ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ବ୍ରାହ୍ମଣୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ରେସକ୍ୟୁ ଅପରେସନ ଜାରି

Published By : Manoj | August 12, 2025 10:31 AM

ନିମବାହାଳି, ୧୨/୮: ଗାଈ ଚରାଇବାକୁ ଯାଇ ଯୁବକ ନିଖୋଜ। ବ୍ରାହ୍ମଣୀ ନଦୀ‌ରେ ଭାସିଯାଇଥିବା ସନ୍ଦେହ। ଏନେଇ ପରିବାରଲୋକଙ୍କ ଅଭିଯୋଗ ପରେ ପୁଲିସ ଏବଂ ଅଗ୍ନିଶମ ବାହନୀ ପକ୍ଷରୁ ରେସକ୍ୟୁ ଅପରେସନ୍ ଜାରି ରଖିଛି। ଲାଇଫ୍ ବୋଟ୍ ଯୋଗେ ଅଗ୍ନିଶମ ଟିମ୍ ନଦୀରେ ଖୋଜା ଖୋଜି କରୁଛନ୍ତି। ବର୍ତ୍ତମାନ ଯାଏ ନିଖୋଜ ଯୁବକ ପତ୍ତା ମିଳିପାରିନାହିଁ। ତେବେ ନିଖୋଜ ଥିବା ଯୁବକ ଜଣକ ଓଡାପଡ଼ା ବ୍ଳକ ମୋଟଙ୍ଗା ଥାନା ଅନ୍ତର୍ଗତ ଏକଘରିଆ ଗ୍ରାମର ସନ୍ତୋଷ ବେହେରା (୫୭) ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସନ୍ତୋଷଙ୍କ ଘର ଏକଘରିଆ ଗ୍ରାମରେ। ସେ ସୋମବାର ଗାଈ ଚରାଇବାକୁ ବ୍ରାହ୍ମଣୀ ନଦୀପଠାକୁ ଯାଇଥିଲେ। ଅପରାହ୍ନରେ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। କୌଣସି ସନ୍ଧାନ ନପାଇବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ। ରାତି ହୋଇଯିବାରୁ ଖୋଜା ଯାଇପାରି ନଥିଲା। ମଙ୍ଗଳବାର ସକାଳୁ ପୁଣି ନଦୀରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଚଳାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.