ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କିଏ ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ? ଚର୍ଚ୍ଚାରେ ଏହି ସବୁ ନାଁ

Published By : prameya | February 19, 2025 9:06 AM

ନୂଆଦିଲ୍ଲୀ,୧୯/୦୨: ଅନେକ ଦିନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି ଜଣାପଡ଼ିବ  କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଏନେଇ  ଆଜି ସନ୍ଧ୍ୟା ବସିବ ବିଧାୟକ ଦଳ ବୈଠକ । ଯେଉଁଥିରେ ବିଧାୟକ ଦଳର ନେତାଙ୍କୁ ଚୟନ କରାଯିବ । ଏହାପରେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯିବ।

ତେବେ ଆସନ୍ତାକାଲି  ରାମଲୀଳା ମୈଦାନରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ସମାରୋହର ସମୟରେ ପରିବର୍ତ୍ତନ ହୋଇ  ଅପରାହ୍ନ ୪.୩୦ ମିନିଟ୍‌ ବଦଳରେ ଦିନ ୧୧ଟାରେ ଅନୁଷ୍ଠିତ ହେବ ।  ତେବେ  କାର୍ଯ୍ୟକ୍ରମର ବ୍ୟବସ୍ଥା ତଦାରଖ ଲାଗି ବିଜେପି ତାୱଡ଼େ ଓ ଚୁଘ୍‌ଙ୍କୁ ପ୍ରଭାରୀ କରିଛି । ସଚଦେବା, ଚୁଘ୍‌ ଓ ତାୱଡ଼େ ଆଜି ରାମଲୀଳା ମୈଦାନର ନୀରିକ୍ଷଣ ମଧ୍ୟ କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ- ଫୁଟବଲ ମ୍ୟାଚ ଆରମ୍ଭ ଷ୍ଟାଡ଼ିୟମରେ ଅଘଟଣ, ଜଳିଗଲେ ୩୦ ରୁ ଉର୍ଦ୍ଧ୍ବ ଲୋକ

ଚୁଘ୍‌ କହିଛନ୍ତି, ଉପରାଜ୍ୟପାଳ ବି ପ୍ରସ୍ତୁତି ଉପରେ ନଜର ରଖିଛନ୍ତି । ଏହି ଶପଥ ସମାରୋହ ଐତିହାସିକ ହେବ । ସମାରୋହର ପ୍ରସ୍ତୁତିକୁ ଅନ୍ତିମ ରୂପ ଦିଆଯାଉଛି । ବିଜେପି ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ଚେହେରା ସ୍ଥିର କରିନାହିଁ  । ଆଜି ସନ୍ଧ୍ୟା ୬ଟାରେ ବିଧାୟକ ଦଳ ବୈଠକ ଡକାଯାଇଛି । ସେଥିରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ସୂତ୍ର ମୁତାବକ, ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ, ବିଜେପି ଓ ଏନ୍‌ଡିଏ ଶାସିତ ୨୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ ।  ଏହାବ୍ୟତୀତ ଶିଳ୍ପପତି, ଫିଲ୍ମ ଷ୍ଟାର, କ୍ରିକେଟ୍‌ ଖେଳାଳି, ସାଧୁସନ୍ଥ ଓ ରାଜନେତା ବି ଆସିବେ । ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଦିଲ୍ଲୀର ୧୨-୧୬ ହଜାର ଲୋକଙ୍କୁ ଡାକିବାର ମଧ୍ୟ ପ୍ରସ୍ତୁତି ହୋଇଛି । 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.