ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ମହାଆଡ଼ମ୍ବରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

Published By : Manoj | June 1, 2025 9:17 AM

ସମ୍ବଲପୁର, ୦୧/୦୬: ମର୍ତ୍ତ୍ୟରେ ସ୍ୱର୍ଗର  ନୀତିକାନ୍ତି । ଦେବତା, ଦାନବ, ଗନ୍ଧର୍ବ, କିନ୍ନରଙ୍କ  ସମାଗମରେ ସାରା ସମ୍ବଲପୁର ଦେବଭୂମି ପାଲଟିଛି । ସଂହାରକର୍ତ୍ତା ଦେବ ଦେବ ମହାଦେବ  ଏବଂ ମାତା ପାର୍ବତୀଙ୍କ ଲୌକିକ ବିବାହର ସେହି  ଇପ୍ସିତ ମୁହୂର୍ତ୍ତ ପାଇଁ ସଚରାଚର ସୃଷ୍ଟି ଏକାକାର  ହୋଇଛି । ଆକର୍ଷଣୀୟ ପରଭା ସମ୍ମୁଖରେ ସୁନା-ରୁପାରେ ବିମଣ୍ଡିତ ହୋଇ ବରବେଶରେ ଶୋଭାଯାତ୍ରାରେ ବାହାରି ଡମ୍ବରୁଧର ପହଞ୍ଚିଛନ୍ତି  ମା’ ପାର୍ବତୀଙ୍କ ଘରେ । ବ୍ରହ୍ମ ମୁହୂର୍ତ୍ତରେ ପଡ଼ିଛି  ଶମ୍ଭୁ ଏବଂ ଶୈଳପୁତ୍ରୀଙ୍କ ହାତଗଣ୍ଠି । ବିଶ୍ୱ ପ୍ରସିଦ୍ଧ  ସମ୍ବଲପୁର ଶୀତଳଷଷ୍ଠୀର ପବିତ୍ର ବିବାହ ନୀତି  ସମ୍ପନ୍ନ ହୋଇଛି ।

ଦେବଦମ୍ପତିଙ୍କ ବିବାହକୁ ନେଇ ଶନିବାର  ଦିନତମାମ ଚଳଚଞ୍ଚଳ ହୋଇଉଠିଥିଲା ବର ଓ କନ୍ୟା ଘର । ସକାଳେ ଗତବର୍ଷର କନ୍ୟା ପିତାମାତାଙ୍କ ଗଣ୍ଠାଳ ଫିଟା ପରେ ଏ ବର୍ଷର  କନ୍ୟା ପିତାମାତାଙ୍କୁ ପାର୍ବତୀଙ୍କ ବିଗ୍ରହ ହସ୍ତାନ୍ତର  କରାଯାଇଥିଲା । କନ୍ୟା ଘରେ ହଳଦୀ ଖେଳ,  ଗନ୍ଧଷଣ, ତୈଳାଭିଷେକ ଆଦି ସମସ୍ତ ନୀତି  ସମ୍ପନ୍ନ ହେବା ପରେ ସନ୍ଧ୍ୟାରେ ମାତା ପାର୍ବତୀଙ୍କୁ  ବିଭିନ୍ନ ଅଳଙ୍କାର ଆଭୂଷଣରେ ଭୂଷିତ କରି  କନ୍ୟା ବେଶରେ ସଜ୍ଜିତ କରାଯାଇଥିଲା । ସବୁ ମନ୍ଦିରରେ ମହାଦେବଙ୍କ ରୁଦ୍ରାଭିଷେକ,  ତୈଳାଭିଷେକ ଆଦି ସମସ୍ତ ନୀତି ସମ୍ପନ୍ନ ହୋଇ ରାତିରେ ବରବେଶରେ ସଜ୍ଜିତ କରାଯାଇଥିଲା । 

ରାତିରେ ମହାଦେବ ଆକର୍ଷଣୀୟ ପରଭା  ସମ୍ମୁଖରେ ବିରାଜମାନ କରିଥିଲେ । ଏହାପରେ ମହାଆଳତୀ ଅନୁଷ୍ଠିତ ହୋଇ ବରଯାତ୍ରୀ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ବାହାରିଥିଲା । ଘଣ୍ଟ, ଘଣ୍ଟା, ଦୁଲଦୁଲି, ସଂପ୍ରଦା, ଯୋଡ଼ିଶଙ୍ଖ  ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ ଦଳ ଏବଂ ଆଧୁନିକ ନୃତ୍ୟ ଦଳ  ଏଥିରେ ସାମିଲ ହୋଇଥିଲେ । ନନ୍ଦପଡ଼ାର ବଂ ବରାଡ଼ ବାଲୁଙ୍କେଶ୍ୱର  ବାବାଙ୍କ ଶୋଭାଯାତ୍ରା ମନ୍ଦିର ପରିସରରୁ  ବାହାରି ନାରୀସେବା ସଦନସ୍ଥିତ କନ୍ୟା  ପିତାମାତା ପ୍ରତାପ ନନ୍ଦ ଓ ଲିପିକା ନନ୍ଦଙ୍କ  ବାସଭବନରେ ପହଞ୍ଚିଥିଲା । ବାବା ବାଲୁଙ୍କେଶ୍ୱର  (ଚନ୍ଦ୍ରଶେଖରଙ୍କ ଚଳନ୍ତି ପ୍ରତିମା) ଦଲେଇପଡ଼ା,  ହାଟପଡ଼ା, ନନ୍ଦପଡ଼ା, ମହାନ୍ତିପଡ଼ା,  କଂସାରୀପଡ଼ା, ବୈଦ୍ୟନାଥ ଛକ, ଶକ୍ତି ସଙ୍ଘ  ଛକ, ମ୍ୟୁନିସିପାଲିଟି ଛକ ଦେଇ ନାରୀ ସେବା  ସଦନରେ ପହଞ୍ଚିଥିଲା । 

ସେହିପରି ଝାଡୁଆପଡ଼ାର ଲୋକନାଥ ବାବାଙ୍କ ଶୋଭାଯାତ୍ରା କୁଞ୍ଜେଲପଡ଼ାରୁ ବାହାରି  ଝାଡୁଆପଡ଼ା, ଗୌରମଠ ଗଳି, ଗୁରୁପଡା, ମହାନ୍ତିପଡ଼ା, କଂସାରୀପଡ଼ା, ବୈଦ୍ୟନାଥ ଛକ, ଶକ୍ତି  ଛକ, ମ୍ୟୁନିସିପାଲଟି ଛକ, କଚେରି ଛକ ଦେଇ ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ପଦ୍ମିନୀ ନାୟକଙ୍କ ଦ୍ୱାରା  ଆୟୋଜିତ ମହାନଦୀ କ୍ଲବ୍‌ସ୍ଥିତ ବିବାହ ମଣ୍ଡପରେ ପହଞ୍ଚିଥିଲା ।  ସେଠାରେ ସମ୍ପୂର୍ଣ୍ଣ ଲୋକାଚାରରେ ବିବାହ ନୀତି ଅନୁଷ୍ଠିତ ହୋଇଛି ।  ଦୁଲଦୁଲି, ଢେମସା ନାଚ, କଳସୀ ନାଚ, ମୟୂର ଦଣ୍ଡ ନାଚ,  କରମା ନାଚ ସହ ଆଧୁନିକ ନୃତ୍ୟ କଳାକାର ଏଥିରେ ସାମିଲ  ହୋଇ ନୃତ୍ୟକଳା ପ୍ରଦର୍ଶନ କରିଥିଲେ ।  

ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ଶୋଭାଯାତ୍ରା ପାଣିଟାଙ୍କି ଛକ, ମୁଦିପଡ଼ା ଛକ ଦେଇ କୁଞ୍ଜେଲପଡ଼ା, ବାଲିବନ୍ଧା, ରାମଜୀଗୁଡ଼ି ଦେଇ  ପାଟଣେଶ୍ୱରୀ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲା । କନ୍ୟା ପିତାମାତା  ମୃତ୍ୟୁଞ୍ଜୟ ଦାସ ଓ ମଧୁସ୍ମିତା ପଣ୍ଡାଙ୍କ ଦ୍ୱାରା ବିବାହ କାର୍ଯ୍ୟକ୍ରମ  ଆୟୋଜିତ ହୋଇଛି । ଶୁଭ ମୁହୂର୍ତ୍ତରେ ଶିବ-ପାର୍ବତୀଙ୍କ ବିବାହ  ସମ୍ପନ୍ନ ହୋଇଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.