ପ୍ରମୂଖ ଖବର
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ପୃଥିବୀଠୁ ୯ ଗୁଣା ବଡ଼ ଏହି ଗ୍ରହ; ୧୮ ଘଣ୍ଟାରେ ପୂରେ ଗୋଟିଏ ବର୍ଷ , ରହିଛି ଗଦା ଗଦା ହୀରା

Published By : Prameya | April 9, 2025 8:13 PM

ନୂଆଦିଲ୍ଲୀ, ୯।୪: ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ କହିଲେ ପ୍ରଥମ ତାଲିକାରେ ଆସେ ହୀରା । ପୃଥିବୀରେ ହୀରା ମିଳିବା କଥା ଆମେ ଜାଣିଛେ । କିନ୍ତୁ, ଏକ ଏପରି ଗ୍ରହ ରହିଛି ଯେଉଁଠାରେ ଗଦା ଗଦା ହୀରା ରହିଛି । ଏହି ଗ୍ରହଟି ସମ୍ପୂର୍ଣ୍ଣ ଭାବେ ହୀରାରେ ତିଆରି, ଅର୍ଥାତ୍ ଏହାର ପ୍ରତ୍ୟେକ ସ୍ତର ହୀରାରେ ତିଆରି । ଆସନ୍ତୁ ଏହି ଗ୍ରହ ବିଷୟରେ ବିସୃତ ଭାବେ ଜାଣିବା । ସୌରଜଗତ ଅନେକ ରହସ୍ୟରେ ପରିପୂର୍ଣ୍ଣ, କିନ୍ତୁ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ୯ଟି ଗ୍ରହର ସନ୍ଧାନ କରିଛି । ଯେଉଁଥିରୁ ଗୋଟିଏ ଗ୍ରହ ଅର୍ଥାତ୍ ପ୍ଲୁଟୋକୁ ବର୍ତ୍ତମାନ ସୌରଜଗତର ଅଂଶ ଭାବରେ ବିବେଚନା କରାଯାଉନାହିଁ । କିନ୍ତୁ, ଏହା ବ୍ୟତୀତ 55 Cancri E ନାମକ ଏକ ଗ୍ରହ ମଧ୍ୟ ଅଛି । ୨୦୦୪ ମସିହାରେ ବୈଜ୍ଞାନିକମାନେ ଏହି ଗ୍ରହକୁ ଆବିଷ୍କାର କରିଥିଲେ । ସେବେଠାରୁ, ଏହି ଗ୍ରହ ଉପରେ ବିଶ୍ୱର ସମସ୍ତ ମହାକାଶ ସଂସ୍ଥାଗୁଡ଼ିକର ନଜର ରହିଛି । 

କେମିତି ଆବିଷ୍କାର ହୋଇଥିଲା ଏହି ଗ୍ରହ ? କହିରଖୁ କି, ସେହି ଗ୍ରହଟିକୁ କେହି ମହାକାଶକୁ ଯାଇ ଆବିଷ୍କାର କରିନଥିଲେ ବରଂ ରେଡିଆଲ ବେଗ ମାଧ୍ୟମରେ ଆବିଷ୍କାର କରିଥିଲେ । ବିଶେଷ କଥା ହେଉଛି, 55 Cancri E ସୂର୍ଯ୍ୟ ଚାରିପାଖରେ ଘୂରେ ନାହିଁ ବରଂ ଅଧିକ କାର୍ବନ ଅନୁପାତ ଥିବା ତାରା ବା ନକ୍ଷତ୍ର ଚାରିପାଖେ ଘୂରିଥାଏ । ସେଥିପାଇଁ ଏହାକୁ ଏକ୍ସୋ ପ୍ଲାନେଟ୍ ମଧ୍ୟ କୁହାଯାଏ । ଏହି ଗ୍ରହଟି ହୀରର ଗନ୍ତାଘର ହୋଇଥିବାରୁ ଏହି ଗ୍ରହଟିକୁ ଡାଏମଣ୍ଡ ପ୍ଲାନେଟ ମଧ୍ୟ କୁହାଯାଏ । ତେବେ ଏଠି ପ୍ରଶ୍ନ ଉଠୁଛି, କେବଳ ଏହି ଗ୍ରହରେ କାହିଁକି ହୀରା ରହିଛି, ଅନ୍ୟ କୌଣସି ଗ୍ରହରେ କାହିଁକି ନୁହେଁ ? ହୀରା ପ୍ରାକୃତିକ ଭାବେ କାର୍ବନ ଅତି ଉଚ୍ଚ ତାପମାତ୍ରାରେ ଗରମ ହେଲେ ଏହା ହୀରାରେ ପରିଣତ ହୁଏ । ଏହି ଗ୍ରହଟିରେ ମଧ୍ୟ ଏଭଳି ସମାନ ପ୍ରକ୍ରିୟା ଘଟେ । 

ଏହି ଗ୍ରହର ରହିଛି ଆଉ ଏକ ବିଶେଷତା । ପୃଥିବୀରେ ୨୪ ଘଣ୍ଟାରେ ଗୋଟିଏ ଦିନ ପୂରେ । ସେହିପରି ୮ ହଜାର ୭୬୦ ଘଣ୍ଟା ପୂରିବାକୁ ବର୍ଷେ ଅର୍ଥାତ୍ ୩୬୫ ଦିନ ଲାଗେ । ଏହି ଗ୍ରହରେ କିନ୍ତୁ, ଖୁବଶୀଘ୍ର ବିତିଯାଏ ସମୟ । ଏଠାରେ ମାତ୍ର ୧୮ ଘଣ୍ଟା ମଧ୍ୟରେ ପୂରଣ ହୁଏ ଗୋଟିଏ ବର୍ଷ । 55 Cancri Eରେ ତାପମାତ୍ରା ୨୦୦୦ ଡିଗ୍ରୀ ସେଲସିୟସରୁ ଅଧିକ । ଏହି ଗ୍ରହ ପୃଥିବୀଠାରୁ ୪୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ । କହିରଖୁ କି, ଏହି ଗ୍ରହଟି ଅଧିକ ଉତ୍ତପ୍ତ ହୋଇଥିବାରୁ ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ସେଠାରେ ପହଞ୍ଚିବାରେ ସଫଳ ହୋଇନାହାନ୍ତି । ନାସା ଏବଂ ଇସ୍ରୋ ଏହି ଗ୍ରହ ଉପରେ ନଜର ରଖିବା ସହ ଏହି ଗ୍ରହ ବିଷୟରେ ଅଧିକ ଅନୁସନ୍ଧାନ ଚଳାଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.