ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

୧୦୮ ଆମ୍ବୁଲାନ୍ସରେ ଜୋରଦାର୍ ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇଗଲା ଗାଡ଼ି

Published By : Rasmita Pradhan | August 12, 2025 10:35 AM

ବାଣପୁର, ୧୨/୦୮ : ୧୦୮ ଆମ୍ବୁଲାନ୍ସରେ ଜୋରଦାର୍ ବିସ୍ଫୋରଣ। ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ବାଣପୁର ମୁଖ୍ୟ ରାସ୍ତା ଆୟତପୁର ଠାରୁ ଦେଓଗାଁଁ ମଝିରେ ଏଭଳି ବିସ୍ଫୋରଣ ଘଟିଛି। ଆମ୍ଵୁଲାନ୍ସ ଡ୍ରାଇଭର୍‌ଙ୍କ ସମେତ ଆଟେଣ୍ଡାଣ୍ଟ ଓ ଫାର୍ମାସିଷ୍ଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

ସୂଚନାନୁଯାୟୀ, ଗମ୍ଭାରୀମୁଣ୍ଡା CHCରୁ ଏକ ୧୦୮ ଆମ୍ବୁଲାନ୍ସ ରାତି ପ୍ରାୟ ୩ଟାରେ ରୋଗୀ ଆଣିବା ପାଇଁ ବାଣପୁର ସ୍ଥିତ ପଲଟଣ ଆସୁଥିଲା। ଯେଉଁ ରୋଗୀଙ୍କୁ ଏହି ଆମ୍ବୁଲାନ୍ସ ଆଣିବା ପାଇଁ ଯାଉଥିଲା ସେହି ରୋଗୀଙ୍କର ମୃତ୍ୟୁ ହୋଇ ସାରିଥିବା ଅଧା ବାଟରେ ଖବର ମିଳିଥିଲା। ତେଣୁ ୧୦୮ ଆମ୍ବୁଲାନ୍ସଟି ଫେରି ଆସୁଥିଲା। କିଛି ବାଟ ଆସିବା ପରେ ନାଚୁଣୀ ଥାନା ଦେଉଗାଁ ରାସ୍ତାରେ ହଠାତ୍ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ସମେତ ଆଟେଣ୍ଡାଣ୍ଟ ଆମ୍ବୁଲାନ୍ସରୁ ବାହାରି ଆସିଥିଲେ। କିଛି ସମୟ ମଧ୍ୟରେ ଆମ୍ବୁଲାନ୍ସଟି ହୁତୁହୁତୁ ହୋଇ ଜଳିଗଲା। ପରେ ପରେ ଆମ୍ବୁଲାନ୍ସଟି ବ୍ଲାଷ୍ଟିଂ ହୋଇ ଖଣ୍ଡ ବିଖଣ୍ଡିତ ହୋଇଗଲା। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ଗମ୍ଭାରୀମୁଣ୍ଡା ପୁଲିସ ବିଟ୍ ହାଉସର ଷ୍ଟାପ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଛନ୍ତି।


 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.