ବଲାଙ୍ଗିର, ୨୩।୮: ବଲାଙ୍ଗିର ଜେଲରେ ବଡ଼ ଧରଣର ଚଢ଼ାଉ । ଜେଲରେ ଗ୍ୟାଙ୍ଗୱାର ପରେ ଏହି ଚଢ଼ାଉ କରାଯାଇଛି । ଅଗଷ୍ଟ ୧୬ରେ ବଲାଙ୍ଗିର ଜେଲରେ ଏହି ଗ୍ୟାଙ୍ଗୱାର ହୋଇଥିଲା । ଶୁକ୍ରବାର ଏସପି ହୃଷିକେଶ ଖୁଲାରୀଙ୍କ ନେତୃତ୍ୱରେ ବଲାଙ୍ଗିର ଜେଲରେ ପୋଲିସ ଫୋର୍ସ ପହଞ୍ଚି ଏହି ଚଢ଼ାଉ କରାଯାଇଥିଲା ।
ଚଢ଼ାଉରେ ୨ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସମେତ ୯ ଅଧିକାରୀ ସାମିଲ ଅଛନ୍ତି । ରେଡ୍ ବେଳେ ବିଡ଼ି, ସିଗାରେଟ୍ ମିଳିଥିବା ବେଳେ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରାଯାଇଛି । ଚଢ଼ାଉ ବେଳେ ଜେଲରେ ଜିଲ୍ଲାପାଳ ଓ ଏସ୍ପି ପହଞ୍ଚି ସ୍ଥିତି ପରଖିଛନ୍ତି ।