ପ୍ରମୂଖ ଖବର
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

୬ ବର୍ଷ ହେଲା ଅନ୍ଧାରରେ ରହୁଛନ୍ତି ତାମତରା ଗ୍ରାମବାସୀ, ପାହାଡ଼ ଖୋଲର ପାଣି ବୁନ୍ଦା ବଞ୍ଚେଇଛି ଜୀବନ

ରାୟଗଡ଼(ଗଜପତି)୧୩/୬:- ୨୦୧୮ ମସିହା ଅକ୍ଟୋବର ୧୦ ସେହି କାଳରାତ୍ରୀରେ ମାଡ଼ି ଆସିଥିଲା ସାମୁଦ୍ରିକ ଝଡ଼ ତିତିଲି। ରାତି ସାଙ୍ଗକୁ ପ୍ରଚଣ୍ଡ ପବନ ବର୍ଷା ବଢ଼ିଥିଲା। ସବୁଆଡୁ ମାଡି ଆସିଥିଲା ଅନ୍ଧାର। ପ୍ରଶାସନ ଗ୍ରାମବାସୀଙ୍କୁ ସିନା ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଥଇଥାନ କଲା। ହେଲେ ଅନେକ ଘର ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଆଉ ତା ପର ଠାରୁ ଆଜି ପର୍ଯ୍ୟନ୍ତ ଅନ୍ଧାରରେ। ବିଜୁଳି ବତୀ ସାଜିଛି ଏମାନଙ୍କୁ ସ୍ବପ୍ନ । କିରାସିନି ବର୍ତ୍ତମାନ ମିଳୁନଥିବା ବେଳେ ଆଲୁଅର କୌଣସି ସୁବିଧା ନ ଥିବାରୁ ସନ୍ଧ୍ୟାବେଳେ ଜାଳେଣି କାଠ ପାଲଟିଛି ଏମାନଙ୍କ ଆଲୁଅର ଉତ୍ସ।ଏପରି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ପାହାଡ଼ରେ ଘର କରି ରହିଥିବା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଗଣ୍ଡାହାତି ପଞ୍ଚାୟତର ଉପର ତାମତରା ଗ୍ରାମବାସୀ । ନା ଏଥିପ୍ରତି ପଢ଼ିଛି  ପ୍ରଶାସନର ନଜର ନା ମିଳିଛି ମୌଳିକ ସୁବିଧା। ବର୍ଷ ବର୍ଷ ଧରି ବିଜୁଳି ବତୀ , ପିଇବା ପାଣି ସୁବିଧା ଆଦିରୁ ବଞ୍ଚିତ ଅଛନ୍ତି l ପାନୀୟଜଳ ଏଠି ସାତସପନ। ପାହାଡରୁ ଝରୁଥିବା ବୁନ୍ଦା ବୁନ୍ଦା ପାଣି ଜୀବନ ଧାରା ସାଜିଛି। ହେଲେ ସେହି ଟୋପେ ପାଣି ପାଇଁ ଜୀବନ ସହ ସଂଗ୍ରାମ କରିବାକୁ ପଡେ ବୋଲି ଗ୍ରାମ ବାସୀ ପ୍ରକାଶ କରିଛନ୍ତି । 

ତିତିଲିକୁ ପ୍ରାୟ ଛଅ ବର୍ଷ ବିତିଗଲା। ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ। ଏଥିରେ ଅନେକ ଗାଁ ଗଣ୍ଡାର ମାନଚିତ୍ର ବଦଳି ଯାଇଥିଲା। ସେଥିମଧ୍ୟରୁ ପ୍ରଶାସନ କେତକ ଗାଁର ଅବସ୍ଥା ସଜାଡ଼ିଥିବା ବେଳେ  ତାମତରା ଗ୍ରାମ ଦୃଷ୍ଟି ଆଢୁଆଳରେ ରହିଯାଇଛି। ପାହାଡ଼ ଉପରେ ରହିଛ ଏହି ଗାଁ। ବାତ୍ୟାର ତାଣ୍ଡବରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଯାଇଛି ଯାହାର ଆଜି ଯାଏଁ ପୁନଃ ଉଦ୍ଧାର ହୋଇ ପାରିନି ଫଳରେ  ଅନ୍ଧାରରେ କାଳ କାଟୁଛନ୍ତି  ଗ୍ରାମବାସୀ। ସମସ୍ୟା କେବଳ ସେତିକି ନୁହେଁ ପାହାଡର ଏକ ବିରାଟକାୟ ପଥରରୁ ଝରୁଥିବା ପାଣି ପିଇ ଜୀବନ ଅତିବାହ କରୁଛନ୍ତି ଏହି ନିରୀହ ଆଦିବାସୀ ମାନେ । ବିଶୁଦ୍ଧ ପାନୀୟ ଜଳ ପାଇବା ଏକ ପ୍ରକାର ସାତ ସପନ ପାଲଟିଅଛି । ପାଣି ମୁନ୍ଦାଏ ପାଇଁ ଜୀବନକୁ ବାଜି ଲଗାଇ ପାହାଡରେ ପ୍ରାୟ ଏକ କିମି ପାଦଚଲା ରାସ୍ତା ଅତିକ୍ରମ କଲେ   ଦୁଇ ପଥର ଫାଙ୍କାରୁ ଝରୁଥିବା  ପାଣି ଆଣି ବ୍ୟବହାର କରନ୍ତି ଏମାନେ ।  ପାହାଡ ଶିଖରରେ ରହିଥିବା ଏହି ତାମନ୍ତରା ଗ୍ରାମକୁ ଗଣ୍ଡାହାତୀ ରୁ ପାରଳାଖେମୁଣ୍ଡି କୁ ମୁଖ୍ୟରାସ୍ତା ଠାରୁ ୫ କିମି ଘାଟି ରାସ୍ତା ଦେଇ ଯିବାକୁ ହୁଏ । ମୁଖ୍ୟ ରାସ୍ତା ରୁ ଉକ୍ତ ଗ୍ରାମ ପର୍ଯ୍ୟନ୍ତ ପ୍ରଶାସନ ଦ୍ୱାରା ନୂତନ  ଭାବେ ନିର୍ମିତ ଚକାଚକ ରାସ୍ତା ହିଁ ଏମାନଙ୍କ ପାଇଁ ବିକାଶ ଅଟେ । ରାସ୍ତା କାର୍ଯ୍ୟ ସାରି ବିକାଶ ପହଂଚିଲାଣି ଭାବି ପ୍ରଶାସନ ହାତ ବାନ୍ଧି ବସିଥିବା ବାରି ହୋଇ ପଡୁଛି । ଉକ୍ତ ଉପରତା ମନ୍ତରା ଗ୍ରାମରେ ପ୍ରାୟ ୫୦ ପରିବାରର ୨୫୦ ଜନସଂଖ୍ୟା ରହିଅଛି । ଗ୍ରାମକୁ ରାସ୍ତା ଥିଲେ କଣ ହେବ  ନଳକୂଅ ଟିଏ ହୋଇ ପାରି ନାହିଁ ପ୍ରକୃତିର ଦାନ  ପାହାଡର ପଥରର ଫାଟ ମଧ୍ୟରୁ ଆସୁଥିବା ପାଣିକୁ ସଂଗ୍ରହ କରି ବ୍ୟବହାର କରୁଛନ୍ତି ଲୋକେ । ଏହି ପାଣି ବର୍ଷାଦିନେ ଟିକିଏ ଅଧିକା ପ୍ରବାହିତ ହେଉଥିବା ବେଳେ ଖରାଦିନେ ଟୋପାଏ ଲେଖା ଝରୁଛି । ଯାହାକି ହାଣ୍ଡିଏ ପାଣି ଧରିବାପାଇଁ ବହୁ ସମୟ ଲାଗୁଛି । 

ଚଳିତ ଗ୍ରୀଷ୍ମ ଋତୁରେ ସମସ୍ତ ଜଳଉତ୍ସ ଗୁଡିକ ସୁଖି ଯାଇଥିବାରୁ ପଥରରୁ ଝରୁଥିବା ପାଣି ମଧ୍ୟ ଶୁଖିଯାଇଥିଲା । ତେବେ ଅଦିନିଆ ବର୍ଷା ଯୋଗୁଁ ଟୋପାଏ ଟୋପାଏ ପାଣି ଝରୁଛି । ଏହି ଝରୁଥିବା ପାଣି ଆଣିବା ପାଇଁ ସେମାନଙ୍କୁ ଦିନ ରାତି ଏକ କରିବାକୁ ପଡୁଛି ଫଳରେ ହାଣ୍ଡିଏ ଲେଖାଁଏ ପାଣି ମିଳୁଛି । ପାହାଡିଆ ପଥୁରିଆ ରାସ୍ତା ଏବଂ ଜଙ୍ଗଲ ଯୋଗୁଁ ବିଭିନ୍ନ ଭୟ ରହିଛି । ସରୀସୃପ ଠାରୁ ଆରମ୍ଭ କରି ଜଙ୍ଗଲଜନ୍ତୁଙ୍କ ଆକ୍ରମଣ ହେବାର ଆଶଙ୍କା ରହିଛି । ବିଶେଷ କରି ମହିଳାମାନେ ଏହି ପଥର ଝରା ପାଣି ଆଣିବାକୁ ଗଲେ ପୁରୁଷମାନେ ପହରା ଦେଉଥିବାର ଲକ୍ଷ୍ୟ କରାଯାଇଛି । ଫଳରେ ଦିନ ମଜୁରିଆ ଏବଂ ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରୁଥିବାରେ ଅନେକ ବାଧା ପ୍ରାପ୍ତ ହେଉ ଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ Iଏହି ଗ୍ରାମରେ ପାଣିର ଏପରି ଅସୁବିଧା ହୋଇଛି ଯେ ନିଜ ନିଜର ନିତ୍ୟ କର୍ମ ଓ ବ୍ୟବହୃତ ମଇଳା ପୋଷାକ ମଧ୍ୟ ସଫା କରିପାରୁନଥିବାର ନଜରକୁ ଆସିଛି ।

ସୂଚନା ଯୋଗ୍ୟ ଯେ,  ଉକ୍ତ ସମସ୍ୟା କୁ ନେଇ କିଛି ବର୍ଷ ପୂର୍ବେ କିଛି ଗଣମାଧ୍ୟମ ଦ୍ୱାରା ଖବର ପ୍ରକାଶ ପାଇବା  ତତକାଳୀନ ଜିଲ୍ଲାପାଳ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ତଦନ୍ତ ଓ ସମାଧନ ପାଇଁ ନିର୍ଦ୍ଦେଶ  ମଧ୍ୟ ଦେଇଥିଲେ l ମାତ୍ର ଏହାର ତଦନ୍ତ ଆଜି ଯାଏ ସରିପାରିଲାନି କି ଉକ୍ତ ଗ୍ରାମର ସମସ୍ୟାର ସମାଧାନ ହୋଇପାରିଲାନାହିଁ। ତେବେ ପରିସ୍ଥିତି କେବେ ସୁଧାରିବ   ତାମତରା ଗ୍ରାମରେ ବିଜୁଳି ବତୀ ଜଳିବ ଓ ପାନୀୟ ଜଳ ସମସ୍ୟା କେବେ ହଟିବ  ତାହା ଦେଖିବାର ବାକି ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.