ପ୍ରମୂଖ ଖବର
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ

ଭୁବନେଶ୍ୱର,୨୯/୦୯: ରାଜଧାନୀରେ ବ୍ଲକିଂଚେକିଂ ବେଳେ ବ୍ୟାରିକେଡ଼ ଭାଙ୍ଗି ଖସି ଯାଉଥିଲା ସ୍କୋଡା କାର୍‌ । ଗୋଡାଇ ଗୋଡାଇ ଧରିଲା ପୋଲିସ । ଗାଡିରୁ ମିଳିଲା ୪ ଲକ୍ଷ ୭୭ ହଜାର ନଗଦ ଟଙ୍କା । ଚାଳକ ସହ ଗାଡି ଜବତ କଲା କମିଶନରେଟ୍ ପୋଲିସ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଦେଖିବାକୁ ମିଳିଛି । 

ସୂଚନା ମୁତାବକ, ରାଜଧାନୀର ୨୬ଟି ଥାନା ଅଞ୍ଚଳରେ ପୋଲିସ ଏବଂ ଟ୍ରାଫିକ ପକ୍ଷରୁ ଚାଲିଛି ନାଇଟ ବ୍ଲକିଂଚେକିଂ ଏବଂ ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ।  ଅମାନିଆଙ୍କୁ କାବୁ କରିବାକୁ ଚେଷ୍ଟା ଚଳାଇଛି ପୋଲିସ । ବିଶେଷ କରି ଶନିବାର ଏବଂ ରବିବାର ରାତିରେ ଅଧିକାଂଶ ସ୍ଥାନରେ ଚେକିଂ କରାଯାଉଛି । ତେବେ ଗତକାଲି ଅର୍ଥାତ ଶନିବାର ବିଳମ୍ୱିତ ରାତିରେ ସବୁ ଜୋନ୍ ଏସିପି ସମେତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ଚେକିଂ କରିଥିଲେ । ଏହି ସମୟରେ ହଠାତ୍ ଏକ ସ୍କୋଡ଼ା କାର୍ ଦ୍ରୁତ ଗତିରେ ଚାଲି ଆସୁଥିବା ଦେଖି ଚେକ୍ ପୋଷ୍ଟରେ ଥିବା ପୋଲିସ ରହିବାକୁ କହିଥିଲେ । କିନ୍ତୁ ଚାଳକ ଜଣକ ବ୍ୟାରିକେଡ଼ ଭାଙ୍ଗି ରିଭର୍ସ ରାଇଡ୍ କରିଥିଲେ । ସେଠାରେ ଥିବା ପୋଲିସ କର୍ମଚାରୀ ମାନେ ଗୋଡ଼ାଇ ଗୋଡ଼ାଇ କାର୍ ଅଟକାଇ ଥିଲେ । ଚେକିଂ କରିବାରୁ ଚାଳକ ଜଣକ ପ୍ରଚୁର ମଦ୍ୟ ପାନ କରିଥବା ବ୍ରିଦ୍ ଅନାଲାଇଜରରେ ଜଣାପଡ଼ିଛି । ସେପଟେ ଗାଡ଼ି ଯାଞ୍ଚ ବେଳେ ଗାଡିରୁ ୪ ଲକ୍ଷ ୭୭ ହଜାର ନଗଦ ଟଙ୍କା ମିଳିଛି । ଚାଳକ ସମେତ ଜବତ ଗାଡ଼ି ଏବଂ ଟଙ୍କା ଥାନାରେ ଥିବାବେଳେ, ଏ ଟଙ୍କା କାହାର କେଉଁଠୁ କୁଆଡେ ଯାଉଥିଲା ପୋଲିସ ତାହାର ତଦନ୍ତ କରୁଛି । ଏନେଇ ଟୁଇନ୍ ସିଟି ପୋଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.