ରାୟପୁର,୧୦/୦୨: ଛତିଶଗଡ ବିଳାସପୁରର ଏକ ଗାଁକୁ ଯେମିତି କାହାର ନଜର ଲାଗି ଯାଇଛି । ୪-୫ ଦିନ ମଧ୍ୟରେ ଗାଁରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ବିଷାକ୍ତ ମଦ ନା ଖାଦ୍ୟ ତାହା ଜଣାପଡିନାହିଁ । ମୃତ୍ୟୁର କାରଣ ରହସ୍ୟମୟ ହୋଇ ରହିଛି । ସମସ୍ତ ମୃତକ ୩୫ରୁ ୬୦ ବର୍ଷ ମଧ୍ୟରେ ହେବେ । ରହସ୍ୟଜନକ ମୃତ୍ୟୁ ଘଟିବା ପରେ ପ୍ରଶାସନ ପକ୍ଷରୁ ଜରୁରୀ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ।
କିଛି ଗ୍ରାମବାସୀ ବିଷାକ୍ତ ମଦକୁ ଏଥିପାଇଁ ଦାୟୀ କରିଥିବା ବେଳେ ଅନ୍ୟ କେତେକ ଲୋକ ବିଷାକ୍ତ ଖାଦ୍ୟକୁ ଦାୟୀ କରିଛନ୍ତି । ଲୋଫାଣ୍ଡି ଗ୍ରାମରେ ଏକ ଭୋଜିରେ ଖାଦ୍ୟ ଖାଇବା ପରେ ଅନେକ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୭ରୁ୮ ଜଣଙ୍କର ମୃତ୍ୟୁ ହୋଇଥିବା ଗାଁ ଲୋକ କହିଥିଲେ । ତେବେ ଜଣେ ବ୍ୟକ୍ତି ସାପ କାମୁଡାରେ ପ୍ରାଣ ହରାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଫେବୃଆରୀ ୫ ତାରିଖରେ ପ୍ରଥମ ଦୁଇଜଣ ଦେବପ୍ରସାଦ ପଟେଲ ଓ ଶତ୍ରୃଘ୍ନ ଦେବାଙ୍ଗନଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ଡାକ୍ତରଖାନାରେ ଆଖି ବୁଜିଥିଲେ । ମୃତ୍ୟୁର କାରଣ ପ୍ରମାଣପତ୍ରରେ ହୃଦଘାତଜନିତ ଦର୍ଶା ଯାଇଥିଲା । ଏହାର ଦୁଇ ଦିନ ପରେ ଆଉ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କର ଅନ୍ତିମ ସଂସ୍କାର କାହାକୁ ନ ଜଣାଇ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଏହା ବି ପଢନ୍ତୁ...ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ : ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ , ୨ ଯବାନ ସହିଦ
ଏପରି ଅଚାନକ ଗାଁରେ ୭ରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସମସ୍ତଙ୍କୁ ଚକିତ କରିଛି । ମଦ ନା ଖାଦ୍ୟ ତାହା ରହସ୍ୟଜନକ ହୋଇ ରହି ରହିଛି । ବିଳାସପୁର ଏସପି, ଜିଲ୍ଲା ପଞ୍ଚାୟକର ସିଇଓ, ପୌରପାଳିକା କମିସନର ଓ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଘର ଘର ବୁଲି ସ୍ଥିତି ଯାଞ୍ଚ କରିଥିଲେ । ଟାଇମସ୍ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ବିଳାସପୁର ଜିଲ୍ଲାପାଳ ଅବନୀଶ ଶରଣ ଏହି ରହସ୍ୟମୟ ମୃତ୍ୟୁକୁ ଗାଁର କିଛି ଲୋକ ବିଷାକ୍ତ ଖାଦ୍ୟ ପାଇଁ ହୋଇଥିବା କହିଛନ୍ତି ।