ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୩୧୩୩ କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା, ନିୟୋଜିତ ହେବେ ୬୦ ନୋଡାଲ ଅଫିସର

Published By : Prameya | February 6, 2025 7:43 PM

କଟକ, ୬।୨ : ଫେବୃଆରୀ ୨୧ରୁ ମାର୍ଚ୍ଚ ୬ ଯାଏ ଚାଲିବ ମାଟ୍ରିକ ପରୀକ୍ଷା । ୧୨ ତାରିଖରୁ ନୋଡାଲ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର । ୧୯ ତାରିଖ ସୁଦ୍ଧା ନୋଡାଲ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନ । ୩୦ ଜିଲ୍ଲାରେ ୩୧୩୩ଟି ପରୀକ୍ଷା କେନ୍ଦ୍ର ଓ  ୩୧୪ ନୋଡାଲ ସେଣ୍ଟର କରାଯାଇଛି। ମାଟ୍ରିକ ପରୀକ୍ଷା ପାଇଁ ନିୟୋଜିତ ହେବେ ୬୦  ନୋଡାଲ ଅଫିସର। ପ୍ରତ୍ୟେକ ଜିଲ୍ଲାରେ ରହିବେ ୨ ଦୁଇ ଜଣ ନୋଡାଲ ଅଫିସର। ପ୍ରତି ଜିଲ୍ଲା ପାଇଁ ଜଣେ ଏଡିଏମ, ଜଣେ ପୋଲିସ ଡିଏସପି ଦାୟିତ୍ୱରେ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ବୋର୍ଡ କର୍ତ୍ତୃପକ୍ଷ  ସୂଚନା ଦେଇଛନ୍ତି। 

ପ୍ରଶ୍ନପତ୍ର ଲିକ ହେବାର ସମ୍ଭାବନା ନାହିଁ। କପି ରୋକିବା ଲାଗି ୪ ପ୍ରକାରର ସ୍କ୍ବାର୍ଡ ଗଠିତ ହେବ।ବୋର୍ଡ ପକ୍ଷରୁ ଗଠିତ ହେବ ୪୨ ଟି ସ୍କ୍ବାର୍ଡ। ମୋଟ ୧୭୨ ଟି ସ୍କ୍ବାର୍ଡ ଗଠନ ହେବ। ୬୦୦ ସେଣ୍ଟରରେ ଲାଗିବ ସି ସି ଟିଭି। ସମସ୍ତ ନୋଡାଲ ସେଣ୍ଟର ସି ସି ଟିଭି ନଜରରେ ରହିବ। ନିଜସ୍ବ ବ୍ୟବସ୍ଥାରେ AI ଟେକ୍ନୋଲୋଜି ଆପଣେଇବ ବୋର୍ଡ ବୋଲି ସୂଚନା ଦିଆଯାଇଛି। 

ପରୀକ୍ଷାର୍ଥୀ ମାନଙ୍କ ଲାଗି ଆସନ୍ତା ୧୦ ତାରିଖରେ ଆଡମିଟ କାର୍ଡ ଉପଲବ୍ଧ ହେବ। ବୋର୍ଡ ୱେବସାଇଟ, www.bseodisha.ac.in ରୁ ପରୀକ୍ଷାର୍ଥୀ ସେମାନଙ୍କ ଆଡମିଟ କାର୍ଡ ଡାଉନଲୋଡ଼ କରିପାରିବେ। ପ୍ରଶପତ୍ର ଭାଇରାଲ ହେବନାହିଁ। ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ସବୁ ପ୍ରଶ୍ନପତ୍ରରେ ରହିବ ସିରିଏଲ ନମ୍ବର। ପ୍ରଶ୍ନ ଭାଇରାଲ ହେଲେ ଧରାପକାଇବ ସିରିଏଲ ନମ୍ବର ।କେଉଁ ସେଣ୍ଟରରୁ ପ୍ରଶ୍ନ ଭାଇରାଲ ହେଲା ଜଣାପଡ଼ିବ। ଡାଇନାମିକ କ୍ୟୁ ଆର କୋଡ଼ ଏବଂ ୱାଟର ମାର୍କ ବ୍ୟବହାର ହେବ। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ସକାଳ ୭ ଟା ୩୦ ସୁଦ୍ଧା ପହଞ୍ଚିବ ପ୍ରଶ୍ନପତ୍ର। ସମସ୍ତ ପରୀକ୍ଷା ଗୋଟିଏ ସିଟିଙ୍ଗରେ ହେବ। ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଆପଣେଇବ ବୋର୍ଡ  । ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ବାହାରିବବୋଲି କର୍ତ୍ତୃପକ୍ଷ କହିଛନ୍ତି। 

 ମାଟ୍ରିକ  ପରୀକ୍ଷାରେ କୌଣସି ଅବ୍ୟବସ୍ଥା ହେବନାହିଁ। ଅବ୍ୟବସ୍ଥାକୁ ରୋକିବା ଲାଗି ଚଳିତ ବର୍ଷ,ସେଣ୍ଟ୍ରାଲ କମାଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ଲାଗୁ କରାଯିବ।  ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ସେଥିପାଇଁ  ୧୦ ତାରିଖରେ ପରୀକ୍ଷାର୍ଥୀ ମାନଙ୍କ ଆଡମିଟ କାର୍ଡକୁ ବୋର୍ଡ ୱେବସାଇଟରେ ଅପଲୋଡ଼ କରାଯିବ। ୧୨ ତାରିଖରୁ ନୋଡାଲ ସେଣ୍ଟର ମାନକୁ ପ୍ରଶ୍ନପତ୍ର ପଠାଯିବ।କପି ରୋକିବା ଲାଗି ଏଥର ୪ ସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରିବ ବୋର୍ଡ। ଏବଂ ସମ୍ବେଦନଶୀଳ କେନ୍ଦ୍ର ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରଖିବା ଲାଗି ଏଥର ପ୍ରସ୍ତୁତି ହୋଇଛି ବୋଲି  ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.