କଟକ, ୨୭/୦୪: କାଠଯୋଡି ନଦୀରେ ଗାଧୋଇବା ବେଳେ ଅଘଟଣ । ଗଭୀର ପାଣି ପାଣିରେ ବୁଡ଼ି ଚାଲିଗଲା ୧୪ ବର୍ଷର ନାବାଳକର ଜୀବନ । ମୃତ ନାବାଳକ ଜଣକ କଟକର ଖାନ ନଗରର ବେତବିନ୍ଧାଣୀ ସାହିର ୧୪ ବର୍ଷ ବୟସର ଶ୍ରୀ ସୂର୍ଯ୍ୟକାନ୍ତ ମାଝୀ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ବେତବିନ୍ଧାଣୀ ସାହିର ସୂର୍ଯ୍ୟକାନ୍ତ ମାଝୀ କାଠଯୋଡି ନଦୀରେ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ହଠାତ ପାଣିରେ ବୁଡ଼ି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ସୂର୍ଯ୍ୟକାନ୍ତଙ୍କୁ ଉଦ୍ଧାର କରିଥିଲେ । ହେଲେ ଏହାରି ଭତରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।