ୍ୟ ଭାବୁକ ହୋଇ ଗଲେ।
ନୂଆଦିଲ୍ଲୀ ରେଲୱେ ଷ୍ଟେସନର କୁଲି ୪ବର୍ଷିୟ ଝିଅର ଜୀବନ ରକ୍ଷା କରିଥିବା କାହାଣୀ ଶୁଣାଇ କୁଲି ଜଣଙ୍କ କହିଛନ୍ତି କି, ଜଣେ ମହିଳା କାନ୍ଦୁ ଥିଲେ ଯେ, ତାଙ୍କର ୪ ବର୍ଷିୟ ଝିଅ ମରି ଯାଇ ଥିଲା। ମୁଁ ଝିଅକୁ ରକ୍ଷା କଲି ଏବଂ ବାହାରକୁ ଆଣିଲି। ଦୁଇ ମିନିଟ୍ ପରେ ନାବାଳିକା ଝିଅଟି ପୁଣି ଥରେ ନିଃଶ୍ୱାସ ନେବାକୁ ଲାଗିଲା ଏବଂ ସେ କାନ୍ଦିବାକୁ ଲାଗିଲେ। ତାଙ୍କର ମାଆଙ୍କର ଆଖିରେ ଖୁସିର ଲୁହ ଥିଲା। ଆମେ ନିଜ ଜୀବନକୁ ବିପଦରେ ପକାଇ ଡେଇଁ ପଡ଼ିଥିଲୁ। ଆମକୁ ବି ଡ଼ର ଥିଲା କି, ଆମର ଜୀବନ ମଧ୍ୟ ଯାଇ ପାରେ। ଆମେ ଅନେକ ଜୀବନ ବଞ୍ଚାଇଲୁ । ମୁଁ ମୋ ଜୀବନରେ ପ୍ରଥମ ଥର ଏମିତି ଦୃଶ୍ୟ ଦେଖିଲି।
ଘଟଣା ବିଷୟରେ ଦର୍ଶାଇ ଏହି କୁଲି ଜଣଙ୍କ କହିଛନ୍ତି କି, ଆମେ ଆମେ ସବୁଦିନ ଭଳି କାମ କରୁଥିଲୁ , ସେତେବେଳେ ହଠାତ୍ ଚିତ୍କାର ଶୁଣିଲୁ। ଆମେ ସବୁ କୁଲି ସେପଟକୁ ଦୌଡିଲୁ। ଆମେ ଦେଖିଲୁ କି ପିଲାଟି ଚଟଣାରେ ପଡିଛି, ମହିଳା ଓ ପୁରୁଷ ଏପଟ ସେପଟ ଦୌଡ଼ୁ ଥିଲେ। ଲୋକେ ଜୋରରେ ପାଟି କରି ଚିଲାଉ ଥିଲେ। ଆମେ ବହୁତ ପିଲାଙ୍କୁ ଉଠାଇଲୁ ଏବଂ ବାହାରକୁ ଆଣିଲୁ। କିଛି ଲୋକଙ୍କର ତ ମୃତ୍ୟୁ ହୋଇ ଯାଇ ଥିଲା ଏବଂ କିଛି ବେହୋସ ପଡ଼ିଥିଲେ। ଆମେ ସେମାନଙ୍କୁ ଆମ୍ୱୁଲାନ୍ସ ଯାଏ ନେଇ ଗଲୁ।