ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

ଓଡ଼ିଶାର ଡାକ୍ତର ଓଡ଼ିଶାରେ ଚିକିତ୍ସା ସେବାରେ ରହିଲେ ହିଁ ରାଜ୍ୟ ୧ ନମ୍ବର ହେବ : ଧର୍ମେନ୍ଦ୍ର ପ୍ରଧାନ

Published By : Gurupada Nath | May 30, 2025 10:38 PM

ବୁର୍ଲା,୩୦/୫ : ଓଡ଼ିଶାରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଚାକିରୀ ପାଇଁ ବାହାରକୁ ନ ଯାଇ ଓଡ଼ିଶାରେ ଡାକ୍ତରୀ ସେବା କରିବା ଆବଶ୍ୟକ । ଡାକ୍ତରୀ ପିଲାମାନେ ଏହିଭଳି ମନ ବଳାଇଲେ ହିଁ ଆମ ରାଜ୍ୟ ଏକ ନମ୍ବର ହୋଇପାରିବ ବୋଲି ଗୁରୁବାର  ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ(ଭିମସାର୍), ବୁର୍ଲା ପରିସରରେ ସୁପର ସ୍ପେସାଲିଟି ହସ୍ପିଟାଲକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରାୟ ୧୨୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହସ୍ପିଟାଲରେ ୫୮ଟି ଆଇସିୟୁ ଶଯ୍ୟା ସହ ମୋଟ୍ ୨୭୨ଟି ଶଯ୍ୟା ଅଛି । ଏହି ସୁପର୍ ସ୍ପେସାଲିଟି ହସ୍ପିଟାଲରେ ୟୁରୋଲଜି, ନେଫ୍ରୋଲଜି, ନ୍ୟୁରୋଲଜି, ନ୍ୟୂରୋସର୍ଜରୀ, ପେଡିଆଟ୍ରିକ୍ସ ସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ଗ୍ୟାଷ୍ଟ୍ରୋଏଣ୍ଡେରୋଲଜି, ଏଣ୍ଡୋକ୍ରାଇନୋଲଜି ଏବଂ କ୍ଲିନିକାଲ୍ ହେମାଟୋଲଜି ସମେତ ନଅଟି ସୁପର୍ ସ୍ପେସାଲିଟି ବିଭାଗ ରହିବ । ଲୋକାର୍ପିତ ସୁପର ସ୍ପେସାଲିଟି ହସ୍ପିଟାଲ ଦ୍ୱାରା ସମ୍ବଲପୁର ସମେତ ୧୩ଟି ଜିଲ୍ଲାର ଜନସାଧାରଣ ଏବଂ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟର ସଂଲଗ୍ନ ଅଞ୍ଚଳ ଗୁଡିକରେ ରହୁଥିବା ଲୋକମାନେ ଏହି ପ୍ରକଳ୍ପ ଦ୍ୱାରା ଅତ୍ୟନ୍ତ ଲାଭବାନ ହେବେ । ସିକିଲ୍ ସେଲର ରୋଗୀମାନଙ୍କ ପାଇଁ ଏହି ହସ୍ପିଟାଲ ନୂତନ ସୁଯୋଗ ସୃଷ୍ଟି କରିବ । ରୋଗୀମାନଙ୍କୁ ଅତ୍ୟାଧୁନିକ ସମସାମୟିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ଏହି ସୁପର ସ୍ପେସାଲିଟି ହସ୍ପିଟାଲ ଅଗ୍ରଣୀ ଭୂମିକା ନିର୍ବାହ କରିବ । ସମାଜର ଅନ୍ତିମ ଶ୍ରେଣୀର ଲୋକମାନଙ୍କୁ ସୁପର୍ ସ୍ପେସାଲିଟି ଚିକିତ୍ସା ସୁବିଧା ଯୋଗେଇବା ଦିଗରେ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଭିମସାର୍ ସମେତ ଆଇଆଇଏମ, ସମ୍ବଲପୁର, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଓପନ ୟୁନିଭର୍ସିଟି, ଓୟୁଏଟି ଚିପିଲିମା କୃଷି ମହାବିଦ୍ୟାଳୟ ପରି ଅନୁଷ୍ଠାନ ଅଛି, ଯାହା ସମ୍ବଲପୁରର ବିଶେଷତ୍ୱ । ଭିମସାର ମେଡିକାଲରୁ ପାଠ ପଢି ଅନେକ ଛାତ୍ରଛାତ୍ରୀ ମେଡିକାଲ ବିଜ୍ଞାନ ନୁହେଁ ବରଂ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ଭିସୁଟ୍ ଓ ଭିମସାର ମିଶି ଏକ ମଲ୍ଟି ଡିସିପ୍ଲିନାରୀ କୋର୍ସ କରିବା ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ ।  

ସ୍ୱାସ୍ଥ୍ୟ ହେଉଛି ମାନବ ଜୀବନର ସମ୍ପଦ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟକୁ   ଠିକ୍ ରଖିବାର  ମୂଳ ପ୍ରୟୋଗଶାଳା ହେଉଛି ଭିମସାର୍ । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ହେଲେ ରାଜ୍ୟରେ ଭିମସାର ଭଳି ଅନୁଷ୍ଠାନରୁ ପାଠ ପଢୁଥିବା ଡାକ୍ତର ଛାତ୍ରଛାତ୍ରୀମାନେ ବାହାର ରାଜ୍ୟରେ ଚାକିରି ନକରି ଆମ ରାଜ୍ୟରେ ଚାକିରି କରିବା ଦରକାର । ତେବେ ଯାଇ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ । ଭିମସାର  ପରିସରରେ ଏକ ୟୁନିଟାରୀ ଡେଣ୍ଟାଲ୍ କଲେଜ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ବଜେଟରେ ଘୋଷଣା କରିଛନ୍ତି । ଭିମାସରର ପୁନଃବିକାଶ ପାଇଁ ମାଷ୍ଟର ପ୍ଲାନ୍ କରିବା ପାଇଁ ସରକାରଙ୍କ ଯୋଜନାରେ ରହିଛି ।  ଭିମସାରରେ ମେଡିଟେକ୍, ବାୟୋଟେକ୍, ଏଆଇ ଏନେବଲ୍ଡ୍ ଟ୍ରିଟମେଣ୍ଟ ଭଳି ଅତ୍ୟାଧୁନିକ ମେଡିକାଲ ପଦ୍ଧତି ସହ ଗଣାତ୍ମକ ଶିକ୍ଷା, ସୁଶାସନ ମଡେଲ ଏବଂ ଷ୍ଟାର୍ଟଅପ ଦୁନିଆକୁ ଯୋଡିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିବଦ୍ଧ । ଏହାର ଭିତ୍ତିଭୂମିର ବିକାଶ ପାଇଁ  ସମସ୍ତଙ୍କ ପରାମର୍ଶ ନେବା ସହ ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କର୍ମଶାଳାର ଆୟୋଜନ କରିବା ଉପରେ ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସ୍ୱାସ୍ୟ୍  ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.