ପ୍ରମୂଖ ଖବର

ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ

ମୋହନା,୧୩/୦୯: ମାଛ ଧରୁଥିବା ବେଳେ ପୋଖରୀରେ ବୁଡ଼ି ନାବାଳକ ମୃତ । ମୃତ ନାବାଳକ ଜଣକ ସନାତନ ଗମାଙ୍ଗ ବୋଲି ଜଣାପଡ଼ିଛି । ମୋହନା ଥାନା ଲୁହାଗୁଡ଼ି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପୋଖରୀରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ସନାତନ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପୋଖରୀକୁ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ପୋଖରୀ ଭିତରେ ତାଙ୍କ ଗୋଡ଼ ଖସି ଯାଇଥିଲା । ଏହି କାରଣରୁ ଭାରସାମ୍ୟ ହରାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ ସନାତନ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ଫଳରେ ସନାତନ ପୋଖରୀ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । ସ୍ଥାନୀୟଲୋକେ ଏହି ଘଟଣା ସମ୍ବନ୍ଧରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ମୋହନା ଥାନା ପୋଲିସ । ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.