ପ୍ରମୂଖ ଖବର
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଲଜ୍‌ର ବନ୍ଦ କୋଠରୀରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

Published By : Harapriya Sethi | May 18, 2025 2:31 PM

ନୂଆପଡା,୧୮/୦୫: ନୂଆପଡା ସହର ସ୍ଥିତ ନୀଳାଦ୍ରି ବିହାର କଲ୍ୟାଣ ମଣ୍ଡପ ଓ ଲଜ୍‌ର ୧୧୫ ନମ୍ବର ବନ୍ଦ କୋଠରୀ ଭିତରୁ ସ୍ଥାନୀୟ ପୋଲିସ ସହାୟତାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବ୍ୟକ୍ତି ଜଣକ ପଡୋଶୀ ଛତିଶଗଡ ଦୁର୍ଗ ଜିଲ୍ଲା ଭିଳାଇ ସ୍ଥିତ ଇଂସା ଗ୍ରାମର ଅମିତ ସିଂ। ତାଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହେବା ନେଇ ସୂଚନା ମିଳିଛି । ନୂଆପଡ଼ା ଜିଲ୍ଲାରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ରାୟପୁରର ଜଣେ ଠିକାଦାରଙ୍କ ପାଖରେ ମ୍ୟାନେଜର ଭାବରେ କାମ କରୁଥିବା ବେଳେ ଗତ ୧୫ ତାରିଖ ରାତିରେ ଆସି ରୁମ ଭଡା ନେଇ ରହୁଥିଲେ ଅମିତ ସିଂ। ଶନିବାର ସକାଳୁ ବରଗଡ଼ ଜିଲ୍ଲା ପାଇକମାଳରେ ଗାଡି ଭଡା ବାବଦକୁ ଟଙ୍କା ଆଦାୟ କରିବାକୁ ଯାଇ ରାତିରେ ରୁମ୍‌କୁ ଫେରି ଗେଟ ବନ୍ଦ କରି ଶୋଇଥିଲେ । ହେଲେ ସକାଳୁ ମାଲିକଙ୍କ ଫୋନ ଉଠାଇ ନଥିଲେ । ଲଜ୍‌ ମାଲିକ ଖବର ପାଇ କବାଟ ବାଡେଇଥିଲେ ହେଲେ ଖୋଲି ନଥିଲେ । ପରେ ସ୍କାଇ ଲାଇଟ୍‌ ଭାଙ୍ଗି ଦେଖିବା ବେଳକୁ ତଳେ ଅଚେତ ଅବସ୍ଥାରେ ପଡିଛନ୍ତି ଅମିତ । ପରେ ନୂଆପଡା ପୋଲିସ ସହାୟତାରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାଙ୍କୁ ତୁରନ୍ତ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଅନେକ ସମୟରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.