ପ୍ରମୂଖ ଖବର
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଯାହା ପ୍ରେମରେ ପାଗଳ ହୋଇ ଥିଲେ ସେ ଦୂରେଇ ଯାଇ ଥିଲା... ନିଜ ପ୍ରଥମ ପ୍ରେମର ଯନ୍ତ୍ରଣା କଥା ଶୁଣାଇଲେ ମିଥୁନ ଚକ୍ରବର୍ତ୍ତୀ

ମୁମ୍ୱାଇ : ବଲିଉଡ଼ର ଡିସ୍କୋ ଡ୍ୟାନ୍ସର ଭାବେ ସେ ପରିଚିତ। ତାଙ୍କର ଡାଏଲଗ୍‌ କହିବା ଶୈଳୀ ଖୁବ୍ ନିଆରା । ତାଙ୍କର ହିରୋ ଠାଣି ଚାଲି ବି ଖୁବ୍‌ ସ୍ୱତନ୍ତ୍ର। ଆଉ ଯେଉଁଥି ପାଇଁ ସେ ଦିନେ ବଲିଉଡରେ ଚହଳ ପକାଇ ଥିଲେ। ସମସ୍ତଙ୍କୁ ନିଜର ଅଭିନୟର ଯାଦୁରେ କରିଥିଲେ ମତୁଆଲା । ଆମେ କାହା କଥା କହୁଛୁ ନିଶ୍ଚୟ ଜାଣି ପାରୁଥିବେ। ସେ ହେଉଛନ୍ତି ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । 

ମିଥୁନଙ୍କର ଫ୍ୟାନ ଫଲୋଇଙ୍ଗ୍‌ ଖୁବ୍‌ ଅଧିକ। ତାଙ୍କର ପର୍ସନାଲିଟି ଦେଖିଲେ ଏହା କହିବା ମୁସ୍କିଲ ହେବ ଯେ , ଦିନେ ତାଙ୍କର ପ୍ରଶଂସକଙ୍କ ତାଲିକାରେ ସବୁଠୁ ଅଧିକ ଥିଲେ ଝିଅ। ହେଲେ ଆପଣ ବିଶ୍ୱାସ କରି ପାରିବେନି ମିଥୁନ ଦା ମଧ୍ୟ ସେହି ସମୟକୁ ସାମ୍ନା କରିଛନ୍ତି, ଯେଉଁ ସମୟ ତାଙ୍କ ଜୀବନରେ ଆଣି ଦେଇଥିଲା ଖୁବ୍‌ ଯନ୍ତ୍ରଣା। ସେହି ସଂଘର୍ଷ ଦିନରେ , ଯାହାକୁ ସେ ଅତି ନିଜର ବୋଲି ଭାବି ଥିଲେ ସେହି ଝିଅ ତାଙ୍କୁ ଛାଡ଼ି ଚାଲି ଯାଇଥିଲା। 

ନିକଟରେ ଏକ ଟିଭି ଶୋ ‘ ‘ସାରେଗାମାପା’ ରେ ମିଥୁନ କହିଥିଲେ ନିଜର ହାର୍ଟବ୍ରେକ୍‌ର କଥା , ଯାହାକୁ ସେ କ୍ୟାରିୟରର ଆରମ୍ଭରେ ସାମ୍ନା କରିଥିଲେ । ହେଲେ ଏହି କଥା ଏହି ଠାରେ ସରି ନଥିଲା , ବରଂ  କିଛି ବର୍ଷ ପରେ ଯେବେ ମିଥୁନ ଜଣେ ସଫଳ ଫିଲ୍ମ ଷ୍ଟାର ହୋଇସାରି ଥିଲେ , ସେତେବେଳେ ସେହି ଯୁବତୀଙ୍କ ସହ ତାଙ୍କର ହୋଇଥିଲା ଭେଟ , ଯିଏ ମିଥୁନଙ୍କର ଷ୍ଟ୍ରଗଲ ଦିନରେ ତାଙ୍କର ହାତ ଛାଡ଼ି ଦେଇଥିଲେ। 

‘ସାରେଗାମାପା’ ଶୋ’ରେ ଜଣେ ପ୍ରତିଯୋଗୀଙ୍କ ପ୍ରତାରଣାର କଥା ଶୁଣି ମିଥୁନ ନିଜର ସେହି ପ୍ରଥମ ପ୍ରେମକୁ ମନେପକାଇ ଥିଲେ। ସେ କହିଥିଲେ , ଏମିତି ହୋଇଥିଲା ମୋ ସହ। ପ୍ରେମ କରି ବସି ଥିଲି , ପାଗଳ ହୋଇ ଯାଇଥିଲି । ପରେ ଦିନେ ତାହା ହେଲା ... ସେହି ଝିଅ ମୋତେ ଛାଡି଼ ଚାଲିଗଲା ବହୁଦୂରକୁ । ପୁଣି ସମୟ ବଦଳିଲା । ମୁଁ ଷ୍ଟାରରୁ ସୁପରଷ୍ଟାର ଓ ଏହାପରେ ସବୁଠୁ ବଡ଼ ସୁପରଷ୍ଟାର ହୋଇଗଲି। 

ଦିନେ ମୁଁ ବିମାନରେ ଯାତ୍ରା କରୁଥିଲି। ସେହି ଯୁବତୀ ମଧ୍ୟ ସେଥିରେ ଯାତ୍ରା କରୁଥିଲେ। ମୋତେ ଦେଖି ସେ ଯେମିତି ନିଜକୁ ଲୁଚାଇ ବାକୁ ଚେଷ୍ଟା କରୁଥିଲେ। ମୁଁ ସିଟ୍‌ରୁ ଉଠି ତାଙ୍କ ପାଖକୁ ଗଲି , ପଚାରିଲି – ମୋତେ ଦେଖି ନଦେଖିଲା ପରି କାହିଁକି ହେଉଛ ?  ମିଥୁନ କହି ଥିଲେ କି , ତାଙ୍କୁ ଲାଗିଲା ଯେ, ସେ ଯୁବତୀ ନିଜର ଭୁଲ୍‌କୁ ବୁଝି ପାରୁଛନ୍ତି । ତାଙ୍କୁ ବୁଝାଇବା ଆଳରେ ମୁଁ କହିଲି , ସେହି ସମୟରେ ତୁମେ ଯାହା କରି ଥିଲ , ତାହା ଠିକ୍‌ ଥିଲା। ମିଥୁନଙ୍କର ଏହି କଥା ପଦକ ଶୁଣି ଯୁବତୀଙ୍କ ଚେହେରାରେ ଆଶ୍ୱସ୍ତିର ଭାବ ନଜର ଆସିଲା। 

ମିଥୁନ ତାଙ୍କୁ ବୁଝାଇ କହିଲେ-  ଏକ ଖରାପ ସମୟରେ ଗତି କରୁଥିବା ଜଣେ ବ୍ୟକ୍ତିଙ୍କୁ ଛାଡ଼ି ଦେବା ତାଙ୍କର ପସନ୍ଦ ଠିକ୍‌ ଥିଲା। ମିଥୁନଙ୍କର ଏହି କଥା ଶୁଣିବା ପରେ ଯୁବତୀ ଜଣଙ୍କ କାନ୍ଦିବାକୁ ଲାଗିଲେ।  ତାପରେ ସେ ମିଥୁନଙ୍କୁ କହିଲେ , ମୋତେ ଲାଗୁଛି କି ମୋ ଦ୍ୱାରା ଭୁଲ୍‌ ହୋଇ ଯାଇଛି। ସେହି ସମୟରେ ମୋତେ ତୁମ ସହ ଏମିତି କରିବା ଉଚିତ୍‌ ନଥିଲା। ତାଙ୍କ କଥା ଶୁଣି ମିଥୁନ  କହିଥିଲେ – ବୋଧହୁଏ ତୁମେ ଏମିତି କରି ନଥିଲେ ଏହି ମଣିଷ ଲିଜେଣ୍ଡ ହୋଇ ପାରିନଥାନ୍ତା। 

ଉଲ୍ଲେଖନୀୟ ଯେ, ତିନି ଥର ଜାତୀୟ ପୁରସ୍କାର ଜିତି ଥିବା ମିଥୁନ ଚକ୍ରବର୍ତ୍ତୀ , କିଛି ବର୍ଷ ପୂର୍ବେ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ   ‘ ଦ କାଶ୍ମୀର ଫାଇଲ୍ସ’ ରେ ନଜର ଆସିଥିଲେ । ୨୦୨୨ ପରେ ସେ ବଙ୍ଗଳା ସିନେମାରେ ଅଧିକ କାମ କରୁଛନ୍ତି । ଗତ ବର୍ଷ ସେ ସୁମନ  ଘୋଷଙ୍କ ଫିଲ୍ମ ‘କାବୁଲିବାଲା’ ରେ ନଜର ଆସିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.