ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ସାଧ୍ୱୀ ହେଲେ ମିସ୍‌ ଇଣ୍ଡିଆ ଇଶିକା ତନେଜା, କହିଲେ-‘ଧର୍ମ ରକ୍ଷା ପାଇଁ ସବୁ ଝିଅଙ୍କୁ ଆଗକୁ ଆସିବା ଉଚିତ୍‌’

Published By : Prameya | February 7, 2025 9:29 AM

ପ୍ରୟାଗରାଜ ୦୭/୦୨: ମହାକୁମ୍ଭରେ ଚର୍ଚ୍ଚାର ବିଷୟ ହୋଇଛନ୍ତି ସାଧ୍ୱୀ ଇଶିକା ତନେଜା । ଦିଲ୍ଲୀ ବାସିନ୍ଦା ଇଶିକା ମିସ୍‌ ଇଣ୍ଡିଆ ଓ ମିସ୍‌ ୱର୍ଲଡ୍‌ ଟୁରିଜମ୍‌ ଟାଇଟଲ ପାଇଥିଲେ । ରାଷ୍ଟ୍ରପତି ସମ୍ମାନ ଦ୍ୱାରା ମଧ୍ୟ ସେ ସମ୍ମାନିତ । କିନ୍ତୁ ଏବେ ସେ ଗ୍ଲାମର୍‌ ଦୁନିଆକୁ ଅଲ୍‌ବିଦା କହି ଆଧ୍ୟାତ୍ମ ମାର୍ଗ ଚୟନ କରିଛନ୍ତି । ଇଶିକା ଏବେ ଶ୍ରୀ ଲକ୍ଷ୍ମୀ ହୋଇ ସନାତନ ଧର୍ମର ପ୍ରଚାର-ପ୍ରସାର କରୁଛନ୍ତି । ସେ ଦ୍ୱାରକା-ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସଦାନନ୍ଦ ସରସ୍ୱତୀଙ୍କଠୁ ଗୁରୁ ଦୀକ୍ଷା ନେଇଛନ୍ତି । 

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଇଶିକା କହିଛନ୍ତି, ଖ୍ୟାତି ଓ ପ୍ରସିଦ୍ଧି ସତ୍ତେ୍ୱ ତାଙ୍କ ଜୀବନ ଅପୂର୍ଣ୍ଣ ମନେହେଉଥିଲା । ଜୀବନରେ ସୁଖ-ଶାନ୍ତି ସହିତ ବାସ୍ତବ ଜୀବନକୁ ମଧ୍ୟ ସୁନ୍ଦର କରିବା ଜରୁରି । ଧର୍ମ ରକ୍ଷା ଓ ଏହାର ପ୍ରଚାର ପାଇଁ ସବୁ ଝିଅଙ୍କୁ ଆଗକୁ ଆସିବା ଉଚିତ୍‌ । ସେ କହିଛନ୍ତି, ଜଣେ ସନାତନୀ ସାଧ୍ୱୀ ଭାବେ ସେ ଗର୍ବିତ । ମହାକୁମ୍ଭରେ ଦିବ୍ୟ ଶକ୍ତି ଅଛି । ଶଙ୍କରାଚାର୍ଯ୍ୟଙ୍କଠୁ ଗୁରୁ ଦୀକ୍ଷା ମିଳିବା ତାଙ୍କ ଜୀବନର ସବୁଠୁ ବଡ଼ ଉପଲବ୍ଧି । କାରଣ ଗୁରୁ ଥିଲେ ଜୀବନକୁ ମାର୍ଗ ମିଳେ । ସେ ଗିନିଜ୍‌ ରେକର୍ଡ ଅଧିକାରିଣୀ । ଅନେକ ଟି-ସିରିଜ୍‌ ଗୀତରେ ମଧ୍ୟ କାମ କରିଛନ୍ତି । କିନ୍ତୁ ଠିକ୍‌ ସମୟରେ ସେ ଘରକୁ ଫେରିଥିବା କହିଛନ୍ତି । ତାଙ୍କ ମତରେ, ମହିଳାମାନେ ଛୋଟ ପୋଷାକ ପିନ୍ଧି ନୃତ କରିବାକୁ ଜନ୍ମ ହୋଇନାହାନ୍ତି । ସେମାନେ ସନାତନର ସେବା ପାଇଁ ଉତ୍ସର୍ଗୀକୃତ ।

ନିଜର ଟିଆର୍‌ପି ବଢ଼ାଇବାକୁ ସେ ମହାକୁମ୍ଭକୁ ଆସିଛନ୍ତି କି ଏବଂ ଏହା ପରେ ସେ ପୁଣି ଥରେ ଗ୍ଲାମର୍‌ ଦୁନିଆକୁ ଯିବେ କି? ଏହାର ଉତ୍ତରରେ ଇଶିକା କହିଛନ୍ତି ‘ମୋର ଯାତ୍ରା ବହୁ ପୂର୍ବରୁ ଆରମ୍ଭ ହୋଇଥିଲା । ମୁଁ ଆର୍ଟ ଅଫ୍‌ ଲିଭିଙ୍ଗ୍‌ର ଅଂଶ ମଧ୍ୟ ରହିଛି ।’ ୬ ମାସ ପରେ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍‌ରେ କ’ଣ ଏହି ରୂପ ଦେଖିବାକୁ ମିଳିବ? ଏହାର ଜବାବରେ ଇଶିକା କହିଲେ ‘ମୁଁ କଦାପି ପୁରୁଣା ଦିଗକୁ ଯିବି ନାହିଁ । ହଁ, ଫିଲ୍ମ ପ୍ରଯୋଜନାର ମଉକା ମିଳିଲେ, କେବଳ ସନାତନର ପ୍ରଚାର ଲାଗି ନିଶ୍ଚୟ କରିବି ।’ ସନାତନରେ ଫ୍ୟାଶନ୍‌ର ଆବଶ୍ୟକତା କ’ଣ? ଏହାର ଉତ୍ତରରେ ଇଶିକା କହିଲେ ‘ଗେରୁଆକୁ ଯେପର୍ଯ୍ୟନ୍ତ ଆପଣ ଫ୍ୟାଶନେବଲ ଉପାୟରେ ଧାରଣ କରିବେ ନାହିଁ, ତାହା ଦିଶିବ ନାହିଁ । ଏହା ଗର୍ବର କଥା । ଯୁବପିଢ଼ି ଯଦି ସୁନ୍ଦର ଭାବେ ଶାଢ଼ି ପିନ୍ଧିବେ, ଏହି ରଙ୍ଗକୁ ଧାରଣ କରିବେ ତେବେ ଏହାର ପ୍ରଚାର ହେବ । ସନାତନ ଫ୍ୟାଶନେବଲ ହେବା ଉଚିତ୍‌ ଏବଂ ସତ୍ତାରେ ବି ରହିବା ଉଚିତ୍‌ । ନିର୍ବାଚନ ଲଢ଼ିବା ବିଷୟରେ ଇଶିକା କହିଛନ୍ତି, ରାଜନୀତି ଅଭିଳାଷ ମୋର ନାହିଁ । ବିଗ୍‌ ବସ୍‌ ବି ଯିବେ ନାହିଁ । ପୂର୍ବରୁ ବିଗ୍‌ ବସ୍‌ରୁ ତାଙ୍କୁ ଅଫର୍‌ ଆସିଥିଲା, କିନ୍ତୁ ସେ ଯାଇନଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.