ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Mumbai: ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କର ପୂର୍ବତନ ମ୍ୟନେଜରଙ୍କୁ ବାନ୍ଧିଲା ମୁମ୍ୱାଇ ପୋଲିସ, ୧୨୨ କୋଟି ଟଙ୍କା ହେରପେର ନେଇ ରହିଛି ଅଭିଯୋଗ

Published By : Bijay Swain | February 15, 2025 8:36 PM

Image courtesy: indiatoday

ନୂଆଦିଲ୍ଲୀ: ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡର ପୂର୍ବତନ ଜେନେରାଲ ମ୍ୟନେଜର ହିତେଶ ପ୍ରଭିନଚନ୍ଦ ମେହତ୍ତାଙ୍କୁ ଇକୋନୋମିକ ଓଫେନସେସ ୱିଇଙ୍ଗ(ଇଓଡବ୍ଲୁ) ଶନିବାର ଦିନ ଗିରଫ କରିଛି। ହିତେଶ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମୁମ୍ୱାଇର ଏହି ବ୍ୟାଙ୍କରୁ ୧୨୨ କୋଟି ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ରହିଛି। 

ସୂଚନା ମୁତାବକ, ମେହତ୍ତା ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କ ଲିମିଟେଡର ଜେନେରାଲ ମ୍ୟନେଜର ଥିବା ବେଳେ ନିଜ ଅଧିକାରର ଅପବ୍ୟବହାର କରି ମୁମ୍ବାଇର ଦାଦର ଓ ଗୋରେଗାଓଁ ବ୍ୟାଙ୍କ ଶାଖାରୁ ୧୨୨ କୋଟିରୁ ଅଧିକ ଟଙ୍କା ହେରଫେର କରିନେଇଥିଲେ। ଏକଥା ଇଓଡବ୍ଲୁ କୁ ଜଣା ପଡିବା ପରେ ସେ ମୁମ୍ବାଇ ପୋଲିସ ସହାୟତାରେ ମେହତ୍ତାଙ୍କୁ ଗିରଫ କରିଥିଲା। 

ଗତ ଦୁଇଦିନ ତଳେ ରିଜର୍ଭ ବ୍ୟଙ୍କ ଅଫ ଇଣ୍ଡିଆ(ଆରବିଆଇ) ବ୍ୟଙ୍କରେ ବଡ ଧରଣର ଟଙ୍କା ହେରଫେର ହୋଇଥିବା ନେଇ ଜାଣିବାକୁ ପାଇଥିଲା। ଏହି ସୂଚନା ମିଲିବହା ପରେ ଆରବିଆଇ ଏହି ବ୍ୟଙ୍କ ଉପରେ ନୂତନ ଋଣ ପ୍ରଦାନ ଓ ଜମାରାଶି ଗ୍ରହଣ କରିବା ଉପରେ ପ୍ରତିବନ୍ଧ ଲଗାଇଥିଲା। ତେବେ ବ୍ୟଙ୍କର ପରିଚାଳନା ଓ ଆର୍ଥିକ ଅବ୍ୟବସ୍ଥା ପାଇଁ ଏହି ବ୍ୟଙ୍କରୁ ଟଙ୍କା ଉଠାଣ ଉପରେ ଆରବିଆଇ ଆସନ୍ତା ୬ ମାସ ଯାଏଁ ପ୍ରତିବନ୍ଧକ ଲଗାଇଛି। ଯାହାକୁ ନେଇ ବ୍ୟଙ୍କର ଗ୍ରାହକମାନଙ୍କତ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। 

ଏନେଇ ବ୍ୟାଙ୍କର ମୁଖ୍ୟ ଆକାଉଣ୍ଟ ଅଫିସର ଦାଦର ଥାନାରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏହି ଅଭିଯୋଗରେ ମେହତ୍ତା ଉଦ୍ଦେଶ୍ୟପୂର୍ଣ୍ଣ ଭାବରେ ୨୦୨୦ରୁ ୨୦୨୫ ମଧ୍ୟରେ ବ୍ୟଙ୍କରୁ ୧୨୨କୋଟି ଟଙ୍କା କାଢିନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତେବେ ତାଙ୍କୁ ବ୍ୟଙ୍କ ତରଫରୁ ମୁମ୍ବାଇର ଦାଦର ଓ ଗୋରେଗାଓଁ ବ୍ୟାଙ୍କ ଶାଖାକୁ ପରିଚାଳନା କରିବାର ଭାର ଦିଆଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.