ମୋହନା,୨୪/୦୮: ମୋହନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଡ଼ବା ଥାନା ବିରିକୋଟିରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ ଆରୋହୀ ମୃତ । ମୃତକ ବିରିକୋଟି ଗାଁର ଶିଶିର କନ୍ଧ ବୋଲି ଜଣା ପଡ଼ିଛି ।
ସୂଚନା ଅନୁଯାୟୀ, ଶନିବାର ସକାଳୁ ମୋହନାରେ ସଡ଼କ ଦୁର୍ଘଟଣା । ବିରିକୋଟି ଅଞ୍ଚଳରେ ଏକ କାର ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକ ନିଜର ପ୍ରାଣ ହରାଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।