କଟକ,୧୧/୦୨ : ୨୧ ତାରିଖରୁ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାର ଆଡମିଟ୍ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ୱେବ୍ସାଇଟ୍ରେ ଉପଲବ୍ଧ ରହିଛି । ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ବୋର୍ଡ ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ସେହିପରି ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି), ମଧ୍ୟମା ଓ ହାଇସ୍କୁଲ୍ ପତ୍ର ବିନିମୟ ପରୀକ୍ଷାର୍ଥୀମାନଙ୍କ ଆଡମିଟ୍ କାର୍ଡ ମଧ୍ୟ ବୋର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ।
ଆସନ୍ତା ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍ଓଏସ୍ସି) ଓ ମଧ୍ୟମା ପରୀକ୍ଷା ମଧ୍ୟ ଏକସଙ୍ଗରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୧୦ ହଜାର ୭୭୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରକ୍ଷା ଦେବା ଲାଗି ଆବେଦନ କରିଛନ୍ତି। ଏସ୍ଓଏସ୍ସି ପରୀକ୍ଷା ପାଇଁ ୭୮୩୧ ଜଣ ଓ ମଧ୍ୟମା ପରୀକ୍ଷା ପାଇଁ ୩ ହଜାର ୭୯୨ ଜଣ ଆବେଦନ କରିଥିବା ସୂଚନା ମିଳିଛି। ଏସବୁ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି।
ଏହି ଖବରଟିକୁ ପଢନ୍ତୁ-୧୩ରୁ ବିଧାନସଭା ଅଧିବେଶନ, ବାରବାଟୀ ଫ୍ଲଡ ଲାଇଟ୍ ବିଭ୍ରାଟ ଏବଂ କଣାସ ଝାଡ଼ାବାନ୍ତି ପ୍ରସଙ୍ଗରେ ଘେରିବ ବିରୋଧୀ