ନୂଆଦୀଲ୍ଲି: ମଣିପୁର ରାଜ୍ୟପାଳ ଅଜୟ ଭଲ୍ଲା ଗୁରୁବାର ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନର୍ଦ୍ଦେଶାବଳିରେ ମଣିପୁରର ସମସ୍ତ ସମ୍ପ୍ରଦାୟକୁ ଚୋରି ଓ ବେଆଇନ ଭାବେ ଗଚ୍ଛିତ ରଖିଥିବା ଅସ୍ତ୍ରଶସ୍ତ୍ର ଗୁଡିକୁ ସାତ ଦିନ ମଧ୍ୟରେ ଫେରାଇବାକୁ ସେ କହିଛନ୍ତି। ଏହା ସହ ସାତ ଦିନ ମଧ୍ୟରେ ଅସ୍ତ୍ରଶସ୍ତ୍ର ଜମାକଲେ ସମୃକ୍ତ ବ୍ୟକ୍ତିଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟନୁଷ୍ଠାନ ହେବ ନାହିଁ। ନଚେତ୍ ଏହାପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।
“ବୃହତ୍ତର ସ୍ୱାର୍ଥରେ ମଣିପୁରରେ ସ୍ୱାଭାବିକତା ଫେରାଇ ଆଣିବାକୁ ପଡିବ। ଯାହାଦ୍ୱାରା ଲୋକମାନେ ସେମାନଙ୍କ ଦୈନଦିନ ଜାବନକୁ ଫେରିପାରିବେ। ରାଜ୍ୟ ଓ ସମାଜରେ ଶାନ୍ତି ଫେରାଇ ଆମିବାକୁ ସମସ୍ତ ସମ୍ପ୍ରଦାୟକୁ ଶତ୍ରୁତା ଛାଡିବାକୁ ପଡିବ” ବୋଲି ରାଜ୍ୟପାଳ ଏକ ସରକାରୀ ବିବୃତ୍ତି ଜାରି କରିଛନ୍ତି।
ଦିର୍ଘ ୨୦ ମାସରୁ ଅଧିକ ସମୟ ଧରି ମଣିପୁରର ପାହାଡି ଓ ତଳିଆ ଅଞ୍ଚଳର ଲୋକ ମାନେ ବହୁ କଷ୍ଟ ସହିଲେଣି। ଆଗକୁ ଆଉ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢିବାକୁ ଦିଆଯିବ ନାହିଁ ବୋଲି ଭଲ୍ଲା କହିଛନ୍ତି।
“ମୁଁ ଖାସ କରି ପାହାଡ ଓ ତଳିଆ ଅ଼ଞ୍ଚଳର ସମସ୍ତ ସମ୍ପ୍ରଦାୟର ଯୁବକମାନଙ୍କୁ ସମସ୍ତ ଚୋରି ଓ ବେଆଇନ ଭାବେ ଗଚ୍ଛିତ ରଖିଥିବା ଅସ୍ତ୍ରଶସ୍ତ୍ର ଗୁଡିକୁ ଫେରାଇ ଦେବାକୁ ଅନୁରୋଧ କରୁଛି। ସମସ୍ତେ ଦୟାକରି ସାତଦିନ ମଧ୍ୟରେ ନିକଟସ୍ଥ ପୋଲିସ ଥାନା, ଚେକପୋଷ୍ଟ ଓ ସ୍ଥାନୀୟ ସୁରକ୍ଷା କର୍ମୀ ମାନଙ୍କୁ ସମସ୍ତ ଅସ୍ତ୍ରଶସ୍ତ୍ର ଫେରାଇ ଦିଅନ୍ତୁ। ରାଜ୍ୟରେ ଶାନ୍ତି ପ୍ରତିଷ୍ଟା ପାଇଁ ଏହି ନିୟମକୁ ଆଜିଠାରୁ ଆରମ୍ଭ କରାଗଲା। ଯେଉଁମାନେ ଅସ୍ତ୍ରଶସ୍ତ୍ର ଫେରାଇବେ କାହା ଉପରେ ବି କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ନିଆଯିବ ନାହିଁ। ଏହାର ଭରଷା ମୁଁ ଦେଉଛି। କିନ୍ତୁ ଏହି ସମୟସିମା ପରେ ଏଥିରେ ବିଚ୍ୟୁତି ଘଟିଲେ ଦୋଷୀ ମାନଙ୍କ ବିରୁଦ୍ଧରେ କାଡା କାର୍ଯ୍ୟାନୁଷ୍ଠାନ ନିଆଯିବ।” ବୋଲି ଏହି ବିବୃତ୍ତିରେ ଉଲ୍ଲେଖ ରହିଛି।
ସୂଚନା ନୁତାବକ, ଗତ ସପ୍ତାହରେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଆଉ ଏହାପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଯାଇଥିଲା। ମଣିପୁରରେ ହିଂସା ଆରମ୍ଭ ହେବାର ଦୁଇ ବର୍ଷ ପରେ ବିରେନ ଇସ୍ତଫା ପ୍ରଦାନ କରିଥିଲେ।
୨୦୨୩ ମସିହା ମେ ମାସରେ ମଣିପୁରର ମୈତେୟି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଭୟଙ୍କର ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ୨୫୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିଲେ। ଆଉ ସେବେଠୁ ମଣିପୁରରେ ହିଂସା ଲାଗି ରହିତିଲା।