ମୋହନା,୨୪।୬ : ଗଜପତି ଜିଲ୍ଲା ମୋହନା ଥାନା ଲଖାରି ଗାଁରେ ଅଘଟଣ l ମୋବାଇଲ ବ୍ଲାଷ୍ଟ ହେବା ଯୋଗୁଁ ୨ ଭଉଣୀ ଗୁରୁତର ଆହତ ହୋଇଛନ୍ତି l ସେମାନେ ହେଲେ ଲଖlରି ଗାଁର ସୁଶୀଳା ରାଇକା (୪) ଓ ନମିତl ରାଇକl (୧୨) l ପରିବାର ଲୋକେ ଚିକିତ୍ସା ପାଇଁ ଚନ୍ଦ୍ରଗିରି ମେଡିକାଲ ରେ ଭର୍ତ୍ତି କରିଛନ୍ତି l
ସୂଚନା ଅନୁଯାୟୀ ଲଖlରୀ ଗାଁର ନାହାସନ ରାଇକାଙ୍କ ଦୁଇ ଝିଅ ମୋବାଇଲ ଦେଖୁଥିଲେ l ଏହି ସମୟରେ ଅଚାନକ ମୋବାଇଲ ବ୍ଲାଷ୍ଟ୍ ହୋଇଥିଲା l ଫଳରେ ବଡ଼ ଝିଅ ନମିତାର ବାମ ହାତର ୩ ଆଙ୍ଗୁଠି ଝିଣ୍ଡି ପଡିଥିବା ବେଳେ ସାନ ଝିଅ ସୁଶୀଳାର ହାତ ଓ ଗୋଡ଼ରେ ଆଘାତ ଲାଗିଛି l ପ୍ରଥମେ ଚନ୍ଦ୍ରଗିରି ମେଡିକାଲରେ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି l
ଆହୁରି ପଢନ୍ତୁ : ବାଇକ୍ ଡିକି ଭାଙ୍ଗି ସୁନା, ରୁପା ସହ ନଗଦ ଟଙ୍କା ଲୁଟ୍