ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଆନ୍ଧ୍ର ବଜାର ଉପରେ ନିର୍ଭରଶୀଳ କଳାଧାନ ଚାଷୀ

ପାରଳାଖେମୁଣ୍ଡି, ୨୨/୦୫ : ଗଜପତି ଜିଲ୍ଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳାଧାନ ଚାଷ ଓଡ଼ିଶାର ବରଗଡ଼ ଜିଲ୍ଲା ସମେତ ଅନ୍ୟାନ୍ୟ କେତେକ ଜିଲ୍ଲାରେ ଧିରେଧିରେ ଆରମ୍ଭ ହେଲାଣି। ଏହି ଅଞ୍ଚଳ ବିଶେଷ କରି ଦକ୍ଷିଣ ଓଡ଼ିଶା ତଥା ସୀମାନ୍ତବର୍ତ୍ତୀ ଆନ୍ଧ୍ରର ଶ୍ରୀକାକୁଲମ, ବିଜୟନଗରମ ଜିଲ୍ଲାରେ ଚାଷ କରାଯାଇଥାଏ। ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍‌ ଅଗରଖଣ୍ଡିର ଚାଷୀ ଡି. ଖଗେଶ୍ୱର ରାଓ ଚଳିତ ବର୍ଷ ପ୍ରଥମ କରି ଏହି ଚାଷ କରୁଥିବା କହିଛନ୍ତି । ତେଲେଙ୍ଗାନାରେ କଳା ଧାନ ଚାଷ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରେ ସେ କର୍ଣ୍ଣାଟକର ବେଙ୍ଗାଲୁରୁ କଳା ଧାନ ବିହନ କ୍ରୟ କରିଥିଲେ । କଳା ଧାନ ରାଜ୍ୟରେ ୬ କିସମର ଥିବା ବେଳେ ୨ଟି କିସମର କଳାଧାନ ବିହନ ନିଜ ଜମିରେ ପ୍ରଥମ ଥର ପାଇଁ ଅମଳ କରୁଥିବା କହିଛନ୍ତି । 

ଯାହାକି ଗୋଟିଏ କିସମ କଳାଧାନ ୧୫୦ରୁ ୧୬୦ ଦିନ ଏବଂ ଅନ୍ୟଟି ୧୨୦ରୁ ୧୩୦ ଦିନ ମଧ୍ୟରେ ଅମଳ ହୋଇଥାଏ । ଏହାର ବଜାର ମୂଲ୍ୟ କିଲୋ ପ୍ରତି ୧୦୦ରୁ ଅଧିକ ରହିଥିବା ବେଳେ କ୍ୱିଣ୍ଟାଲ ପିଛା ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଗଛରେ କେଣ୍ଡା ବାହାରିବାର ୧୫୦ ଦିନ ଅବଧି ପରେ ଧାନ ଅମଳ କରାଯାଏ । କଳା ଚାଉଳ ତଥା କାଲାବତୀ ଖରିଫ ଋତୁରେ ପ୍ରାୟତଃ ବର୍ଷକୁ ଥରେ ଚାଷ କରାଯାଇଥାଏ । କାଲାବତୀ ବିଭିନ୍ନ କିସମର ଥିବା ଏବଂ ଅମଳ ଅବଧି କମ୍‌ ହୋଇଥିବାରୁ ବର୍ଷରେ ଦୁଇ ଥର ଚାଷ କରାଯାଇପାରେ । ଏହା ସାଧାରଣତଃ ଶ୍ରୀ ପ୍ରଣାଳୀ କିମ୍ବା ରୁଆ ଦ୍ୱାରା ହୋଇଥାଏ । ଏକର ପିଛା ୨୦ରୁ ୨୫ କିଲୋଗ୍ରାମ ମଞ୍ଜି ଆବଶ୍ୟକ ପଡିଥାଏ । ଯଦିଓ ଏହାର ଅମଳ ତୁଳନାତ୍ମକ ଭାବେ ବହୁତ କମ । ପ୍ରତି ଏକରରେ ୧୫ରୁ ୨୦ କ୍ୱିଣ୍ଟାଲ ଧାନ ଅମଳ ହୋଇଥାଏ । ଏହାର ବିହନ ଏବଂ ଚାଉଳର ମୂଲ୍ୟ ସମଗ୍ର ଭାରତର ଖୁଚୁରା ବଜାରରେ ଅତି କମରେ କିଲା ପିଛା ୧୦୦ ଟଙ୍କାରୁ ଅଧିକ ବିକ୍ରି ହୋଇଥାଏ । ଯାହା ଭାରତରେ ଉତ୍ପାଦିତ ସମସ୍ତ ଚାଉଳ ମଧ୍ୟରେ ସର୍ବାଧିକ । 

ଏହାସହ ଏହି କଳା ଚାଉଳରେ ପ୍ରୋଟିନ, ଆଇରନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ରହିଥିବା କୁହାଯାଉଛି । ଏହାର ପତ୍ର ବାଇଗଣୀ ଯୋଗୁଁ କୀଟପତଙ୍ଗ ବେଶୀ ଲାଗନ୍ତି ନାହିଁ । ଅଗରଖଣ୍ଡି ଗ୍ରାମର ଏହି ଚାଷୀ ସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଚାଷ ଅମଳ କରିଥିବା କହିଛନ୍ତି । ଏହାସହ ସୁଗାର ଫ୍ରି’ ଚାଉଳ ମଧ୍ୟ ଏହି ଅଞ୍ଚଳରେ ସେ ଚାଷ କରୁଥିବାର କହିଛନ୍ତି । ଏସବୁ ଧାନର ବିକ୍ରୟ ପାଇଁ ସରକାରୀ ସ୍ତରରେ ପ୍ରୋତ୍ସାହନ ନାହିଁ । ଏନେଇ ଆନ୍ଧ୍ରର ବଜାର ତଥା ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଥିବା ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଅଧିକ ଚାଷୀ ଏହି ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବେ ବୋଲି କୁହାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.