କଟକ, ୧୧।୨ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା। । ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ । ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । ଏଣିକି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଲାଭ ମିଳିପାରିବ । ରାଜ୍ୟର ୭ ଶହ ସ୍କୁଲ ପି ଏମ ଶ୍ରୀ ବିଦ୍ୟାଳୟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଟକର ରାଣୀହାଟ ହାଇସ୍କୁଲ ଶତବର୍ଷିକୀ ଅବସରରେ କହିଛନ୍ତି।ଆଗକୁ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି।
ରାଣୀହାଟ ହାଇସ୍କୁଲ ହେବ ଐତିହ୍ୟ ବିଦ୍ୟାଳୟ । ରାଣୀହାଟ ହାଇସ୍କୁଲକୁ ମିଳିବ ୬ କୋଟି ଟଙ୍କାର ଅନୁଦାନ। ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ମିଳିବ ୨ କୋଟି ଟଙ୍କା। ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି।