ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଗଜପତିରେ ଦୁଇଟି ପୃଥକ ଦୁର୍ଘଟଣା, ୨ଜଣ ଗୁରୁତର ଆହତ

ଗଜପତି ୨୦/୦୭:  ମୋହନା ଥାନା ଲେଡବନ୍ଧରେ କାର ସହ ବାଇକ ଧକ୍କା । ଅନ୍ୟପକ୍ଷେ ଅଡବା ଥାନା ଦମlଦୁଆ ଗାଁ ନିକଟରେ ଯାତ୍ରୀବାହି ବସ ଓ ପିକ ଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା । ଶନିବାର ସକାଳେ ଏହି ଦୁଇଟି ଦୁର୍ଘଟଣା ହୋଇଛି । 

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ମୋହନା ଓ ଅଡବା ଥାନା ଅଞ୍ଚଳରେ ୨ ଟି ଦୁର୍ଘଟଣା ଘଟିଛି । ଶନିବାର ସକାଳେ  ମୋହନା ଥାନା ଲେଡବନ୍ଧରେ କାର ସହ ବାଇକ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ବିରିକୋଟ ଗାଁର ସାଇରlମ ମହାପାତ୍ର ଗୁରୁତର ଆହତ ହୋଇଛନ୍ତି l ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି  ।

ଅନ୍ୟପଟେ ଅଡବା ଥାନା ଦମlଦୁଆ ଗାଁ ନିକଟରେ ଯାତ୍ରୀବାହି ବସ ଓ ପିକ ଅପ୍ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି l ଏଥିରେ ପିକ୍ ଅପ୍ ଭ୍ୟାନ ଡ୍ରାଇଭର ଉମାଶଙ୍କର ରଣା ଆହତ ହୋଇଛନ୍ତି । ଯାତ୍ରୀବାହି ବସ ବ୍ରାହ୍ମଣୀଗାଁରୁ ବ୍ରହ୍ମପୁର ଅଭିମୁଖେ  ଯାଉଥିଲା । ତେବେ ବସ୍ରେ ଥିବା ୩୫ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l ପୋଲିସ ଘଟଣାର ତଦନ୍ତ କରୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.