ପ୍ରମୂଖ ଖବର
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ

ଭୁବନେଶ୍ୱର, ୨୯/୦୯: ଆନ୍ଧ୍ରରୁ ଆସିଥିଲା କ୍ଷୀର ବୋଝେଇ କଣ୍ଟେନର୍ । ଡ୍ରାଇଭରର ଆଖିଲାଗି ଗଛ ଏବଂ ଲାଇଟ୍ ଖୁଣ୍ଟ ଭାଙ୍ଗି ଫୁଟପାଥ ଉପରେ ଥିବା ଏକାଧିକ ଦୋକାନ ଉପରେ ଚଢ଼ିଗଲା ଗାଡି । ଗାଡିରେ ଥିବା ୪ଜଣଙ୍କ ମଧ୍ୟରୁ ୩ଜଣ ଆହତ ହୋଇଥିବାବେଳେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ବୁଦ୍ଧ ପାର୍କ ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଆନ୍ଧ୍ରରୁ ଭୁବନେଶ୍ୱର ଆସିଥିଲା କ୍ଷୀର ବୋଝେଇ କଣ୍ଟେନର୍ । ବିଭିନ୍ନ ଜାଗାରେ କ୍ଷୀର ସପ୍ଲାଏ କରି ଚନ୍ଦ୍ରଶେଖରପୁରରୁ ଫେରୁଥିବା ବେଳେ ବୁଦ୍ଧ ପାର୍କ ପାଖରେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ହଠାତ୍ ଷ୍ଟିୟରିଂ ମୋଡ଼ି ଦେଇଥିଲେ । ଫଳରେ ଗାଡ଼ିଟି ଗୋଟିଏ ଗଛ ଏବଂ ଲାଇଟ୍ ଖୁଣ୍ଟିକୁ ଭାଙ୍ଗିବା ସହ ଫୁଟପାଥ ଉପରେ ଥିବା ଏକାଧିକ ଦୋକାନ ଉପରେ ଚଢ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଗାଡିରେ ଥିବା ଚାରି ଜଣଙ୍କ ମଧ୍ୟରୁ ତିନିଜଣ ଆହତ ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.