ନୂଆଦିଲ୍ଲୀ, ୦୭/୦୨: ମଧ୍ୟପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ ସହ ଟ୍ରାଭେଲର ମୁହାଁମୁହିଁ ଧକ୍କା । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ମଧ୍ୟପ୍ରଦେଶ ଇନ୍ଦୋରର ମହୁ ତହସିଲ ମାନପୁର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଭେଲରେ ମହାକାଳଙ୍କ ଦର୍ଶନ କରି ଫେରୁଥିଲେ ଯାତ୍ରୀ। ଯିବା ସମୟରେ ଆଗରା ମୁମ୍ବାଇ ରାଷ୍ଟ୍ରୀୟ ରାଜମାର୍ଗରେ ମାନପୁର ଥାନା ନିକଟ ଭେରୁ ଘାଟରେ ବିଳମ୍ବିତ ରାତି ୨ଟା ୩୦ ମିନିଟରେ ଏହି ଘଟଣା ଘଟିଥିଲା । ଫଳରେ ୨ ଜଣ ଯାତ୍ରୀ ଓ ୨ ଜଣ ମୋଟର ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁଇ ଜଣ ଗାଡ଼ି ଧକ୍କା ହେବା ପରେ ବାଇକ ମଧ୍ୟ ଧକ୍କା ହୋଇଥିଲା । କୁହାଯାଉଛି ଯେ, ଟ୍ରାଭେଲରରେ ଯାଉଥିବା ତୀର୍ଥ ଯାତ୍ରୀ ମହାରାଷ୍ଟ୍ର ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ସହି ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ କିଛିଦିନ ପୂର୍ବେ ଉତ୍ତରପ୍ରଦେଶରେ ଦୁର୍ଘଟଣା ହୋଇଥିଲା। ବସଟି ବିହାରର ପାଟଣାରୁ ମହାକୁମ୍ଭକୁ ଯାଉଥିବା ବେଳେ ଯାତ୍ରୀବାହୀ ବସ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଥିଲେ।